୨୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ଶୁଭ ଶିଳାନ୍ୟାସ



ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶ୍ରିବାଦରେ ଆଜି ପଟ୍ଟାମୁଣ୍ଡାଇ ବିକାଶରେ ଏକ ନୂଆ ଫର୍ଦ ଯୋଡି ହେବା ସହିତ ବିକାଶଧାରା ଅଧିକ ତ୍ୱରାନ୍ୱିତ ହୋଇଛି ବୋଲି ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରି ଗଙ୍ଗାରାମପୁର ପଂଚାୟତ କୁଆଖିଆ ଛକ ଠାରେ ଆୟୋଜିତ ବିରାଟ ସାଧାରଣ ସଭାରେ ଭାଷଣ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଶ୍ରୀସାହୁ କହିଲେ ପଟ୍ଟାମୁଣ୍ଡାଇ-ରାଜନଗର ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଦରଦ ରହିଛି ଓ କରୋନା ମହାମାରୀ ଓ ବିରୋଧୀଦଳର ଚକ୍ରାନ୍ତ ସତ୍ୱେ ବିକାଶଧାରା ତ୍ୱରାନ୍ୱିତ ହୋଇ ସମଗ୍ର ଅଂଚଳର ନବକଳେବର ହୋଇଛି । ଆଜି ପଟ୍ଟାମୁଣ୍ଡାଇ ବିକାଶରେ ଏକ ନୂଆ ଫର୍ଦ ଯୋଡ଼ି ହୋଇଛି । ସବୁ ବର୍ଗର ଲୋକମାନଙ୍କ ପାଇଁ ଯୋଜନା ପରେ ଯୋଜନା କରି ଅପରାଜେୟ ପାଲଟିଥିବା ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୁବ ଛାତ୍ର ମହିଳା ଓ ବରିଷ୍ଠ ନାଗରିକମାନେ ଆଗେଇ ଆସିବାକୁ ବିଧାୟକ ଆହ୍ୱାନ ଦେଇଥିଲେ ।

ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ପଟ୍ଟାମୁଣ୍ଡାଇ -ରାଜନଗର ବିକାଶର ସାରଥୀ ଧ୍ରୁବ ସାହୁଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ । ୧୭ ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ,ଗଙ୍ଗାରାମପୁର ସରପଂଚ ସନ୍ତୋଷିନୀ ଜେନା, ଅରଡ଼ପଲ୍ଲୀ ସରପଂଚ ବୁଦ୍ଧିରାମ ବେହେରା, ପୂର୍ବତନ ସରପଂଚ ସୁମନ୍ତ ଦାସ ଟୂବୁଲି ଚୌଧୁରୀ ଓ ପ୍ରଫୁଲ୍ଲ ତରାଇ ବ୍ଲକ ବିଜେଡି ଉପସଭାପତି ଅରକ୍ଷିତ ସାହୁ, ସାଧାରଣ ସମ୍ପାଦକ କଳାକାର ପ୍ରଧାନ, ପୂର୍ବତନ ସରପଂଚ ଗଗନ ବାରିକ,ଯୁବନେତା ଦିଲ୍ଲୀପ ଜେନା, ଗଗନ ପ୍ରସାଦ ଦାସ,ସାନଜରିଆ ପଂଚାୟତ ବିଜେଡି ସଭାପତି ଅଜାମ୍ବର ପ୍ରଧାନ, ବ୍ଲକ ସୋସିଆଲ ମିଡ଼ିଆ ସଂଯୋଜକ ନୟନ ଗିରି, ଯୁବନେତା ସୁଧାଂଶୁ ଜେନା, ବିକ୍ରମ ରାୟ ପ୍ରମୁଖ ଭାଷଣ ଦେଇଥିଲେ । ବିଧାୟକ ସାହୁ ସର୍ବପ୍ରଥମେ ବିଧାୟକ ଅନୁଦାନ ପାଣ୍ଠିରୁ ୫ ଲକ୍ଷ ଟଙ୍କା ବ୍ୟୟରେ ଖଡ଼ିଅଂଟା ପଂଚାୟତର ଗ୍ରାମ୍ୟ ରାସ୍ତା ଶୁଭ ଦେବା ପରେ ୫କୋଟି ଟଙ୍କା ବ୍ୟୟରେ ଆମ୍ଭେର-ଅଠରବାଟିଆ ରାସ୍ତାର ଗୋବରୀ ନଦୀ ଉପରେ ବିଜୁ ସେତୁ ଶୁଭ ଦେବା ସହିତ ୫କୋଟି ଟଙ୍କା ବ୍ୟୟରେ ସାନଜରିଆ କଳପଡା ରାସ୍ତା ଶୁଭ ଦେଇଥିଲେ । ଏହାଛଡା ୬କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ୧-୧/୨ କ କେନାଲ ( ସାନଜରିଆ ଠାରୁ ନୀଳକଣ୍ଠେଶ୍ୱର ମହାଦେବ କେନାଲ ପର୍ଯ୍ୟନ୍ତ ) ପ୍ରକଳ୍ପ ଶୁଭ ଦେବା ସହିତ ୩କୋଟି ୨୬ଲକ୍ଷ ଟଙ୍କା ବ୍ୟୟରେ ମାଳିବସା – ନୟାକୋଟ ରାସ୍ତା ଓ ୩କୋଟି ଟଙ୍କା ବ୍ୟୟରେ ଭେଡ଼ିସାହି – ହୀରାବାଙ୍କ ରାସ୍ତା ଶୁଭ ଦେଇଥିଲେ ।


Next Post

ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

Wed Jan 24 , 2024
କେନ୍ଦ୍ରାପଡ଼ା,୨୪ା୧: ରାଜ୍ୟ ସରକାର କୃଷି ତଥା କୃଷକମାନଙ୍କ ଉନ୍ନତି ଓ କ୍ରମବର୍ଦ୍ଧିଷ୍ଣୁ ଜନସମୁଦାୟର ଖାଦ୍ୟ ସୁରକ୍ଷା ନିମନ୍ତେ ଜଳ ସୁରକ୍ଷାର ବିକାଶ ଓ ସଫଳ ପରିଚାଳନା ନିମନ୍ତେ ଗୁରୁତ୍ୱଆରୋପ କରୁଛନ୍ତି ବୋଲି ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦର ଅଧ୍ୟକ୍ଷା ଗୀତାଞ୍ଜାଳୀ ସେଠୀ ମତବ୍ୟକ୍ତ କରିଥିଲେ । ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ […]

You May Like