ଦିବାରାତ୍ର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା,୫ା୨ : ଫକିରାବାଦ୍‌ର ଆଜାଦ କ୍ଲବ ଆନୁକୂଲ୍ୟରେ ଆସନ୍ତା ଫେବୃଆରୀ ମାସ ୧୫ରୁ ୧୮ତାରିଖ ପର୍ଯ୍ୟନ୍ତ ଏକ ସର୍ବଭାରତୀୟ ସ୍ତରୀୟ ୪ଦିନିଆ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟକେନ୍ଦ୍ରାପଡା ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନ୍‌ଙ୍କ ସଭାପତିତ୍ୱରେ କ୍ଲବ ପରିସରରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସଂପାଦକ ସେକ୍ ଲିଆକତ ଅଲ୍ଲୀ ଟୁର୍ଣ୍ଣାମେଣ୍ଟ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ରଖିଥିଲେ । ଏହି ବୈଠକରେ ବିଜେଡି ସାଧାରଣ ସମ୍ପାଦକ ରଞ୍ଜିତ କୁମାର ସାହୁ, କ୍ଲବର ଉପସଭାପତି ମୀର ବକାଉଲ୍ଲା, କୋଷାଧ୍ୟକ୍ଷ ସେକ୍ ଅମୀର, ସେକ ସିରାନ ଅଲ୍ଲୀ, ଉପଦେଷ୍ଟା ସୟଦ ଅହେସାନ ଅଲ୍ଲୀସୟଦ ଅବଦୁଲ ସତ୍ତାର, ସୟଦ ଅକମଲ ଅଲ୍ଲୀ, ମୀର ୟାସୀର ଆରାଫତ୍‌, ସେକ ଅକ୍ତର ଅଲ୍ଲୀ, ସମିଉଲ୍ଲା ଖାନ୍‌, ମୀର ବଚମୀନ୍‌, ଫାୟାଜ୍ ମହମ୍ମଦ୍‌, ଜାହିଦ୍ ଖାନ୍‌, ଓସିଉଲ୍ଲା ଖାନ୍‌, ମୀର ଅମୀର, କଲିମ ଖାନ୍‌, ସେକ ନଫିସ୍‌, ବାସା ଖାନ୍‌, ଅବଦୁଲ ମଜିଦ୍ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading