କେନ୍ଦ୍ରାପଡ଼ା,୨୫ା୧: ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ୟାମସୁନ୍ଦରପୁର ପଞ୍ଚାୟତର ମରଡପୁରସ୍ଥିତ ମୁଣ୍ଡାବସ୍ତିରେ ଶୀତବସ୍ତ୍ର କମ୍ବଳ, ପିଲାମାନଙ୍କୁ ସାର୍ଟପ୍ୟାଣ୍ଟ୍ ଓ ବିସ୍କୁଟ ବଣ୍ଟନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ସେଠାରେ ପହଞ୍ଚି ବସ୍ତିର ବୃଦ୍ଧ,ବୃଦ୍ଧାଙ୍କ ସମେତ ପ୍ରତ୍ୟେକ ପରିବାରର ସଦସ୍ୟମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ସହ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଡ଼ପଡା ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ନୂଆ-ଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ରମାକାନ୍ତ ଆଚାର୍ଯ୍ୟ ମୁଖ୍ୟଅତିଥି ଓ ଓଡ଼ିଆ ବିଭାଗ ଅଧ୍ୟାପକ ମନୋରଞ୍ଜନ ଆଚାର୍ଯ୍ୟ ମୁଖ୍ୟବକ୍ତା, ରାଜନୀତି ବିଜ୍ଞାନ ଅଧ୍ୟାପକ ପଂଚାନନ ମଲ୍ଲିକ ସମ୍ମାନିତବକ୍ତା, ଇତିହାସ ବିଭାଗ ଅଧ୍ୟାପକ ଡ଼ ରାଜେନ୍ଦ୍ର ପାତ୍ର ଓ ଅଧ୍ୟାପିକା ପୁଷ୍ପାଞ୍ଜଳି ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦରେ ମୁକ୍ତା ଯୋଜନା ସମ୍ପର୍କିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଉପାଧ୍ୟକ୍ଷା ଅନୁପ୍ରିୟା ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ଯୋଗ ଦେଇ ସହର ରୂପାନ୍ତକରଣରେ ମୁକ୍ତା ଏକ ଅଭିନବ ଯୋଜନା ବୋଲି ମତପ୍ରକାଶ କରିଥିଲେ । ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ଓ ପରିଚାଳନା ସମ୍ପର୍କରେ କାର୍ଯ୍ୟକ୍ରମ ସଂଯୋଜିକା […]

କେନ୍ଦ୍ରାପଡା, ୨୫/୧:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ରୁଷା ଭବନରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ନୂଆ-ଓ ଓଡିଶା ସାହିତ୍ୟ ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ଘାଟକ ଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଥିଲେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡିଆ ପ୍ରାଧ୍ୟାପକ ବିଶିଷ୍ଟ ଭାଷାବିତ୍ ଡ. ପ୍ରଭାତ କିଶୋର ନାୟକ, ସମ୍ମାନୀତ ଅତିଥି ଥିଲେ […]

ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ଅଂଚଳର ଅନ୍ୟତମ ଗଣପର୍ବ ଓ ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞର ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁଭ ଦିଆଯାଇଛି । ଏହି ଉପଲକ୍ଷେ ପଣ୍ଡିତ ବ୍ରହ୍ମାନନ୍ଦ ନନ୍ଦ ଓ ଭ୍ରମରବର ତ୍ରିପାଠୀଙ୍କ ଯଥାବିଧି ପୂଜାର୍ଚନା ଓ ମନ୍ତ୍ରଧ୍ୱନି ମଧ୍ୟରେ ରାଜନଗର ବିଧାୟକ ଧ୍ରୁବ ସାହୁ ଏହି ଯଜ୍ଞର ଶୁଭ ଦେଇଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ ସରପଂଚଙ୍କ ଦେହାନ୍ତ ପରେ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିନେଇ ଗତ ୨୨ରେ ପଂଚାୟତ କାର୍ଯ୍ୟାଳୟରେ ୱାଡ ୱାଇଜ ପ୍ରାଥମିକ ଭୋଟର ତାଲିକା ପ୍ରକାଶନ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ବ୍ଲକ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱରେ ଥିବା ପଟ୍ଟାମୁଣ୍ଡାଇ ବିଡ଼ିଓ ୨୫ ତାରିଖ ସୁଦ୍ଧା ତାଲିକା ପ୍ରକାଶନ ନ […]

କେନ୍ଦ୍ରାପଡ଼ା,୨୫ା୧: ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ଛାତ୍ର ସାହାଦତ ଖାନ ଅନ୍ତର୍ଜାତୀୟ ଦୈାଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ସେ ଆମ କେନ୍ଦ୍ରାପଡା ଜିଲ୍ଲା ପାଇଁ ଗୈାରବ ଆଣିଦେଇଛନ୍ତି । ସେ ହେଉଛନ୍ତି କେନ୍ଦ୍ରାପଡାର ଆଥଲେଟିକ କୋଚ ସୈାକତ ଖାନଙ୍କ ପୁତ୍ର । ସାହାଦତର କ୍ରୀଡା ପ୍ରତି ଆଗ୍ରହ ରହିଥିବାରୁ ଓ ପ୍ରତ୍ୟେହ ସକାଳୁ ସେ ଅଭ୍ୟାସ ଜାରି ରଖିଥିବାରୁ ଆଜି ଅନ୍ତର୍ଜାତୀୟ […]

କେନ୍ଦ୍ରାପଡ଼ା,୨୫ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ମତଦାନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଶାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ […]

କେନ୍ଦ୍ରାପଡ଼ା,୨୫ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ସାହାସପୁର ଗ୍ରାମର ସମାଜସେବୀ ଶ୍ରୀବତ୍ସ ଓଝାଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ତାଙ୍କ ସାହାସପୁରସ୍ଥିତ ବାସଭବନରେ ଗୀତାପାଠ, ନାମସଙ୍କୀର୍ତ୍ତନ ଓ ଗୋପାଳ ସହସ୍ରନାମ ପଠନ ଅନୁଷ୍ଠିତ ହୋଇଯାଇଛି । ସ୍ମୃତିସଭାରେ ରବୀନ୍ଦ୍ର ନାଥ ପଣ୍ଡା, ହରେକୃଷ୍ଣ ମହାପାତ୍ର, ରବିନ୍ଦ୍ର ନାଥ ମହାପାତ୍ର% ବୈଷ୍ଣବ ସ୍ୱାଇଁ, ଦିବାକର ଦାସ, ଅନିରୁଦ୍ଧ ନାୟକ, […]