ମେଡିକାଲ କଲେଜ ପ୍ରତିଷ୍ଠା ଦାବି : ୮ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ଧାରଣା ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁ ଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରଥମ ଥର ପାଇଁ ଆନ୍ଦୋଳନକୁ ଜିଲ୍ଲା ସ୍ତରରୁ ବ୍ଲକ ସ୍ତରକୁ ନେବାକୁ ନିଷ୍ପତି ଗ୍ରହଣ କରିଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସ୍ଥିତ ରାମ ମନ୍ଦିର ପରିସରରେ ବରିଷ୍ଠ ନାଗରିକ ମଂଚ ଉପଦେଷ୍ଠା ପ୍ରଫେସର ଦୁର୍ଯ୍ୟଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଜନଜାଗରଣ ସଭାରେ ଆସନ୍ତା ଫେବୃଆରୀ ୮ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆନ୍ଦୋଳନକୁ କ୍ରିୟାଶୀଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ରିୟାନୁଷ୍ଠାନ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲ, ଯୋଗଦେଇ କ୍ରିୟାନୁଷ୍ଠାନ କମିଟିର ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିକୁ ପ୍ରତି ପରିବାର ପାଖରେ ପହଁଚାଇବା ସହ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଆନ୍ଦୋଳନ ସଫଳ କରିବାକୁ ପ୍ରସ୍ତାବ ଦେଇଥିଲେ । ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କଣ୍ଡୁରି ଚରଣ ସ୍ୱାଇଁ, ସୁଶାନ୍ତ କୁମାର ଦାଶ,ଗନ୍ଧର୍ବ ଲେଙ୍କା, ରାଜେନ୍ଦ୍ର ପ୍ରସାଦ ସିଂହ, ତ୍ରୈଲୋକ୍ୟ ମିଶ୍ର, ଅମୁଲ୍ୟ ପ୍ରଧାନ,ବିଜୟ କୁମାର ସାହୁ, ପ୍ରମୋଦ ନାୟକ,କୁଳମଣି ଦାଶ,ଦାଶରଥି ସାହୁ,କୈଳାସ ଚନ୍ଦ୍ର ସେଠୀ,ପବନି ରାଉତ,ଗୋକୁଳ ରାଉତ, ରାଜ କୁମାର ବିଶ୍ୱାଳ, ଚତୁର୍ଭୁଜ ରାଉଳ ପ୍ରମୁକ ଯୋଗଦେଇ କେନ୍ଦ୍ରାପଡ଼ାବାସୀ ଉନ୍ନତମାନର ସ୍ୱାସ୍ଥ୍ୟ ସେବାରୁ ଏବେ ବି ବଂଚିତ ଅଛନ୍ତି । ଭୌଗଳିକ ଦୃଷ୍ଟିରୁ କେନ୍ଦ୍ରାପଡ଼ାର ଆଭ୍ୟନ୍ତରୀଣ ଅଂଚଳର ଲୋକମାନେ କଟକ ଯାଇ ସ୍ୱାସ୍ଥ୍ୟ ସେବା ପାଇବାରେ ଆର୍ଥିକ ଦୃଷ୍ଟିରୁ ସମ୍ଭବ ହେଉ ନାହିଁ । ଏହା ସହ ଜିଲ୍ଲାରେ ବହୁ ଡାକ୍ତର ପଦବି ଖାଲି ପଡ଼ିଥିବାରୁ ଲୋକମାନେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇପାରୁ ନାହାନ୍ତି । ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି । କିନ୍ତୁ କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲେ ବି ସରକାର ଏହାକୁ ବିଚାରକୁ ନେଇ ନାହାନ୍ତି । ଫଳରେ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ସୃଷ୍ଟି ହୋଇଥିବା ଅସନ୍ତୋଷ ଆସନ୍ତା ଫେବୃଆରୀ ୮ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆନ୍ଦୋଳନକୁ ସବୁମତେ ସଫଳ କରିବା ପାଇଁ ପଟ୍ଟାମୁଣ୍ଡାଇ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା ।ଶେଷରେ ଇଂ – ତପନ ପାତ୍ର  ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading