କେନ୍ଦ୍ରାପଡା, ୮ା୨- କେନ୍ଦ୍ରାପଡା ବ୍ଲକ ଜମଧର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀ, ଗ୍ରାମବାସୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ସହଯୋଗରେ ସମାପନ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ସେଠୀ, ତପନ କୁମାର ସିଂହ, ପ୍ରାକ୍ତନ ପ୍ରଧାନ ଶିକ୍ଷକ […]
Day: 8 February 2024
କେନ୍ଦ୍ରାପଡ଼ା, ୮ା୨: ସମାଜରେ ଉଭୟ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଅବହେଳିତ ହୋଇ ରହିଥିବା ଭିନ୍ନକ୍ଷମ ମହିଳାମାନଙ୍କୁ ଆତ୍ମ ସମ୍ମାନର ସହ ଜୀବିକା ନିର୍ବାହର ସୁଯୋଗ ଦେବାପାଇଁ ପୁନର୍ବାସ ପକ୍ଷରୁ ଜିଲ୍ଲାର ଭିନ୍ନକ୍ଷମ କ୍ଷୁଦ୍ର ମହିଳା ଉଦ୍ୟୋଗୀଙ୍କୁ ଏକ ଆର୍ଥିକ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ସ୍ଥାନୀୟ ଅମର ଉଦ୍ୟାନ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଭିନ୍ନକ୍ଷମ କମିଶନର ବ୍ରତତୀ ହରିଚନ୍ଦନ ଏକଦିବସୀୟ ପରିଦର୍ଶନରେ କେନ୍ଦ୍ରାପଡା ଆସିଥିବା ସମୟରେ […]
କେନ୍ଦ୍ରାପଡ଼ା,୮ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ଥିବା ମା’ଦକ୍ଷିଣ କାଳୀ ମନ୍ଦିରର ଦ୍ୱିତୀୟ ବାର୍ଷିକ ମହୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ୪ଦିନ ଧରି ହେବାକୁ ଥିବା ଏହି ଉତ୍ସବର ପ୍ରଥମ ଦିନରେ ଯଜ୍ଞବେଦି ପ୍ରତିଷ୍ଠା, ଶ୍ରୀଶୁଭାଧିବାସ ଓ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା କାଲି ଦେବୀଙ୍କ ଘଟନିମଗ୍ନ, କଳସ ଯାତ୍ରା, ଦେବୀଙ୍କ ନଗର ପରିକ୍ରମା, ଗୁରୁପୂଜା, ସୂର୍ଯ୍ୟପୂଜା, ଗୋପୂଜା, ଶାଳାମାର୍ଜନ, କୁଣ୍ଡ […]
ନୀଳାଚଳ ସାରସ୍ୱତ ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତ ଗଣ୍ଡକୂଳ ଠାରେ ଆସନ୍ତା ୨୩, ୨୪, ୨୫ ତାରିଖରେ ରାଜ୍ୟ ସ୍ତରୀୟ ନିଗମାନନ୍ଦ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଠି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶଶୀଭୁଷଣ ବେହେରା ଗଣ୍ଡକୁଳ ଜୟଗୁରୁ ଆଶ୍ରମରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ […]
କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ତଥା ଓଡ଼ିଶାର ପ୍ରସିଦ୍ଧ ବାଣିଜ୍ୟକ ପେଣ୍ଠ ପଟ୍ଟାମୁଣ୍ଡାଇ ଠାରେ ଏଡିଜେ କୋର୍ଟ ଖୋଲିବା ପାଇଁ ଅଂଚଳବାସୀଙ୍କ ଦାବୀକୁ ଗୁରୁତର ସହ ଗ୍ରହଣ କରି ରାଜନଗର ବିଧାୟକ ଧ୍ରୁବ ସାହୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦୃଷ୍ଟି ଆକର୍ଷଣ କରି ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ପଟ୍ଟାମୁଣ୍ଡାଇରେ ଏଡିଜେ କୋର୍ଟ ଖୋଲିବା ପାଇଁ ସରକାର […]
