କେନ୍ଦ୍ରାପଡା ପୌରସଂସ୍ଥା ତରଫରୁ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ- ୨୦୨୪ ଉଦ୍‌ଯାପିତ


କେନ୍ଦ୍ରାପଡ଼ା, ୫ା୨: କେନ୍ଦ୍ରାପଡା ପୌରସଂସ୍ଥା ତରଫରୁ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ- ୨୦୨୪ ପାଳନ ଟାଉନହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୌରସଂସ୍ଥାର ଅଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ପ୍ରାଧ୍ୟାପକ ଡଃ ସର୍ବେଶ୍ୱର ସେଣ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ କବି ନାରାୟଣ ଚନ୍ଦ୍ର ପତି, ଉପାଧ୍ୟକ୍ଷା ଆକବରୀ ଖାତୁନ ଭାବେ ଓଡିଆ ଜାତିର ଅସ୍ମିତା ଓ ପୂର୍ବଜମାନଙ୍କର ଅବଦାନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଓଡିଶା ପ୍ରଦେଶ ଗଠନ, ଶାସ୍ତ୍ରୀୟ ମାନ୍ୟତା ଓ ଭାଷା ସୁରକ୍ଷା ଆନ୍ଦୋଳନ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ ଅତିଥି ପରିଚୟ ଦେଇଥିବାବେଳେ କେନ୍ଦ୍ରାପଡା ପୌରସଂସ୍ଥାର କ୍ୟାସିଅର୍ କବି ଅଶୋକ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପୂର୍ବରୁ ପୌରସଂସ୍ଥା ତରଫରୁ କରାଯାଇଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ଓଡିଆ ସାହିତ୍ୟ ପ୍ରତିଯୋଗିତା, ଚିତ୍ରାଙ୍କନ, ବକ୍ତୃତା ଓ ରଚନାରେ କୃତିତ୍ୱ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ନୂପୂର ନୃତ୍ୟ ଏକାଡେମୀ ଓ ନେତାଜୀ ମଡେଲ ପବ୍ଲିକ ସ୍କୁଲର ଛାତ୍ରୀ କ୍ରିଷ୍ଣା କୁମାରୀ ଗାହାଣ ସ୍ୱାଗତ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅଶୋକ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଞ୍ଜୀବ କୁମାର ମହାନ୍ତି, ସୂଚିସ୍ମିତା ଜେନା, ପ୍ରଶାନ୍ତ ନାୟକ, ପ୍ରତୀକ୍ଷା ନାୟକ, ବି ସ୍ୱପ୍ନା, ବନମାଳୀ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading