ଶିକ୍ଷାବିତ ଅଭୟ ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା


ପଟ୍ଟାମୁଣ୍ଡାଇ ଧ୍ୟୋାଂଚଳର ବିଶିଷ୍ଟ ଶିକ୍ଷାବିତ ତଥା ଦାଣ୍ଡିସାହି ବ୍ରାହ୍ମଣୀ କଲେଜର ଡେମୋନଷ୍ଟ୍ରେଟର ଅଭୟ ପ୍ରଧାନଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଦାଣ୍ଡିସାହି ଠାରେ ଅନୁଷ୍ଠିତ ହୋଇଯାଇଛି । ବନ୍ୟାଂଚଳ ଅବସର କର୍ମଚାରୀ ପରିଷଦ ସମ୍ପାଦକ ଶିକ୍ଷାବିତ ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ ଅଧ୍ୟାପକ ନିରଞ୍ଜନ ବାରିକ, ଅଧ୍ୟାପକ ସୁଧାଂଶୁ ସାମଲ, ଶିକ୍ଷାବିତ କାର୍ତିକ ରାଉତ ପ୍ରେମାନନ୍ଦ ସୂତାର, ନିମାଇ ମଲ୍ଲିକ, ନାରାୟଣ ବିଶ୍ୱାଳ,ସୁରେଶ ନାୟକ, ସାମ୍ବାଦିକ ଚିତ ରଞ୍ଜନ ମଲ୍ଲିକ ଓ ଧନଞ୍ଜୟ ରାଉତ ପ୍ରମୁଖ ଯୋଗ ଦେଇ ଦିବଂଗତ ପ୍ରଧାନଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ସଭାକୁ ରାକେଶ ରଞ୍ଜନ ପ୍ରଧାନ,ଅୟେଶ ପ୍ରଧାନ ଓ ରିତେଶ ପ୍ରଧାନ ପରିଚାଳନା କରିଥିଲେ ।


Next Post

 କେନ୍ଦ୍ରୀୟ ବିଦ୍ୟାଳୟରେ ପରୀକ୍ଷା ପେ ଚର୍ଚ୍ଚା ଓ ନେତାଜୀ ଜୟନ୍ତୀ ପାଳିତ

Tue Jan 23 , 2024
କେନ୍ଦ୍ରାପଡ଼ା, ୨୩ା୧: କେନ୍ଦ୍ରାପଡା ବାରିମୂଳସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ‘ପରୀକ୍ଷା ପେ ଚର୍ଚ୍ଚା – ୨୦୨୪’ ଓ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ପରୀକ୍ଷା ପେ ଚର୍ଚ୍ଚା ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଭାରତର ବିକାଶ, ଚନ୍ଦ୍ରାୟନ, କ୍ରୀଡା ସଫଳତା ଉପରେ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସ୍କୁଲରୁ ଶହେଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେହି ସ୍କୁଲଗୁଡିକ […]

KANIKA