କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷା ପ୍ରାଧ୍ୟାପିକା ସଲୀଳା ବାରିକଙ୍କ ପୌରାହିତ୍ୟ ଓ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସସ୍ମିତା ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ସଭାରେ ଅଧ୍ୟାପିକା ବିଜୟାଲଷ୍ମୀ ସ୍ୱାଇଁ, ଅଧ୍ୟାପିକା କବିତା ରାଉତ, ଅଧ୍ୟାପିକା ଅଳକା ଦାସ, ଅଧ୍ୟାପିକା କବିତା ପାତ୍ର, ଅଧ୍ୟାପିକା ମଞ୍ଜୁଶ୍ରୀ ଜେନା, ଅଧ୍ୟାପିକା ମଳୟ ମଞ୍ଜରୀ ନାୟକ ଓ ଅଧ୍ୟାପକ ସୁଶାନ୍ତ ସେଠୀ ବାଳିକାମାନଙ୍କୁ ଆତ୍ମ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ମାଷ୍ଟର ଟ୍ରେନର ଶ୍ରାବଣୀ ମଲ୍ଲିକ ବାଳିକାମାନଙ୍କୁ ଆତ୍ମସୁରକ୍ଷା କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରରେ ଉଷା ଦେବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ, ଅଧ୍ୟାପିକାଅଧ୍ୟାପକ ଓ କର୍ମଚାରୀ ଯୋଗ ଦେଇଥିଲେ ।