କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଚାଷଜମିକୁ ସୁଷମ ଜଳ ବଂଟନ କରିବା ପାଇଁ ସରକାର କେନାଲଗୁଡିକ ନବୀକରଣ କରି କଂକ୍ରିଟ କରୁଛନ୍ତି । ପଟ୍ଟାମୁଣ୍ଡାଇ ଜଳସଂପଦ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲକୁ ଲାଗିଥିବା ୧୬ ନଂ କେନାଲର ପାଟ୍ କେନାଲ ଓସଙ୍ଗରା ମାଇନର ଉଭୟପାଶ୍ୱ କଙ୍କ୍ରିଟ ହେବା ସହ ବେଡ୍ କାମ ପାଇଁ ୨କୋଟି ୬୩ ଲକ୍ଷ ୩୮ ହଜାର ୨୮୭ ଟଙ୍କା ବ୍ୟାୟ ଅଟକଳ କରାଯାଇ ନିର୍ମାଣ […]

କେନ୍ଦ୍ରାପଡ଼ା ୬ା୨: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗୋଟିଏ ପରେ ଗୋଟିଏ ଛାତ୍ର ବିଶୃଙ୍ଖଳା ଘଟଣା କଲେଜକୁ କଳଙ୍କିତ କରିବାରେ ଲାଗିଛି । କିନ୍ତୁ ଏଦିଗରେ କଲେଜ କତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ଚୁପ ହୋଇ ବସିଯିବା ବିଶୃଙ୍ଖଳାକାରୀଙ୍କୁ ଉତ୍ସାହିତ କରୁଛି । ଏହା ମଧ୍ୟରେ କଲେଜ ପରିସରରେ ୪ଟି ଏଭଳି ଘଟଣା ଘଟି ଯାଇଥିବା ଦେଖାଯାଇଛି । ସେଥିମଧ୍ୟରୁ କଲେଜ କର୍ମଚାରୀଙ୍କୁ ଆକ୍ରମଣ ଘଟଣା […]

କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ସୁଜାତା ପଲାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରୁ ଶିକ୍ଷା ପୁରସ୍କାର ପାଇଛନ୍ତି । ଶ୍ରୀମତୀ ପଲାଇ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଶିକ୍ଷା ପୁରସ୍କାର ବିତରଣ ଉତ୍ସବରେ ପୁରସ୍କୃତ କରାଯାଇଥିଲା । ଏହି […]

କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡାର ଆଇନଜୀବୀ ତଥା ରାଜ୍ୟ କଂଗ୍ରେସ ଓବିସି ସେଲ୍‌ର ଆବାହକ ବିଧୁଭୂଷଣ ମହାପାତ୍ର ରାଜ୍ୟ କଂଗ୍ରେସ କମିଟିର ସଦସ୍ୟ ରୂପେ ନିଯୁକ୍ତି ପାଇଛନ୍ତି । ଶ୍ରୀ ମହାପାତ୍ର ଦୀର୍ଘ ୨୫ବର୍ଷ ହେବ କଂଗ୍ରେସ ଦଳରେ ନିଷ୍ଠାର ସହ କାର୍ଯ୍ୟ କରିବା ସହ ବିଜେଡି ଓ ବିଜେପି ବିରୁଦ୍ଧରେ କଟୁ ।ସମାଲୋଚନା ଓ କଂଗ୍ରେସ ସପକ୍ଷରେ ଯୁକ୍ତି ବାଢି ବିଜେପି ଓ ବିଜେଡିର ତୁଙ୍ଗନେତାଙ୍କ ପ୍ରତିପକ୍ଷ ଦଳର ଦଳପତି […]

