ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସୋମବାର ସମାପ୍ତ ହୋଇଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ସୋମବାର ଦିନ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ କେନ୍ଦ୍ର ସରକାର ଅଧା ଦିନ ଅପରାହ୍ନ ୨ଟା ୩୦ ଯାଏଁ ଛୁଟି ଘୋଷଣା କରିଛନ୍ତି । ଏଥିପାଇଁ ଓଡ଼ିଶା ସରକାର ଜାନୁୟାରୀ ୨୨ ତାରିଖକୁ ସମସ୍ତ ସରକାରୀ ଅଫିସକୁ ଅଧା ଦିନ ପାଇଁ ଛୁଟି ଘୋଷଣା କରିଥିଲେ । ଆଜି ଅଧା ଦିନ ଛୁଟି ଅର୍ଥାତ ଅପରାହ୍ନ ୨ଟା ୩୦ ପରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସମସ୍ତ ଅଫିସ ଖୋଲା ଥିବା ବେଳେ ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ଅଫିସ ବନ୍ଦଥିବା ଦେଖିବାକି ମିଳିଛି । ଖାଲି ବ୍ଲକ ଭିତର ସିଡିପିଓ ଅଫିସ ଖୋଲା ଅଛି, ହେଲେ ଅଫିସର ନାହାନ୍ତି । ମାତ୍ର ବ୍ଲକ ସରକାରୀ କାର୍ଯ୍ୟାଳୟ ଫାଙ୍କା ପଡିଛି । ବିଭିନ୍ନ ସରକାରୀ କାର୍ଯ୍ୟରେ ଦୂରାଦୁରାନ୍ତରୁ ଆସିଥିବା ଏକାଧିକ ଲୋକ ୪ ଟା ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶରେ ଫେରିଥିବା ଜଣାପଡିଛି ।ଏଥିନେଇ କେତେଜଣ ଲୋକେ ବ୍ଲକ ଅଧ୍ୟକ୍ଷଙ୍କୁ ଭେଟି ଅଭିଯୋଗ ମଧ୍ୟ କରିଛନ୍ତି ।
ଏବାଦରେ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କୁ ପଚାରିବାରେ ଏବିଷୟରେ ଅଭିଯୋଗ ପାଇ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଇଛି । କାହିଁକି କର୍ଯ୍ୟରେ ଯୋଗଦାନ କରିନାହାଁନ୍ତି ଆସନ୍ତା କାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ କରି ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରିବି ବୋଲି କହିଛନ୍ତି ।