କେନ୍ଦ୍ରାପଡ଼ା, ୩୧ା୧: ମଙ୍ଗଳବାର ଦିନ ମହାବିଦ୍ୟାଳୟର ଗାନ୍ଧୀ ଭବନଠାରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ‘ନୂଆ-ଓ’ କାର୍ଯ୍ୟକ୍ରମ ମାଧ୍ୟମରେ ‘ବିଶ୍ୱ ଓଡିଆ ଭାଷା ସମ୍ମିଳନୀ’ର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଅଧିବେଶନରେ ସଭାପତି ଭାବେ ଯୋଗଦାନ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ବାଉରୀବନ୍ଧୁ ସାହୁ । ସେ ଓଡିଆ ମଧ୍ୟଯୁଗୀୟ ସାହିତ୍ୟରେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ ଓଡିଆ ସାହିତ୍ୟ ରଚନା ଜଗନ୍ନାଥଙ୍କ ବିନା ଅସମ୍ଭବ ବୋଲି ବକ୍ତବ୍ୟ ରଖିଥିବା ବେଳେ ଡଃ ଗିରିଶ ଚନ୍ଦ୍ର ସାହୁ ଓଡିଆ ଉପନ୍ୟାସର ସାହିତ୍ୟରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରବନ୍ଧପାଠକ ଭାବରେ ଯୋଗଦାନ କରିଥିଲେ ଡଃ ବିଚିତ୍ରାମଞ୍ଜରୀ ତ୍ରିପାଠୀ, ଡଃ ଶାରଦା ପ୍ରସାଦ ମହାନ୍ତି, ଡଃ ଗିରିଜାକାନ୍ତ ଦାସ, ସୂର୍ଯ୍ୟକାନ୍ତ ମଲ୍ଲିକ, ଶଶିଭୂଷଣ ଜେନା ପ୍ରମୁଖ । ଅଧିକାରୀ ନିଲେଶ କୁମାର ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡଃ ଅଜିତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ଧ୍ର ପ୍ରଦେଶର ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ସଂସ୍କୃତ ବିଶାରଦ ପ୍ରଫେସର ହରେକୃଷ୍ଣ ଶତପଥି ଓଡିଆ ସାହିତ୍ୟରେ ଜଗନ୍ନାଥ ସଂସ୍କୃତି କିଭଳି ପ୍ରତିଫଳିତ ତାହା ଦର୍ଶାଇଥିଲେ । ସମ୍ମାନୀତ ଅତିଥି ପ୍ରଫେସର ନନ୍ଦକିଶୋର ପରିଡା ‘ବିଶ୍ୱ ଓଡିଆ ଭାଷା ସମ୍ମିଳନୀ’ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରବୀଣ ପ୍ରଧାନ ସଂଯୋଜନା କରିଥିବାବେଳେ ସସ୍ମିତା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଡଃ ଜ୍ଞାନୀନ୍ଦ୍ର ଦାଶ, ଡଃ ପ୍ରଭାକର ମଲ୍ଲିକ, ରମାନାଥ ମହାନ୍ତି, ଗୌରପ୍ରସାଦ ଷଡଙ୍ଗୀ, ଡଃ ପ୍ରୀତିରେଖା ସ୍ୱାଇଁ, ଡଃ ସୁରେନ୍ଦ୍ର ପ୍ରସାଦ ମଲ୍ଲିକ, ମନୀଷାକାନ୍ତି ଜେନା, ପ୍ରମୋଦ କୁମାର ବେହେରା, ଚନ୍ଦ୍ରକାନ୍ତ ମଲ୍ଲିକ, ସୁଜାତା ଷଡଙ୍ଗୀ ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । ଅତିଥିମାନଙ୍କ ଦ୍ୱାରା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।