କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ ସରପଂଚଙ୍କ ଦେହାନ୍ତ ପରେ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିନେଇ ଗତ ୨୨ରେ ପଂଚାୟତ କାର୍ଯ୍ୟାଳୟରେ ୱାଡ ୱାଇଜ ପ୍ରାଥମିକ ଭୋଟର ତାଲିକା ପ୍ରକାଶନ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ବ୍ଲକ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱରେ ଥିବା ପଟ୍ଟାମୁଣ୍ଡାଇ ବିଡ଼ିଓ ୨୫ ତାରିଖ ସୁଦ୍ଧା ତାଲିକା ପ୍ରକାଶନ ନ କରିବାରୁ ଗୁରୁବର ଦିନ ପୁର୍ବାହ ୧୦ ଟାର ପଂଚାୟତ ବାସିନ୍ଦା ପଂଚାୟତ କାର୍ଯ୍ୟଳୟ ଆଗରେ ଧାରଣା ଦୋବା ସହିତ ଅନଶନରେ ବସିଥିଲେ । ଏ ବାବଦରେ ଖବର ପାଇ ପଟ୍ଟାମୁଣ୍ଡାଇ ରିଟର୍ଣ୍ଣିଂ ଅଫିସର ବିଡ଼ିଓ ଅପରାହ୍ନ ସାଢେ ୩ ଟା ବେଳେ ଭୋଟର ତାଲିକା ଲଗାଇଥିବା ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି ।
ଗତ ଅକ୍ଟୋବର ୨୦୨୩ ରେ ବଡପଡା ସରପଂଚ ସ୍ୱଦାମୀନି ସେଠୀଙ୍କର ଦେହାନ୍ତ ହୋଇଥିଲା । ଏହି ପଂଚାୟତରେ ଉପ ନିର୍ବାଚନ କରାଇବା ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ନିର୍ଦ୍ଧେଶନାମା ଚିଠି ନଂ-୧୪୩ ଗତ ଜାନୁଆରି ୧୦ ରେ ଜାରି କରିଛନ୍ତିା ନିର୍ଦ୍ଦେଶନାମା ଅନୁଯାଇ ଜାନୁଆରି ୧୭ ରୁ ୨୦ ତାରିଖ ଭିତରେ ତାଲିକା ପ୍ରସ୍ଥୁତ କରିବା ଓ ୨୨ରେ ପଂଚାୟତ କାର୍ଯ୍ୟାଳୟରେ ୱାଡ ୱାଇଜ ପ୍ରାଥମିକ ଭୋଟର ତାଲିକା ପ୍ରକାଶନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଏହାର ଆପତି ଅଭିଯୋଗ ପାଇଁ ୨୨ ରୁ ୩୦ ଆଠ ଦିନ ଭିତରେ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ମାତ୍ର ବ୍ଲକ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱରେ ଥିବା ପଟ୍ଟାମୁଣ୍ଡାଇ ବିଡ଼ିଓ ୨୫ ତାରିଖ ସୁଦ୍ଧା ତାଲିକା ପ୍ରକାଶନ ନ କରିନବାରୁ ପୁର୍ବାହ ୧୦ ଟାରେ ପଂଚାୟତ ବାସିନ୍ଦା ପଂଚାୟତ କାର୍ଯ୍ୟଳୟ ଆଗରେ ଧାରଣା ଦୋବା ସହିତ ଅନଶନରେ ବସିଥିଲେ । ପଂଚାୟତବାସୀ ଦେବାଶିଷ ଦାଶ, ପାରେଶ୍ୱର ସେଠୀ, ଅଭୟ ସେଠୀ, ରବିନ୍ଦ୍ର ସେଠୀ, ପ୍ରମୋଦ କର,ସୁରଥ ମଲିକ, ପ୍ରଶାନ୍ତ ସିଂ, ମଳୟ ସେଠୀ, ସୁସନ ପାଢୀ ପ୍ରଶାନ୍ତ ପଣ୍ଡା ପ୍ରମୁଖ କୁହନ୍ତି ଗତ ୨୨ ତାରିଖରେ ପଂଚାୟତ ଅଫିସ ବନ୍ଦ ରହିଥିଲା । ଦିନ ୩ଟା ସୁଦ୍ଧା ୱାଡ ୱାଇଜ ପ୍ରାଥମିକ ଭୋଟର ତାଲିକା ପ୍ରକାଶନ ନପାଇବାରୁ ଅଭିଯୋଗ କରିବାକୁ ପଟ୍ଟାମୁଣ୍ଡାଇ ପଂଚାୟତ ସମିତି କାର୍ଯ୍ୟାଳୟକୁ ଯାଇଥିଲୁ । ମାତ୍ର ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଟା ପାଇଁ ଅଧା ଦିନ ଛୁଟି ରହିଥବା ବେଳେ ବ୍ଲକ ଅଫିସ ସେହି ଦିନ ତମାମ ବନ୍ଦରହିଥିବାରୁ ଅଭିଯୋଗ କରି ନପାରି ନିରାସରେ ଫେରିଥିଲୁ । ଗତ ୨୪ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରି ୨୫ ତାରିଖ ଗୁରୁବାର ଧାରଣା ଦେଇଛୁ । ଖବରପାଇ ବ୍ଲକ ରିଟର୍ଣ୍ଣିଂ ଅଫିସର ପଟ୍ଟାମୁଣ୍ଡାଇ ବିଡ଼ିଓ ଅପରାହ୍ନ ସାଢେ ୩ ଟାରେ ପଂଚାୟତ କାର୍ଯ୍ୟାଳୟରେ ୱାଡ ୱାଇଜ ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରାଇଛନ୍ତି । ମାତ୍ର ଏଥିରେ ବହୁତ ତୃଟିଥିବା ପରିଲକ୍ଷିତ ହୋଇଛି । ବହୁତ ଭୋଟରଙ୍କ ନାମ ଏଥିରେ ନଥିବା ବେଳେ ୨୬-୨୭-୨୮ ତିନି ଦିନ ଛୁଟି ରହୁଛି । ଆପତି ଅଭିଯୋଗ କରିବା ୨୯ ତାରିଖ ଗୋଟିଏ ଦିନରେ ସମ୍ଭବପର ନୁହେଁ । ବ୍ଲକ ରିଟର୍ଣ୍ଣିଂ ଅଫିସର ଅପାରଗତା ପାଇଁ ବହୁ ଭୋଟର ମତଦାନରୁ ବଂଚିତ ହେବେ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି ।