
କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡାର ଆଇନଜୀବୀ ତଥା ରାଜ୍ୟ କଂଗ୍ରେସ ଓବିସି ସେଲ୍ର ଆବାହକ ବିଧୁଭୂଷଣ ମହାପାତ୍ର ରାଜ୍ୟ କଂଗ୍ରେସ କମିଟିର ସଦସ୍ୟ ରୂପେ ନିଯୁକ୍ତି ପାଇଛନ୍ତି । ଶ୍ରୀ ମହାପାତ୍ର ଦୀର୍ଘ ୨୫ବର୍ଷ ହେବ କଂଗ୍ରେସ ଦଳରେ ନିଷ୍ଠାର ସହ କାର୍ଯ୍ୟ କରିବା ସହ ବିଜେଡି ଓ ବିଜେପି ବିରୁଦ୍ଧରେ କଟୁ ।ସମାଲୋଚନା ଓ କଂଗ୍ରେସ ସପକ୍ଷରେ ଯୁକ୍ତି ବାଢି ବିଜେପି ଓ ବିଜେଡିର ତୁଙ୍ଗନେତାଙ୍କ ପ୍ରତିପକ୍ଷ ଦଳର ଦଳପତି ଓ ମୁଖପାତ୍ରମାନଙ୍କୁ ଦୃଢ ଜବାବ ଦେଇ ଆସୁଛନ୍ତି । ସେ ଡେରାବିଶ ବ୍ଲକ କଂଗ୍ରେସର କମିଟି ସଦସ୍ୟ, ଓବିସି ସେଲ୍ର ଜିଲ୍ଲା ଉପସଭାପତି, ସଭାପତି ପରେ ରାଜ୍ୟ ଆବାହକ ଓ ଆଇଏନ୍ଟିୟୁସିର ମୁଖପାତ୍ର ଭାବେ କାର୍ଯର୍୍ୟ କରି ନିଜର ଦକ୍ଷତା ଦେଇଆସିଛନ୍ତି । ପରିଶେଷରେ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖାଡଙ୍ଗେଙ୍କ ସହମତିରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଆସ୍ଥା ପ୍ରକଟ କରି ତାଙ୍କ ଦସ୍ତଖତରେ ନିଯୁକ୍ତି ଦିଆଯାଇଛି । ସେ ଏହି କମିଟିରେ ସ୍ଥାନ ପାଇଥିବାରୁ ପ୍ରଚାର କମିଟିର ରାଜ୍ୟ ସଭାପତି ବିଜୟ କୁମାର ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଭକ୍ତ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ପଞ୍ଚାନନ କାନୁନଗୋ, ବିଶ୍ୱରଞ୍ଜନ ମହାନ୍ତି, ଅଂଶୁମାନ ମହାନ୍ତି ତାଙ୍କୁ କୃତଜ୍ଞତା ଜଣାଇବା ସହ ଏଭଳି ଗୁରୁଦାୟିତ୍ୱକୁ ଗୁରୁତର ସହ ପାଳନ କରିବାକୁ ଅଙ୍ଗିକାର କରିଛନ୍ତି ।











