ହରିହରାନନ୍ଦ ଧ୍ୟାନମନ୍ଦିରରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ


ପରମହଂସ ପଜ୍ଞାନନ୍ଦଜୀ ୬୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ


ପଟ୍ଟାମୁଣ୍ଡାଇ ୨୫/୭ କଳ୍ପତରୁ ନାୟକ-ପରମହଂସ ପଜ୍ଞାନନ୍ଦଜୀ ୬୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଅଗଷ୍ଠ ୧୦ ରେ ରକ୍ତଦାନ ଶିବର ଆୟୋଜନକୁ ନେଇ ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ହରିହରାନନ୍ଦ ଧ୍ୟାନମନ୍ଦିର ବେଲତଳ ଠାରେ ଅନୁଷ୍ଠିତ ହୋଇଯାଇଛି । ବାବା ଦୁଷ୍ମନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ୱାମୀ ସୁଗିଦାନନ୍ଦ ଗିରି, ସ୍ୱାମୀ ବ୍ରଜେଶାନନ୍ଦ ଗିରି , ସ୍ୱାମୀ ଧ୍ୟନ ନିସ୍ତାନନ୍ଦ ଗିରି, ବାବା ଗୋପିନାଥ କର,ବାବା ବ୍ରଜ କିଶୋର ପଣ୍ଡା, ବାବା ଅଭିମନ୍ୟୁ ପଢିହାରୀ ସମେତ ବହୁ ଶିଷ୍ୟଗଣ ଉପସ୍ଥିତ ରହି ଆଗାମୀ ଅଗଷ୍ଠ ୧୦ତାରିଖ ସକାଳ ୯ଟାରୁ ଅପରାହ୍ନ ଅଢେଇଟା ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତଦାନ ଶିବିରକୁ ସଫଳ କରିବା ସହିତ ବ୍ୟାପକ ପ୍ରଚାର ପ୍ରସାର କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା ।


Next Post

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ

Mon Jul 28 , 2025
ପଟ୍ଟାମୁଣ୍ଡାଇ ୨୭/୭ -ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ପୌରପରିଷଦ ୧୦ ନମ୍ୱର ୱାର୍ଡ ୨୨୯ ନମ୍ୱର ବୁଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୨୪ ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାଜପା ରାଜ୍ୟପରିଷଦ ସଦସ୍ୟ ସୁନାକର ବେହେରା ଯୋଗ ଦେଇ ମନ କି ବାତ ଶୁଣିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସାରା ଦେଶର ନାଗରିକଙ୍କୁ ଦେଶର […]

KANIKA