ଓଲଟିଲା ବାଲି ବୋଝେଇ ହାଇୱା, ଅଳ୍ପକେ ବର୍ତିଲେ ଡ୍ରାଇଭର ଓ ହେଲପର



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ-ଚଉଦକୁଲାଟ ଘେରିବନ୍ଧ ରାସ୍ତାର ଚଉଦକୁଲାଟ ପାଳ ସେତୁ ନିକଟରେ ଏକ ବାଲି ବୋଝେଇ ହାଇୱା ଟ୍ରକଟି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡିଛି । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଗଲେ ଡ୍ରାଇଭର ଓ ହେଲପର ।ସୂଚନାଯୋଗ୍ୟ ଯେ, ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ନଦୀ ସହିରାତରୁ ପ୍ରତ୍ୟକ ଦିନ ଶହଶହ ଟ୍ରିପ ବାଲି ରାତିଦିନ ଚୋରା ଚାଲାଣ କରାଯାଉଥିବା ବେଳେ ପ୍ରଶାସନର ନିରବ ଦ୍ରଷ୍ଟା ସାଜିଛି । ଫଳରେ ବାଲି ଚୋରା ଚାଲାଣ କାରିମାନେ କଂଟେଷ୍ଠ କରି ରାତିଦିନ ବାଲି ଚାଲାଣ କରିଚାଲିଛନ୍ତି । ସେହିପରି ରବିବାର ବିଲମ୍ବିତ ରାତିରେ ଏକ ବାଲି ବୋଝେଇ ହାଇୱା ଚଉଦକୁଲାଟ ସହିରାତରୁ ବାଲି ଉଠାଇ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାଉଥିବା ବେଳେ ଚଟଦକୁଲାଟ କେନାଲ ପୋଲ ନିକଟରେ ଭରସାମ୍ୟ ହରାଇ ରାସ୍ତାର ୧୦ ଫୁଟ ତଳକୁ ଖସପଡିଥିଲା । ଅଳ୍ପକେ ବର୍ତିଯାଇଥିଲେ ଡ୍ରାଇଭର ଓ ହେଲପର । ସେହିପରି ପଟ୍ଟାମୁଣ୍ଡାଇ ନିଳକଣ୍ଠପୁର ରାସ୍ତାର କୈଲାସି ଗ୍ରାମ ପାଖରେ ଆଉ ଏକ ହାଇୱା ଟ୍ରକଟି ରାସ୍ତା ତଳକୁ ଗଡାଇଦେଇଥିବା ବେଳେ କାହାର କିଛି ହୋଇନାହିଁ । ରାତି ଅନିଦ୍ରା ହୋଇ କଂଟେଷ୍ଟରେ ଡ୍ରାଇଭରମାନେ ଗାଡି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ସାଧାରଣରେ ମତ ପ୍ରକାଶପାଉଛି ।


Next Post

କେନ୍ଦ୍ରାପଡ଼ାରେ ମିଳିତ ଅଭିଯୋଗ ଶୁଣାଣି ଶିବିର

Mon Feb 5 , 2024
କେନ୍ଦ୍ରାପଡ଼ା, ତା ୦୫/୦୨: କେନ୍ଦ୍ରାପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ଣ ୧୦ ଘଟିକା ଠାରୁ ଅପରାହ୍ଣ ୧ ଘଟିକା ପର୍ଯ୍ୟନ୍ତ ମୁନିସିପାଲିଟି ଟାଉନ୍‌ହଲ୍‌ଠାରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ବି ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲାପାଳ(ସାଧରଣ) ପୀତାମ୍ବର ସାମଲ, ଜିଲ୍ଲାପରିଷଦର ମୁଖ୍ୟ […]

You May Like