ନୂତନ ଜିଲାପାଳଙ୍କ ପଟ୍ଟାମୁଣ୍ଡାଇ ବ୍ଲକରେ ସମୀକ୍ଷା ବୈଠକ



କେନ୍ଦ୍ରାପଡ଼ା ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ପରିଦର୍ଶନରେ ଆସି ବ୍ଲକ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ କରି ସମାଜର ତଳପାହାଚରେ ଥିବା ଲୋକ ନିକଟରେ ଯୋଜନା ପହଁଚାଇବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏଥି ସହିତ ବ୍ଲକକୁ ଆସୁଥିବା ସାଧାରଣଜନତା ଯେପରି ଉଚିତ ଓ ତ୍ୱରିତ ନ୍ୟାୟ ପାଇପାରିବ ସେଥି ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେବା ସହିତ ଏଥିରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ଗତକାଲି ପଟ୍ଟାମୁଣ୍ଡାଇ ବ୍ଲକର ଯୋଗାଣ ବିଭାଗରେ ଘଟିଥିବା ଅଭାବନୀୟ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ କେନ୍ଦ୍ରାପଡ଼ା ପିଡି ରାଜେନ୍ଦ୍ର ପଣ୍ଡା,ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ, ବ୍ଲକ ସହନିର୍ବାହୀଯନ୍ତ୍ରୀ ଜଳଧର ବେହେରା ଓ ରୋଜାଲିନ ମହାଳିକ, ସି ଡି ପି ଓ ମନୋରମା ସ୍ୱାଇଁ, ଯୋଗାଣ ନିରୀକ୍ଷକ ମଧୁସ୍ମିତା ଜେଟିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବ୍ଲକ ସହକାରୀ ଓ କନିଷ୍ଟ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ନୂତନ ଜିଲ୍ଲାପାଳ ବିକାଶ ପଟ୍ଟାମୁଣ୍ଡାଇ ବ୍ଲକରେ ପହଂଚିବା ମାତ୍ରେ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଡ଼ିଓ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ନୂତନ ଜିଲ୍ଲାପାଳଙ୍କ ବ୍ଲକ ପରିଦର୍ଶନ ପରେ ବ୍ଲକ ପ୍ରଶାସନ ଚଳଚଂଚଳ ହୋଇପଡିଛି ।


Discover more from

Subscribe now to keep reading and get access to the full archive.

Continue reading