ମେଡିକାଲ କଲେଜ ପ୍ରତିଷ୍ଠା ଦାବି : ୮ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ ଧାରଣା ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁ ଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରଥମ ଥର ପାଇଁ ଆନ୍ଦୋଳନକୁ ଜିଲ୍ଲା ସ୍ତରରୁ ବ୍ଲକ ସ୍ତରକୁ ନେବାକୁ ନିଷ୍ପତି ଗ୍ରହଣ କରିଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସ୍ଥିତ ରାମ ମନ୍ଦିର ପରିସରରେ ବରିଷ୍ଠ ନାଗରିକ ମଂଚ ଉପଦେଷ୍ଠା ପ୍ରଫେସର ଦୁର୍ଯ୍ୟଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଜନଜାଗରଣ ସଭାରେ ଆସନ୍ତା ଫେବୃଆରୀ ୮ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆନ୍ଦୋଳନକୁ କ୍ରିୟାଶୀଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ରିୟାନୁଷ୍ଠାନ କମିଟିର ସଭାପତି ଅଧ୍ୟାପକ ଅଜୟ ସାମଲ, ଯୋଗଦେଇ କ୍ରିୟାନୁଷ୍ଠାନ କମିଟିର ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିକୁ ପ୍ରତି ପରିବାର ପାଖରେ ପହଁଚାଇବା ସହ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଆନ୍ଦୋଳନ ସଫଳ କରିବାକୁ ପ୍ରସ୍ତାବ ଦେଇଥିଲେ । ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କଣ୍ଡୁରି ଚରଣ ସ୍ୱାଇଁ, ସୁଶାନ୍ତ କୁମାର ଦାଶ,ଗନ୍ଧର୍ବ ଲେଙ୍କା, ରାଜେନ୍ଦ୍ର ପ୍ରସାଦ ସିଂହ, ତ୍ରୈଲୋକ୍ୟ ମିଶ୍ର, ଅମୁଲ୍ୟ ପ୍ରଧାନ,ବିଜୟ କୁମାର ସାହୁ, ପ୍ରମୋଦ ନାୟକ,କୁଳମଣି ଦାଶ,ଦାଶରଥି ସାହୁ,କୈଳାସ ଚନ୍ଦ୍ର ସେଠୀ,ପବନି ରାଉତ,ଗୋକୁଳ ରାଉତ, ରାଜ କୁମାର ବିଶ୍ୱାଳ, ଚତୁର୍ଭୁଜ ରାଉଳ ପ୍ରମୁକ ଯୋଗଦେଇ କେନ୍ଦ୍ରାପଡ଼ାବାସୀ ଉନ୍ନତମାନର ସ୍ୱାସ୍ଥ୍ୟ ସେବାରୁ ଏବେ ବି ବଂଚିତ ଅଛନ୍ତି । ଭୌଗଳିକ ଦୃଷ୍ଟିରୁ କେନ୍ଦ୍ରାପଡ଼ାର ଆଭ୍ୟନ୍ତରୀଣ ଅଂଚଳର ଲୋକମାନେ କଟକ ଯାଇ ସ୍ୱାସ୍ଥ୍ୟ ସେବା ପାଇବାରେ ଆର୍ଥିକ ଦୃଷ୍ଟିରୁ ସମ୍ଭବ ହେଉ ନାହିଁ । ଏହା ସହ ଜିଲ୍ଲାରେ ବହୁ ଡାକ୍ତର ପଦବି ଖାଲି ପଡ଼ିଥିବାରୁ ଲୋକମାନେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇପାରୁ ନାହାନ୍ତି । ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି । କିନ୍ତୁ କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲେ ବି ସରକାର ଏହାକୁ ବିଚାରକୁ ନେଇ ନାହାନ୍ତି । ଫଳରେ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ସୃଷ୍ଟି ହୋଇଥିବା ଅସନ୍ତୋଷ ଆସନ୍ତା ଫେବୃଆରୀ ୮ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆନ୍ଦୋଳନକୁ ସବୁମତେ ସଫଳ କରିବା ପାଇଁ ପଟ୍ଟାମୁଣ୍ଡାଇ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା ।ଶେଷରେ ଇଂ – ତପନ ପାତ୍ର  ଧନ୍ୟବାଦ ଦେଇଥିଲେ ।


Next Post

ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

Tue Feb 6 , 2024
କେନ୍ଦ୍ରାପଡ଼ା,୫ା୨ : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ଏକ ୬ଦଫା ସମ୍ବଳିତ ଦାବିପତ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସ୍ୱାସ୍ଥ୍ୟସେବାର ମୁଖ୍ୟ ବିନ୍ଧାଣୀ ଆଶାକର୍ମୀଙ୍କ ମାସିକ ପାରିଶ୍ରମିକ ୨୬ହଜାର ଟଙ୍କା ପ୍ରଦାନ କରାଯିବା, ଡବ୍ଲୁଏଚସି ଅର୍ଥ ମହାକାଳପଡା ସିଏଚସିରେ ପ୍ରଦାନ କରାଯିବା, ଆଶାକର୍ମୀଙ୍କ […]

KANIKA