  କେନ୍ଦ୍ରାପଡ଼ା, ୬ା୨: “ମା’ ଶାରଳା ଏଜୁକେସ୍‌ନାଲ ଟ୍ରଷ୍ଟ” ଆନୁକୂଲ୍ୟରେ ଲକ୍ଷ୍ୟ ବିଜ୍ଞାନ ଆବାସିକ ଶିକ୍ଷାନୁଷ୍ଠାନ ପରିସରରେ ବାର୍ଷିକ ଉତ୍ସବ ପାଳନ କରାଯିବା ସହିତ ମା’ ଶାରଳାଙ୍କ ବାର୍ଷିକ ପୂଜା ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକ, ବିଶିଷ୍ଟ ଅତିଥି ଭାବରେ ସମାଜସେବୀ ରାଜେଶ ପଣ୍ଡା ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ଆଶ୍ରୀବଚନ ପ୍ରଦାନ […]

କେନ୍ଦ୍ରାପଡା, ୬ା୨ – କେନ୍ଦ୍ରାପଡା କରିଲୋପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟକ୍ଷ ହିମାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଡଃ ସର୍ବେଶ୍ୱର ସେଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ନିରୋଦ କୁମାର ଦାସ ମୁଖ୍ୟବକ୍ତା, ପ୍ରଫୁଲ୍ଲ କୁମାର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷା ଉପରେ ଆଲୋଚନା କରିଥିଲେ । ଅତିଥିମାନେ ଓଡିଆ ଜାତିର ପ୍ରାଣକେନ୍ଦ୍ର […]

କେନ୍ଦ୍ରାପଡ଼ା, ୫ା୨: କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ବ୍ଲକର ମିଳନସ୍ଥଳ ଓ ଗୋବରୀ ନଦୀ କୂଳସ୍ଥ ମା’ ଛୁଆଳିଆ ପର୍ଯ୍ୟଟନସ୍ଥଳୀ ସନ୍ନିକଟରେ ଅବସ୍ଥିତ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ୭ବର୍ଷ ତଳେ ଅବହେଳିତ ହୋଇ ପଡି ରହିଥିବା ଏହି ବିଦ୍ୟାଳୟରେ ମାତ୍ର ୯୦ଜଣ ପିଲା ପଢୁଥିବାବେଳେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ […]

କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କ ପୌରହିତ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରତ୍ୟେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୟନ ହୋଇ ସର୍ବଶ୍ରେଷ୍ଠ କୃତୀ ଛାତ୍ରଛାତ୍ରୀ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ଯୋଗ୍ୟ ବିବେଚିତ ହୋଇଥିବା ଶ୍ରେଷ୍ଠ ପ୍ରତିଯୋଗିମାନଙ୍କର ଜିଲ୍ଲାସ୍ତରରେ ବିତର୍କ, କୁଇଜ, […]

କେନ୍ଦ୍ରାପଡା ସହରରେ ସରକାରୀ ଜମିରେ ବେଆଇନ କୋଠା ନିର୍ମାଣ କରାଯାଉଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ ହୋଇଛି । ସାଧାରଣ ଜନତାଙ୍କ ପାଇଁ ଜଳ ନିଷ୍କାସନ ଓ ରାସ୍ତା ଅଭିବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ ଜଳସେଚନ ବିଭାଗ ଜମିକୁ ଜୋର ଦବରଦସ୍ତ ଅବରୋଧ କରାଯାଇ ସେହି ଜମି ଉପରେ କୋଠା ନିର୍ମାଣ କରାଯାଉଥିବା ସହରର ୧୮ନଂ ୱାର୍ଡର ବାସିନ୍ଦା ମୁକୁନ୍ଦ ଦେବ ସାହୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ […]

କେନ୍ଦ୍ରାପଡ଼ା,୫ା୨ : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ଏକ ୬ଦଫା ସମ୍ବଳିତ ଦାବିପତ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସ୍ୱାସ୍ଥ୍ୟସେବାର ମୁଖ୍ୟ ବିନ୍ଧାଣୀ ଆଶାକର୍ମୀଙ୍କ ମାସିକ ପାରିଶ୍ରମିକ ୨୬ହଜାର ଟଙ୍କା ପ୍ରଦାନ କରାଯିବା, ଡବ୍ଲୁଏଚସି ଅର୍ଥ ମହାକାଳପଡା ସିଏଚସିରେ ପ୍ରଦାନ କରାଯିବା, ଆଶାକର୍ମୀଙ୍କ […]