ସମୀର ଟିଭିଏସ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର


କେନ୍ଦ୍ରାପଡ଼ା,୨୩ା୧: ପବିତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ କେଶପୁର ବଜାରସ୍ଥିତ ସମୀର ଟିଭିଏସ ସୋରୁମ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ କଟକରେ କର୍କଟପିଡିତ ଅସହାୟ ରୋଗୀମାନଙ୍କୁ ସହାୟତା ପ୍ରଦାନ କରୁଥିବା କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମର ସମାଜସେବୀ ଅଭିମନ୍ୟୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ଡାକ୍ତରଖାନା ରକ୍ତଭଣ୍ଡାରର କର୍ମଚାରୀମାନଙ୍କ ସହଯୋଗରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୦୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ଉପଲକ୍ଷେ ସମୀର ଟିଭିଏସ୍‌ର ମୁଖ୍ୟ ସମୀର କୁମାର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଏଭଳି ସାମାଜିକ କାର୍ଯ୍ୟର ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ସଂସ୍ଥା ପକ୍ଷରୁ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକୁ ଆହୁରି ଅଧିକ ଭାବରେ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ୧୩୫ଥର ରକ୍ତଦାନ କରିଥିବା କେ.ଏମ. ଅନ୍ନଦା ପ୍ରସାଦ, ସାମ୍ବାଦିକ ସୁବ୍ରତ ସାମଲ, ଚିତ୍ତରଞ୍ଜନ ଦାସ, ମୁକ୍ତେଶ୍ୱର ସ୍ୱାଇଁ, ସାମାଜିକ କର୍ମୀ ଶିଶିର ସାହୁ, ଲଲିତ ଦାସ, ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସମୀର ଟିଭିଏସର କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା, ଅନିଜା ଜେନା, ନାରାୟଣ ପଣ୍ଡା, ଦିପ୍ତିମୟୀ ସେଠୀ, ଶୁଭଶ୍ରୀ ନାୟକ, ସଙ୍ଗୀତା ଦାସ, ଦେବରଶ୍ମୀ ବେଉରା, ଦେବୀ ପ୍ରସାଦ ଭଞ୍ଜ, ଗୀତାଞ୍ଜଳି ସ୍ୱାଇଁ, ରଶ୍ମୀତା ଦାସ, ରଶ୍ମୀତା ସ୍ୱାଇଁ, ଭାନୁପ୍ରିୟା ସେଠୀ, ଧନେଶ୍ୱର ମଲ୍ଲିକ, ସିଦ୍ଧାନ୍ତ ସେଠୀ, ରତିକାନ୍ତ ପ୍ରଧାନ, ସଶ୍ମିତା ଜେନା, ସୁବାଷ ସ୍ୱାଇଁ, ଦୀପକ ସାମଲ, ଚୈତନ୍ୟ ସ୍ୱାଇଁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।


Next Post

ମଙ୍ଗୁଭାଇଙ୍କ ରାଜନୈତିକ ଜୀବନ କେନ୍ଦ୍ରାପଡାର ଅର୍ଦ୍ଧଶତାବ୍ଦୀର ଇତିହାସ

Tue Jan 23 , 2024
କେନ୍ଦ୍ରାପଡ଼ା, ୨୩ା୧:କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ବଡହାଟରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ଶୈଳେନ୍ଦ୍ର ନାରାୟଣ ଦାସ(ମଙ୍ଗୁଭାଇ)ଙ୍କ ଚଳିତ ମାସ ୧୨ ତାରିଖରେ ମହାପ୍ରୟାଣ ହୋଇଥିଲା । ଆଜି ତାଙ୍କର ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ସ୍ୱୟଂସେଲିବ୍ରେସନ୍ ମଣ୍ଡପରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାକ୍ତନ ବିଧାୟକ […]

KANIKA