ରାଜଶ୍ରୀର ପ୍ରମୁଖ କର୍ମକର୍ତ୍ତାମାନେ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିତ



କେନ୍ଦ୍ରାପଡ଼ା, ୩୦ା୧: ରାଜ୍ୟର ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ଦିତୀୟ ଭଞ୍ଜ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ ପ୍ରାୟୋଜିତ ଗୋଲକ ଚନ୍ଦ୍ର ଭଞ୍ଜଙ୍କ ୧୨୮ତମ ଜୟନ୍ତୀ ଉତ୍ସବ ଓ ସାରସ୍ୱତ ସମାରୋହ ଅବସରରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ପ୍ରମୁଖ କର୍ମକର୍ତ୍ତାଗଣ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିର୍ର୍ତ ହେବା ଅନୁଷ୍ଠାନ ପାଇଁ ଗୌରବର ବିଷୟ । ମହାଙ୍ଗାର ଗୋପାଳପୁର ସ୍ଥିତ ପଲ୍ଲୀ ସାଂସ୍କୃତିକ ସାମୁଖ୍ୟ ପରିସରରେ ପ୍ରାୟୋଜିତ ସାରସ୍ୱତ ସମ୍ମିଳନରେ ସଭାପତି ଔପନ୍ୟାସିକା ବିଦ୍ୟୁଲ୍ଲତା ପ୍ରଧାନ ଅଧ୍ୟକ୍ଷତା କରି ଏକ ଐତିହାସିକ ଭବ୍ୟ ମଞ୍ଚ ସମର୍ପି ଦେଇଥିଲେ ଦ୍ୱିତୀୟ ଭଞ୍ଜଙ୍କ ସମର୍ପଣ କରି । ଏହି ଅବସରରେ ରାଜଶ୍ରୀର ଅନ୍ୟତମ ଉପଦେଷ୍ଟା କବି ଅନାଦିଚରଣ ମାହାଳି, କାର୍ଯ୍ୟକାରୀ ସଭାପତି କବି ମଞ୍ଜୁଳ ମଞ୍ଜୁଶ୍ରୀ ବରାଳ, କାର୍ଯ୍ୟକାରୀ ସଦସ୍ୟା କବି ସନ୍ନିଭା ମିଶ୍ର ଦାଶ, କବି ଜ୍ୟୋସ୍ନାରାଣୀ ସୂତାର, କବି ପ୍ରତାପ ଚନ୍ଦ୍ର ପଣ୍ଡା, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ କବି ବ୍ରଜକିଶୋର ଦାଶ ପ୍ରମୁଖଙ୍କୁ ସାରସ୍ୱତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସମ୍ମିଳନୀରେ ବିଶିଷ୍ଟ ଶିକ୍ଷାବିତ ଡ. ବାବଜୀ ଚରଣ ପଟ୍ଟନାୟକ, ଲବ୍ଧପ୍ରତିଷ୍ଠ କବି ଡ. ଅପର୍ଣ୍ଣା ମହାନ୍ତି, ଡ. ଏକାଦଶୀ ପ୍ରଧାନ, ପ୍ରାଧ୍ୟାପକ ବିରୂପାକ୍ଷ ରାୟ, କବି ଶ୍ରୀଧର ପଣ୍ଡା, କବି ଆଲୋକ କୁମାର ସାହୁ, ବିଶିଷ୍ଟ ଶିଶୁ ସାହିତ୍ୟିକ ଭକ୍ତିଚରଣ ସାହୁ, ପଣ୍ଡିତ ଶାରଦା ପ୍ରସନ୍ନ ମିଶ୍ର ପ୍ରମୁଖ ଉକ୍ତ ସାରସ୍ୱତ ସମାବେଶରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ରାଜ୍ୟର ପାଞ୍ଚଶାହରୁ ଉର୍ଦ୍ଧ୍ୱ କବି ସାହିତ୍ୟିକ ଉକ୍ତ କାର୍ଯ୍ୟକ୍ରମରେ ସମାଯୋଜିତ ହୋଇଥିଲେ । ଇତ୍ୟବସରେ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱଙ୍କୁ ରାଜଶ୍ରୀର ଉପଦେଷ୍ଟା ତଥା ବିଧାନସଭା ସଚିବ ଦାଶରଥୀ ଶତପଥି, ପ୍ରାବନ୍ଧିକ ଡ. ଯୁଧିଷ୍ଠିର ଖଟୁଆ, ବିଶିଷ୍ଟ ପରିବେଶବିତ୍ ତଥା ରାଜଶ୍ରୀର ସବାପତି କାଶୀନାଥ ରାଉତରାୟ, ମାର୍ଗଦର୍ଶକ କବି ସଞ୍ଜୟ କୁମାର ରଥ, ସମ୍ପାଦକ ଆଶୁକବି ହେମନ୍ତ ଜେନା. ଉପସଭାପତି ପ୍ରେମଲତା ଗିର, ସୌଜନ୍ୟ ସମ୍ପାଦକ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ, କବି ବ୍ରଜସୁନ୍ଦର ସାହୁ, ସହସମ୍ପାଦିକା ସୁପ୍ରିୟା ସାହୁ ପ୍ରମୁଖ ଅନେକ କର୍ମକର୍ତ୍ତା ଅଭିନନ୍ଦନ ଜଣାଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading