ସରପଞ୍ଚକୁ ଗିରଫ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଭେଟିଲେ ସରପଞ୍ଚ ମହାସଂଘ


କେନ୍ଦ୍ରାପଡ଼ା, ୭ା୨: କେନ୍ଦ୍ରାପଡା ଜିଲ୍ଲା ସରପଞ୍ଚ ମହାସଂଘର ସଭାପତି ଚମେଲି ଓଝାଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ସରପଞ୍ଚ ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ଗ୍ରାମପଞ୍ଚାୟତ ସରପଞ୍ଚ ଜ୍ଞାନରଞ୍ଜନ ଖଣ୍ଡାଇଙ୍କୁ ବେଆଇନ ଭାବେ ଗିରଫ ପ୍ରତିବାଦରେ କେନ୍ଦ୍ରପଡା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ରାସନ୍ କାର୍ଡ ହିତାଧିକାରୀଙ୍କ କାର୍ଡ କରାଇବା ପାଇଁ ଦୁଇବର୍ଷ ଧରି ପଟ୍ଟାମୁଣ୍ଡାଇ ବ୍ଲକକୁ ସରପଞ୍ଚ ଶ୍ରୀ ଖଣ୍ଡାଇ ବାରମ୍ବାର ଯାଇଥିଲେ ମଧ୍ୟ ବ୍ଲକ ଏମ୍‌ଆଇ ତାଙ୍କ କାମ କରୁନଥିଲେ । ଗତ ଜାନୁଆରୀ ୩୦ ତାରିଖ ଦିନ ସରପଞ୍ଚ ବ୍ଲକକୁ ଯାଇ ରାସନ୍ କାର୍ଡ ବାବଦରେ ଏମ୍‌ଆଇଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଗଣ୍ଡଗୋଳ ଉପୁଜିଥିଲା । ଗଣ୍ଡଗୋଳରେ ସରପଞ୍ଚ କ୍ଷତିଗ୍ରସ୍ତ ହୋଇଥିଲେ । ପଟ୍ଟାମୁଣ୍ଡାଇ ଥାନାରେ ୧ ତାରିଖ ଦିନ ଦୁଇପକ୍ଷ ଲିଖିତ ଅଭଯୋଗ କରିଥିଲେ । କିନ୍ତୁ ପୋଲିସ୍ ଏମ୍‌ଆଇଙ୍କୁ ଗିରଫ ନକରି ଏକତରଫା ଭାବେ ଜଣେ ଜନପ୍ରତିନିଧି ସରପଞ୍ଚ ଶ୍ରୀ ଖଣ୍ଡାଇଙ୍କୁ ଗିରଫ କରି ସଙ୍ଗିନ ଦଫା ଲଗାଇ ଜେଲକୁ ପଠାଇ ଦେଇଥିଲେ । ଏମ୍‌ଆଇଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ସରପଞ୍ଚଙ୍କୁ ମୁକୁଳାଇବା ପାଇଁ କେନ୍ଦ୍ରାପଡା ଜିଲ୍ଲା ସରପଞ୍ଚ ସଂଘର ସଭାପତି ଚମେଲି ଓଝା ଓ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏହି ଦାବିପତ୍ର ଓଡିଶାର ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ଦାବିପତ୍ର ଦେବା ସମୟରେ ସନାତନ ସାହୁ, ହିମାଶ୍ରୀ ଶେଖର ପଣ୍ଡା, ଅନିଲ ଚନ୍ଦ୍ର ଲେଙ୍କା, ବନୋଜ କୁମାର ସେଠୀ, ଜୀବନ କୃଷ୍ଣ ରାୟ, ଅକ୍ଷୟ କୁମାର ଦାସ, ହେମନ୍ତ ଧଳ, ରମେଶ ଚନ୍ଦ୍ର ମଲ୍ଲିକ, କାନନ ବିହାରୀ ପରିଡା, ଅନ୍ନପୂର୍ଣ୍ଣା ସେଠୀ, ଦେବବ୍ରତ ନାୟକ ପ୍ରମୁଖ ବହୁ ସରପଞ୍ଚମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading