ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର



କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ବ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ କା ର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଳିକା ଆତ୍ମରକ୍ଷା ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଛାତ୍ରୀମାନେ ସୁରକ୍ଷିତ ହେଲେ ସାମାଜିକ ବ୍ୟବସ୍ଥା ସୁଦୃଢ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ମହିଳା ଏନ ସି ସି ଅଫିସର ଆର ଏନ ମଧୁସ୍ମିତା ପରିଡା ବାଳିକା ଆତ୍ମରକ୍ଷା କୌଶଳ ଉପରେ ଆଲୋକପାତ କରିଥିଲେ । ପ୍ରଶିକ୍ଷଣ ଶିବିର ସଂଯୋଜିକା ଅଧ୍ୟାପିକା ସୀମାଙ୍ଗିନୀ ଦାସ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ନୃତ୍ୟ ଓ ସଂଗୀତ ସହିତ ଆତ୍ମରକ୍ଷା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା । ଶେଷରେ ସହସଂଯୋଜିକା ଅଧ୍ୟାପିକା ଶୁଭଲଷ୍ମୀ ପ୍ରଧାନ ଧନ୍ୟବାଦ ଦେଇଥିଲେ । ପ୍ରାଧ୍ୟାପକ ପ୍ରମୋଦ ସ୍ୱାଇଁ, ଅମୀୟ ଦାସ,ଡ଼ ନିବେଦିତା ପ୍ରଧାନ, ଅଧ୍ୟାପକ ଜଗନ୍ନାଥ ବେହେରା ଓ ଅଧ୍ୟାପିକା ଶୁଭଶ୍ରୀ ପୋଥାଳ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ବ୍ରାହ୍ମଣୀ ଘେରି ବନ୍ଧ ରାସ୍ତା ପଲଟିଛି ବିଭାଗୀୟ କର୍ତୃପକ୍ଷ ଓ ଠିକାଦାରଙ୍କ ଲେଉଟିଆ କିଆରି , ଦେଢ ବର୍ଷରେ ଦେଢ କୋଟି ଖର୍ଚ୍ଚ , ରାସ୍ତାରେ ଗାତ ସୃଷ୍ଟି ହୋଇ ଯାତାୟାତରେ ଅନ୍ତରାୟ

Tue Jan 30 , 2024
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ବାଇପାସ୍‌ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ସାଢେ ୧୭ କିମି ରାସ୍ତା ବିଭାଗୀୟ କର୍ତୃପକ୍ଷ ଓ ଠିକାଦାରଙ୍କ ଲେଉଟିଆ କିଆରି ସାଜିଛି । ଗତ ଦେଢ ବର୍ଷ ମଧ୍ୟରେ ଉକ୍ତ ରାସ୍ତାର ନିର୍ମାଣ ଓ ମରାମତି ବାରମ୍ବାର କରାଯାଇଛି । କିନ୍ତୁ ରାସ୍ତା ନିର୍ମାଣ, ମରାମତି ହେବା ପରେ ମଧ୍ୟ ରାସ୍ତାରୁ ପିଚୁ ଉଠିଯିବା ସହ ଗାତ […]

You May Like