
କେନ୍ଦ୍ରାପଡା, ୨୧/୧: ଓଡିଶା ସରକାରୀ ମୋଟର କର୍ମଚାରୀ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖାର ବୈଠକ ଗ୍ରାମ୍ୟ ଉନ୍ନୟନ ଭବନ ପ୍ରାଙ୍ଗଣରେ ପୂର୍ବତନ ସଭାପତି ଅନିରୁଦ୍ଧ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସରକାରୀ ମୋଟର କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କ ପରିଚାଳନାରେ କେନ୍ଦ୍ରାପଡା ଶାଖାର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ଏଥିରେ ସଭାପତି ଭାବେ ଅନିରୁଦ୍ଧ ବେହେରା, ସମ୍ପାଦକ ଆଶିଷ କୁମାର ବିଶ୍ୱାଳ, କୋଷାଧ୍ୟକ୍ଷ ଅଭୟ କୁମାର ଦାସ, ସାଂଗଠନିକ ସମ୍ପାଦକ ମିର୍ ମୁନସି ଓ ପ୍ରମୋଦ କୁମାର ଦାସ, ଯୁଗ୍ମ ସମ୍ପାଦକ ଶିବପ୍ରସାଦ ରଣା, ଉପଦେଷ୍ଟା ପ୍ରଫୁଲ୍ଲ କୁମାର ସାହୁ, ଅରମାନ ଅଲ୍ଲୀ, ସିରାଜ ରସୁଲ୍ ଖାଁ ନିର୍ବାଚିତ ହୋଇଥିବାବେଳେ କାର୍ଯ୍ୟକାରୀ ସଭ୍ୟ ଭାବେ ଗୋବିନ୍ଦ ଚନ୍ଦ୍ର ସାହୁ, ବିଶ୍ୱନାଥ ଦାସ, ରମେଶ ଭଟ୍ଟାଚାର୍ଯ୍ୟ, ସେକ୍ ମୁକ୍ତାଦିର୍, ଶତ୍ରୁଘ୍ନ ମହାପାତ୍ର, ରମେଶ ଚନ୍ଦ୍ର ସାହୁ, ଅଜୟ କୁମାର ପାତ୍ର ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ସଭାପତି ଶ୍ରୀ ବେହେରା ନିର୍ବାଚିତ ହେବାପରେ କହିଥିଲେ ଯେ ସଂଘର ସଦସ୍ୟମାନଙ୍କର ସମସ୍ୟା ଉପରେ ଆଲୋକପାତ କରି ଏହାର ସମାଧାନ କରିବାକୁ ଚେଷ୍ଟା କରିବି । ସଂଘକୁ ମଜବୁତ୍ କରିବା ପାଇଁ କର୍ମକର୍ତ୍ତାମାନଙ୍କୁ ଏକତ୍ର କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।











