ପଟ୍ଟାମୁଣ୍ଡାଇ ପୌର ପରିଷଦରେ ମୁକ୍ତା ଦକ୍ଷତା ବିକାଶ କାର୍ଯ୍ୟକ୍ରମ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦରେ ମୁକ୍ତା ଯୋଜନା ସମ୍ପର୍କିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଉପାଧ୍ୟକ୍ଷା ଅନୁପ୍ରିୟା ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି ଯୋଗ ଦେଇ ସହର ରୂପାନ୍ତକରଣରେ ମୁକ୍ତା ଏକ ଅଭିନବ ଯୋଜନା ବୋଲି ମତପ୍ରକାଶ କରିଥିଲେ । ମୁକ୍ତା ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ଓ ପରିଚାଳନା ସମ୍ପର୍କରେ କାର୍ଯ୍ୟକ୍ରମ ସଂଯୋଜିକା ଶୁଭଦର୍ଶନୀ ତରାଇ, ମୁକ୍ତାଟିମ ଟ୍ରେନର କବିବ୍ରତ ଦାସ, ନଳିନୀକାନ୍ତ ସେନାପତି, ଜେ ବି ସୁନ୍ଦରରାୟ, ସି ଏମ ଏମ ମାମିନି ପଣ୍ଡା ଓ ସି ଓ ତପସ୍ୱିନୀ ଦାଶ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ପୌର ପରିଷଦର ୧,୨,୩,୪ ନଂ ୱାର୍ଡର ମହିଳା ଏସ ଏସ ଜିଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମ ୨୪ଦିନ ଧରି ଚାଲିବ ବୋଲି ଜଣାପଡିଛି ।


Discover more from

Subscribe now to keep reading and get access to the full archive.

Continue reading