ମଣିଷ ଓ କୁମ୍ଭୀର ସୁରକ୍ଷିତ ସହାବସ୍ଥାନ ନେଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ



ସମ୍ପ୍ରତି କୁମ୍ଭୀର ଓ ମଣିଷ ମଧ୍ୟରେ ଲଢେଇ ଆରମ୍ଭ ହୋଇଛି । ଯାହାକି ପ୍ରକୃତି ଓ ପରିବେଶ ଉପରେ କୁପ୍ରଭାବ ପକାଇଛି । ପ୍ରାକୃତିକ ଜୈବ ବିବିଧତା ଆହ୍ୱାନର ସମ୍ମୁଖୀନ ହୋଇଛି । କୁମ୍ଭୀର ଆକ୍ରମଣରେ ବହୁ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ କୁମ୍ଭୀରମାନଙ୍କ ସୁରକ୍ଷା ବିପନ୍ନ ହୋଇଛି । ପ୍ରକୃତି ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଉଭୟ ମଣିଷ ଓ କୁମ୍ଭୀରଙ୍କ ସୁରକ୍ଷିତ ସହାବସ୍ଥାନ ଜରୁରୀ ହୋଇପଡିଛି । ଏଥି ପାଇଁ ଦକ୍ଷତା ବିକାଶ ଆବଶ୍ୟକ ବୋଲି ବିକାଶ ସାଥୀ ଓ ଡ଼ବ୍ଲ୍ୟୁ ଟି ଆଇ ପକ୍ଷରୁ ମିଳିତ ଭାବେ ଆୟୋଜିତ ଦକ୍ଷତା ବିକାଶ କର୍ମଶାଳାରେ ଯୋଗ ଦେଇ ବହୁ ପରିବେଶବିତ ଓ ଶିକ୍ଷାବିତ ମତପ୍ରକାଶ କରିଛନ୍ତି । ପ୍ରକଳ୍ପ ମୁଖ୍ୟ ରୁତିକା ନାଥଙ୍କ ସଂଯୋଜନାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ଆୟୋଜିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ ତଥା ଆପୁଆ ନିର୍ଦେଶକ ବିଜୟ କବି,ଡା ଅଭିଳାଷ ରାଉଳ,ଶିକ୍ଷାବିତ ସଚିତ୍ର ବେହୁରା, ଗାଳ୍ପିକ ପ୍ରଦୀପ ନାୟକ, କବି ଗୌରାଙ୍ଗ ମହାନ୍ତି ଓ ସମାଜସେବୀ ପ୍ରମୋଦ ସାହୁ ଯୋଗ ଦେଇ ପ୍ରାକୃତିକ ବିବିଧତା ମଧ୍ୟରେ ମଣିଷ କୁମ୍ଭୀର ଲଢେଇ ସମାଜ ପାଇଁ ଆହ୍ୱାନ ସୃଷ୍ଟି କରିଛି । ଉଭୟ ମଣିଷ ଓ କୁମ୍ଭୀରମାନଙ୍କ ସୁରକ୍ଷିତ ସହାବସ୍ଥାନ ପାଇଁ ସବୁସ୍ତରରେ ଉଦ୍ୟମ ଓ ସଚେତନତା ବୃଦ୍ଧି ପାଇଲେ ସାମାଜିକ ସନ୍ତୁଳନ ରକ୍ଷା କରାଯାଇପାରିବ । ଏଥି ପାଇଁ ଦକ୍ଷତା ବୃଦ୍ଧିର ଜରୁରୀ ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରି ସମସ୍ତେ ନିଜକୁ ଏ ଦିଗରେ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ । କୁମ୍ଭୀର ଆକ୍ରମଣରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମର ସ୍ବେଛାସେବୀ ରାଜେଶ ମହାରଣା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସାଗରୀକା ନାଥ ସ୍ୱାଗତଭାଷଣ ଓ କାନ୍ହା ନାୟକ ଅତିଥିପରିଚୟ ପ୍ରଦାନ କରିଥିଲେ  । ଶେଷରେ ହୃଷିକେଶ ନାଥ ଧନ୍ୟବାଦ ଦେଇଥିଲେ ।


Next Post

ହାଇସ୍କୁଲ ପ୍ରଧାନ ଶିକ୍ଷକ ଭିଜିଲାନ୍ସ ଜାଲରେ

Sun Feb 11 , 2024
କେନ୍ଦ୍ରାପଡ଼ା,୧୦ା୨ : କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ଅତି ଆଜି ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିବା ଜଣାପଡିଛି । ଘଟଣା ଅନୁଯାଇ ସେହି ହାଇସ୍କୁଲର ପିଅନ ସନ୍ତୋଷ କୁମାର କୁଣ୍ଡୁଙ୍କର ଦ୍ୱିତୀୟ କିସ୍ତି ଗୃହ ନିର୍ମାଣ ଋଣ ପ୍ରଦାନ କରିବା ନିମନ୍ତେ ପ୍ରଧାନ ଶିକ୍ଷକ ଶ୍ରୀ ଆତି ଲାଞ୍ଚ ଦାବି କରିବା ସହିତ ଆଜି ପିଅନ ଶ୍ରୀ କୁଣ୍ଡୁଙ୍କ ନିକଟରୁ […]

KANIKA