ବରିଷ୍ଠ ସ୍ତମ୍ବକାର ସାମ୍ବାଦିକ ଅରୁଣ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି


କେନ୍ଦ୍ରାପଡ଼ା,୩୦ା୧ : ବରିଷ୍ଠ ସ୍ତମ୍ବକାର, ସାମ୍ବାଦିକ, ଦୈନିକ ସମାଜର ପ୍ରାକ୍ତନ ବରିଷ୍ଠ ସହ ସମ୍ପାଦକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଅଭିଭକ୍ତ କଟକ ଜିଲ୍ଲାର ପୂର୍ବତନ ପ୍ରଚାରକ ଓ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସାଧାରଣ ସମ୍ପାଦକ ସ୍ୱର୍ଗତ ଅରୁଣ ପଣ୍ଡାଙ୍କ ବିୟୋଗରେ ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସତ୍ୟନାରାୟଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଦୈନିକ ଶୃତିର ସମ୍ପାଦକ ପଣ୍ଡିତ ସର୍ବେଶ୍ୱର ମିଶ୍ର, ଅତିଥି ଭାବେ ପଣ୍ଡିତ ହୃଷିକେଶ ରଥ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ଉତ୍ସର୍ଗୀକୃତ, ନିଷ୍ଠାପର ସେବା ଯୋଗୁଁ ରାଜ୍ୟରେ ରାଷ୍ଠ୍ରୀୟ ସ୍ୱୟଂ ସେବକ ସଙ୍ଘ ଓ ବିଶ୍ୱ ହିନ୍ଦୁ ପରିଷଦର କାୟା ବିସ୍ତାର କରିଥିଲା । ଏଥିସହିତ ଜଣେ ଜଣେ ସାମ୍ବାଦିକ, ସମ୍ବକାର ଓ ଲେଖକ ଭାବେ ସମାଜର ନିଛକ ସତ୍ୟକୁ ଲୋକ ଲୋଚନକୁ ଆଣିବାକୁ ସମର୍ଥ ଥିଲେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ଆଇନଜୀବୀ ବୈଦ୍ୟନାଥ ଚାଟାର୍ଜୀ, ଡ. ସୁନାକର ସାମଲ, ନୃସିହ ପ୍ରସାଦ ପତ୍ରୀ, ଆଇନଜୀବୀ ସରୋଜରାଜ ସିଂହ, ହିମାଂଶୁ ଶେଖର ଦାଶ, କିଶୋର ପଣ୍ଡା, ଆଶୋକ ସୁଆର,ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା, ହିମାଂଶୁ ନାୟକ, ହରିଶ ଚନ୍ଦ୍ର ଜେନା, ଫକିର ବେହେରା, ନୃସିଂହ ଚରଣ ତ୍ରିପାଠୀ, ମନୋଜ ରାଉତ, ଭିକାରୀ ପ୍ରଧାନ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


Next Post

ଟ୍ରକକୁ ପିଟିଲା ବାଇକ : ୨ ଗୁରୁତର, ୧ ଆହତ

Wed Jan 31 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ନିକଟ କାକୁଡିପଲ୍ଲୀ ଛକ ଠାରେ ଟ୍ରକ ପଛରେ ବାଇକ୍ ଧକ୍କା ଦେବାରୁ ୩ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୨ ଗୁରୁତରଙ୍କୁ କେନ୍ଦ୍ରାପଡା ସ୍ଥାନାନ୍ତର କରାଯାଇଛି । ସେମାନେ ହେଲେ ସ୍ଥାନୀୟ ନିମପୁର ଗାଁର ଜିସୁକ୍ରିଷ୍ଣ ବାରିକ, କାହ୍ନୁଚରଣ ବାରିକ, ନାରାୟଣ ବାରିକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ବୁଧବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ବଜାରରୁ ଏକ ବାଇକରେ […]

KANIKA