ଟ୍ରକକୁ ପିଟିଲା ବାଇକ : ୨ ଗୁରୁତର, ୧ ଆହତ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ନିକଟ କାକୁଡିପଲ୍ଲୀ ଛକ ଠାରେ ଟ୍ରକ ପଛରେ ବାଇକ୍ ଧକ୍କା ଦେବାରୁ ୩ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୨ ଗୁରୁତରଙ୍କୁ କେନ୍ଦ୍ରାପଡା ସ୍ଥାନାନ୍ତର କରାଯାଇଛି । ସେମାନେ ହେଲେ ସ୍ଥାନୀୟ ନିମପୁର ଗାଁର ଜିସୁକ୍ରିଷ୍ଣ ବାରିକ, କାହ୍ନୁଚରଣ ବାରିକ, ନାରାୟଣ ବାରିକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ବୁଧବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ବଜାରରୁ ଏକ ବାଇକରେ ୩ ଜଣ ଆରୋହୀ ପଟ୍ଟାମୁଣ୍ଡାଇ-ରାଜନଗର ପୁରୁଣା ରାସ୍ତାରେ ନିମପୁର ଆଡକୁ ଯାଉଥିଲେ । ରାଜନଗର ଅଭିମୁଖେ ଯାଉଥିବା ଏକ ଆଇଚର ଟ୍ରକ ହଠାତ୍ କାକୁଡିପଲ୍ଲୀ ନିକଟରାସ୍ତାରେ ବ୍ରେକ କରି ଦେବାରୁ ପଛରୁ ଆସୁଥିବା ଏହି ବାଇକଟି ଖୁବ ଯୋରରେପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକ ଓ ପଛରେ ବସିଥିବା ୨ ସହଯୋଗୀ ଟ୍ରକରେ ବାଡ଼େଇ ତଳେ ପଡ଼ିଯାଇଥିଲେ । ସେହି ସମୟରେ ପଛପଟୁ ଆସୁଥିବା ଅନ୍ୟଏକ ବାଇକ ତାଙ୍କୁ ଧକ୍କାଦେଇ ଚାଲିଯାଇଥିବା ଉପସ୍ଥିତ ଲୋକେ କହିଛନ୍ତି । ୩ ଗୁରୁତର ଆହତଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରିୟ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସିତ କରାଯାଇଛି । ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡ଼ିଛି । ପୋଲିସ ବାଇକ ଓ ଟ୍ରକକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି ।


Next Post

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ବିଶ୍ୱ ଓଡିଆ ଭାଷା ସମ୍ମିଳନୀ’ର ଉଦ୍‌ଯାପନୀ ଉତ୍ସବ

Wed Jan 31 , 2024
କେନ୍ଦ୍ରାପଡ଼ା, ୩୧ା୧: ମଙ୍ଗଳବାର ଦିନ ମହାବିଦ୍ୟାଳୟର ଗାନ୍ଧୀ ଭବନଠାରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ‘ନୂଆ-ଓ’ କାର୍ଯ୍ୟକ୍ରମ ମାଧ୍ୟମରେ ‘ବିଶ୍ୱ ଓଡିଆ ଭାଷା ସମ୍ମିଳନୀ’ର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଅଧିବେଶନରେ ସଭାପତି ଭାବେ ଯୋଗଦାନ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ବାଉରୀବନ୍ଧୁ ସାହୁ । ସେ ଓଡିଆ ମଧ୍ୟଯୁଗୀୟ ସାହିତ୍ୟରେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଫେସର […]

KANIKA