କେନ୍ଦ୍ରାପଡ଼ା,୮ା୨ : ଓଡିଆ ଭାଷାକୁ ବିଶ୍ୱ ସ୍ତରରେ ଅଧିକ ବ୍ୟାପକ ପରିଚୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ପ୍ରଚେଷ୍ଟାରେ ସମଗ୍ର ଓଡିଶା ରାଜ୍ୟରେ ଓଡିଆ ଭାଷା ଓ ସାହିତ୍ୟର ବିକାଶ ପାଇଁ ‘ନୂଆ-ଓ’ ଓଡିଆ ସାହିତ୍ୟ ପ୍ରତିଯୋଗିତା ଆଖୁଆ – ଓଡଙ୍ଗ ଚିତ୍ରୋତ୍ପଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସେମାନଙ୍କ ଅର୍ନ୍ତନିହିତ ପ୍ରତିଭାକୁ ବିକଶିତ କରିବାର ସୁଯୋଗ ପାଉଛନ୍ତି […]
କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁ ଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆନ୍ଦୋଳନ ଦିଆଯାଇଛି । ମିଳିତ କ୍ରିୟାନୁଷ୍ଠାନ କମିଟିର ପଟ୍ଟାମୁଣ୍ଡାଇ ବ୍ଲକ ଆବାହକ ଶିକ୍ଷାବିତ ରାଜକୁମାର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ପ୍ରତିବାଦ ସଭାରେ ମିଳିତ କ୍ରିୟା ନୁଷ୍ଠାନ କମିଟିର ଜିଲ୍ଲା ସଭାପତି ପ୍ରଫେସର ଅଜୟ ସାମଲ, ସମ୍ପାଦକ ଆଡଭୋକେଟ ରମଣୀରଞ୍ଜନ […]
କେନ୍ଦ୍ରାପଡ଼ା,୮ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ଫୋରଡ ଉନ୍ନିତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ରାଉତଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ହିରଣ୍ୟ ବାରିକ, ପୂର୍ବତନ ଶିକ୍ଷା ପରିଦର୍ଶକ ହେମନ୍ତ କୁମାର ଜେନା, ପୂର୍ବତନ […]
କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ମଡର୍ଣ୍ଣ ନୃତ୍ୟାନୁଷ୍ଠାନ ପଟ୍ଟାମୁଣ୍ଡାଇ ଫିଟ୍ ଅଫ୍ ଫାୟାର ଡ୍ୟାନ୍ସ ଏକାଡେମୀର ୫ମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି । ଫିଟ୍ ଅଫ୍ ଫାୟାର ଡ୍ୟାନ୍ସ ଏକାଡେମୀର ସଭାପତି କୁଞ୍ଜ ବିହାରୀ ତ୍ରିପାଠୀଙ୍କ ପୌରହିତ୍ୟରେ ପ୍ରଥମ ଦୀବସରେ ଜିଲ୍ଲାସ୍ତରୀୟ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତା ନୃତ୍ୟଗୁରୁ ପ୍ରଶାନ୍ତ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଟିତ ହୋଇଥିଲା । ଦ୍ୱିତୀୟ ସଂଧ୍ୟାରେ ସ୍ୱନାମଧନ୍ୟା ସତ୍ତ୍ରିୟା ନୃତ୍ୟଗୁରୁ […]
ପଟ୍ଟାମୁଣ୍ଡାଇ ତା୭/୨- ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ଓ ମାର୍ଶାଘାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ମିଳିତ ଭାବେ ରାଷ୍ଟ୍ର, ଅର୍ଥନୀତି ଓ ସମାଜ ସମ୍ପର୍କିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ବାଲେଶ୍ଵର ଫକିରମୋହନ ବିଶ୍ଵବିଦ୍ୟାଳୟ କୁଳପତି ଡ କୁମରବର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମାଜ ଓ ଅର୍ଥନୀତି ବିକାଶରେ ରାଷ୍ଟ୍ରର […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଳତଳ ଗୁଲନଗର ଗାୟତ୍ରୀ ପୀଠରେ ଜିଲ୍ଲାସ୍ତରୀୟ ସମନ୍ଵୟ ଓ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି | ସର୍ବପ୍ରଥମେ ଧ୍ଵଜା ଉତ୍ତୋଳନ ଓ ବେଦ ଗାୟତ୍ରୀ ମନ୍ତ୍ର ପଠ ପରେ ବୈଠକ ଅନୁଷ୍ଠିତ ହୋଇଥିଲା । ଜୋନ ପ୍ରଭାରୀ ବଲରାମ ସାହୁ ଗୌତମ, ସହ ପ୍ରଭାରୀ କୃପାସିନ୍ଧୁ ଷଡଙ୍ଗୀ ଶାନ୍ତିକୁଞ୍ଜ ପ୍ରତିନିଧି ଭାବେ ଯୋଗ ଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ […]










