କେନାଲ ନବୀକରଣରେ ଅନିୟମିତତା ଅଭିଯୋଗ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଚାଷଜମିକୁ ସୁଷମ ଜଳ ବଂଟନ କରିବା ପାଇଁ ସରକାର କେନାଲଗୁଡିକ ନବୀକରଣ କରି କଂକ୍ରିଟ କରୁଛନ୍ତି । ପଟ୍ଟାମୁଣ୍ଡାଇ ଜଳସଂପଦ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲକୁ ଲାଗିଥିବା ୧୬ ନଂ କେନାଲର ପାଟ୍ କେନାଲ ଓସଙ୍ଗରା ମାଇନର ଉଭୟପାଶ୍ୱ କଙ୍କ୍ରିଟ ହେବା ସହ ବେଡ୍ କାମ ପାଇଁ ୨କୋଟି ୬୩ ଲକ୍ଷ ୩୮ ହଜାର ୨୮୭ ଟଙ୍କା ବ୍ୟାୟ ଅଟକଳ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସୁଚନା ଫଳକରେ ଦର୍ଶାଯାଇଛି ଅନ୍ୱେଷଣରୁ ଜଣାପଡିଛି । ପଟ୍ଟାମୁଣ୍ଡାଇ ସବଡିଭିଜନ ସେକସନ ଅଳଭା-୨ ଅଧିନରେ ଏହିକାମ ତଦାରଖ କରାଯାଉଥିବାବେଳେ ସାଲେପୁରର ମନୋଜ କବି ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟ କରୁଛି । ହେଲେ ଏହି କେନାଲ ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ଅଭିଯୋଗ କରିବା ବା ପରେ କେନ୍ଦ୍ରାପଡା ଅଧିକ୍ଷଣ ଯନ୍ତ୍ରି କାର୍ଯ୍ୟ ତନଖି କରିଛନ୍ତି ।


କୃଷକନେତା ବିଜୟ ଦାସ କୁହନ୍ତି ପଟ୍ଟାମୁଣ୍ଡାଇ ଜଳସଂପଦ ସବଡିଭିଜନ ଅଧୀନର ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନ ହୋଇ କୋଟିକୋଟି ଟଙ୍କା ମିଥ୍ୟା ବିଲ୍ କରାଯାଉଥିବା ପଟ୍ଟାମୁଣ୍ଡାଇ ଚାଷୀ କୃଷକନେତା ଓ ସାମାଜିକକର୍ମୀ ପକ୍ଷରୁୁ ଜଳସଂପଦ ଅଫିସ ଡେଲଟାରେ ଏସଡିଓଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ସେମାନେ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଠିକା ସଂସ୍ଥାକୁ ପ୍ରଶୟ ଦେଲାଭଳି ଚୁପ ବସି ଯାଉଛନ୍ତି । ଅନ୍ୟପଟେ ଜେଇ ଓ ଟେକନିକାଲ ଦଳ ଉପସ୍ଥିତିରେ କାମ ହେବା କଥା ସେମାନେ ମଧ୍ୟ ତଦାରଖ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି ।


କଖାରୁଣୀ ଚାଷୀ ରଞିତ ପ୍ରଧାନ, ନରେଶ ଜେନା, ସରତ ନାୟକ ଅନ୍ୱେଷଣକୁ କହିଛନ୍ତି ଯେ, କାମ ଆରମ୍ଭରୁ ନିମ୍ନମାନର ହେଉଥିବା ନେଇ ଅଭିଯୋଗ କରିଥିଲୁ । ଏପରିକି କାମ ହେଉଥିବା ସ୍ଥାନକୁ ଯାଇ କାମମାନ ଠିକ କରିବାକୁ ଠିକା ସଂସ୍ଥା ଅଧିକାରୀଙ୍କୁ କହିଥିଲୁ । ମାତ୍ର କାମ ଯେଭଳି ଚାଲୁଛି ତାହା ଏକବର୍ଷରୁ ଉର୍ଦ୍ଧ୍ୱ ଯିବାନାହିଁ । ଗତ ବର୍ଷରେ ଯେତେ କିମି କେନାଲ ନିର୍ମାଣ ହୋଇଥିଲା, ମାତ୍ର ୪ ମାସ ପାଣି ପ୍ରବାହିତ ହୋଇ ଉକ୍ତ କେନାଲରେ କଂକ୍ରିଟ ଉପୁଡି ଯାଇ ୱାଲଗୁଡିକ ଭାଙ୍ଗିବାକୁ ବସିଲାଣି । କାମର ମାନ ଠିକ ହୋଇ ନ ଥିବାରୁ ୫ ମାସରେ କୋଟି କୋଟି ଟଙ୍କା ବରବାଦ ହୋଇଯିବ । ଚାଷୀ ଓ ଚାଷ ପାଇଁ ନବିକରଣ ହେଉଥିବା କେନାଲ କାମରେ ଲାଗିବ ନାହିଁ ଓଲଟା ସମସ୍ୟା ସୃଷ୍ଟି କରିବ । ଚଳିତବର୍ଷ ଏକ ମାସ ଭିତରେ ଓସଙ୍ଗରା ମାଇନର କାମ ଆରମ୍ଭ ହେଉଥିବା ବେଳେ ଉକ୍ତ କାମର ସ୍ଥାୟିତ୍ୱକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । କେନାଲ ପାଣି ଛାଡି ଦିଆଗଲେ ସବୁ ଦୁର୍ନୀତି ଓ ଅନିୟମିତତା କେନାଲ ପାଣିରେ ବୋହିଯିବ । ହେଲେ ଆଗକୁ ଉଚିତ ତଦନ୍ତ କରା ନ ଗଲେ ଏହି ପ୍ରକଳ୍ପ ଲକ୍ଷ୍ୟଠାରୁ ଦୂରେଇ ଯିବ । ସରକାରଙ୍କ ଟଙ୍କାକୁ ଠିକା ସଂସ୍ଥା, ଅଧିକାରୀ ଭାଗବଂଟା କରି ଖାଇଦେବେ ବୋଲି ସେମାନେ କହିଛନ୍ତି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ମନୋରଞନ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ କିଛି ଅନିୟମିତତା ହୋଇନାହିଁ, ଏଷ୍ଟିମେଟ ଅନୁଯାଇ କାମ ହୋଉଛି । ଯଦି ଭୁଲ ଖବର ପ୍ରଶାରଣ କରାଯାଏ ତେବେ ମୁଁ କେସେ କରିବି ବୋଲି ଧମକି ଦେଇଥିଲେ । ଏ ବାବଦରେ କେନ୍ଦ୍ରାପଡା ଜଳସଂପଦ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ସେଠୀଙ୍କୁ ଯୋଗାଯୋଗ କରିବାରୁ ନିର୍ମାଣ ସ୍ଥଳକୁ ଯାଇ କାର୍ଯ୍ୟ ଅନୁଧ୍ୟାନ ପରେ ସଠିକ ଢଙ୍ଗରେ କର୍ଯ୍ୟକରାଇବାକୁ ଏସଡିଓଙ୍କୁ ନିଦ୍ଧେଶ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading