
କେନ୍ଦ୍ରାପଡ଼ା,୩ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ୧୯୮୬ ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ ଉତ୍ସବ ଭରତପୁର ବେଣାଜୋରି ବଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ସେହି ପୁରୁଣା ସ୍ମୃତିକୁ ରୋମନ୍ଥନ କରିବା ସହ ନିଜ ନିଜ ମଧ୍ୟରେ ସୁଖଦୁଃଖ ବାଣ୍ଟିଥିଲେ । ପୁରାତନ ଛାତ୍ର ସୈାଦାମିନୀ ରାଉତ, ଅରୁଣ ରାଉତ, ନିରଞ୍ଜନ ଜେନା, ସୁଧିର କୁମାର ଜେନା, ପ୍ରଶାନ୍ତ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜୟନ୍ତୀ ମହାନ୍ତି, ଜୟନ୍ତି ନାୟକ, ଅଜୟ ରାଉତ, ନିହାରିକା ରାଉତ, ଝରଣା ଦାସ, କମଳା ରାଉତ, ଅଭୟ ମହାନ୍ତି, ମନରମା ଦାସ, କବିତା ସ୍ୱାଇଁ, ରାଜେନ୍ଦ୍ର ଦାସ, ଆଶିଷ ରାଉତ, ବିଶ୍ୱରଞ୍ଜନ ବେହେରା, ବିଜୟ ବେହେରା ପ୍ରମୁଖ ୪୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।











