
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ମହିଳା ବିଜେଡି ପକ୍ଷରୁ ରବିବାର ସନ୍ଦ୍ୟାରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ କୁଶପୁତଳିକା ଦାହ କରାଯାଇଛି । ସାମାଜିକ ଗଣମାଧ୍ୟମରେ ଅଂଶୁମାନ ପରକ୍ରିୟା ପ୍ରୀତି ସମ୍ପର୍କରେ ପ୍ରକାଶିତ ଖବରକୁ ନେଇ ବ୍ଲକ ଓ ନଗର ମହିଳା ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜୟନ୍ତୀ ସ୍ୱାଇଁ ଓ ନଗର ମହିଳା ବିଜେଡି ସଭାନେତ୍ରୀ ଲାସ୍ୟମୟୀ ସାହୁଙ୍କ ନେତୃତ୍ୱରେ କାଉନସିଲର ଝରଣା ବେହେରା,ମଧୁସ୍ମିତା ମଲିକ, ପ୍ରିୟଙ୍କା ସେଠୀ, ରୀନା ମଲିକ, ଭାରତୀ ଦାସ, ଅନୁସୂୟା ସାହୁ, ସସ୍ମିତା ବେହେରା, ଗୁରୁବାରୀ ମଲିକ, ଅନୁରାଧା ଦାସ, ସସ୍ମିତା ଦାସ, ସୁକାନ୍ତୀ ସିଂହ, କୁନ୍ତୀ ବେହେରା, ସସ୍ମିତା ପାତ୍ର ପ୍ରମୁଖ ବହୁ ବିଜେଡି ମହିଳାନେତ୍ରୀ ସାମିଲ ହୋଇ ସ୍ଥାନୀୟ ହରପାର୍ବତୀ ମନ୍ଦିର ଛକରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ କୁଶ ପୁତଳିକା ଦାହ କରିଥିଲେ । ନାରୀ ସମ୍ମାନର ସୁରକ୍ଷା ପାଇଁ ପ୍ରତିଶୃତିବଦ୍ଧ ବିଜେଡି ନାରୀ ଅପମାନ ବିରୋଧରେ ତାର ସଂଗ୍ରାମ ଜାରି ରଖିବ ବୋଲି ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜୟନ୍ତୀ ସ୍ୱାଇଁ ଓ ନଗର ମହିଳା ସଭାନେତ୍ରୀ ଲାସ୍ୟମୟୀ ସାହୁ ପ୍ରକାଶ କରିଛନ୍ତି ।











