
କେନ୍ଦ୍ରାପଡ଼ା, ୪ା୨: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନିକିରାଇ ଗ୍ରାମ ପଞ୍ଚାୟତରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସୁନାମଧନ୍ୟ ପାଲାଗାୟକ ଲକ୍ଷ୍ମଣ ରାଉତ, ଅବସରପ୍ରାପ୍ତ ଶିକ୍ଷକ ସୁସାହିତ୍ୟିକ ସମାଜସେବୀ ରଘୁନାଥ ରାଉତ, ସୁସାହିତ୍ୟିକ କବି ଗଗନ ବିହାରୀ ଜେନା, ବିଶିଷ୍ଟ ସୁସାହିତ୍ୟିକ କବି ଶୈଳଜା ଶଙ୍କର ସାମଲ, ସମାଜସେବୀ ଓ ସାହିତ୍ୟିକ ରାଧାରମଣ ସିଂହ, କଳାକାର ତଥା କବି ରଜନୀକାନ୍ତ ଜୟସିଂହ, ଓଡ଼ିଆ ଅଧ୍ୟାପିକା କବିୟତ୍ରୀ ପ୍ରଭାତୀ ଧଳ ଏବଂ ଯୁବ ସମାଜସେବୀ ତଥା କବି ନିକେତନ ଜେନା ଓଡ଼ିଆ ଭାଷାର ଗାରିମା ସମ୍ବନ୍ଧରେ ଆଲୋକପାତ କରିବା ସହ ସ୍ୱରଚିତ କବିତା ଆବୃତ୍ତି କରିଥିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ । ଏହାସହ କ୍ରୀଡ଼ା ଓ ପାଠପଢାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ତଥା ସମାଜସେବୀ ପ୍ରଭାତ କୁମାର ଉଡାଣ ସିଂହ, ନାଏବ ସରପଞ୍ଚ ଶ୍ରୀଧର ସାହୁ, ହୃଷୀକେଶ ଦାସ, ଅନ୍ନଦା ପ୍ରସାଦ ଦାସ, କିରଣ କୁମାର ସାହୁ, ମନୋଜ ଜେନା, ଦିଲ୍ଲୀପ କୁମାର ସାମଲ, ବିଶ୍ୱକେଶରୀ ଜେନା, ମନୋରଞ୍ଜନ ମହାରଣା, ପଙ୍କଜ କୁମାର ଷେଣ୍ଢ, ସମସ୍ତ ୱାର୍ଡର ସଭ୍ୟ/ସଭ୍ୟା ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।











