ହାଇସ୍କୁଲ ପ୍ରଧାନ ଶିକ୍ଷକ ଭିଜିଲାନ୍ସ ଜାଲରେ


କେନ୍ଦ୍ରାପଡ଼ା,୧୦ା୨ : କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ଅତି ଆଜି ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିବା ଜଣାପଡିଛି । ଘଟଣା ଅନୁଯାଇ ସେହି ହାଇସ୍କୁଲର ପିଅନ ସନ୍ତୋଷ କୁମାର କୁଣ୍ଡୁଙ୍କର ଦ୍ୱିତୀୟ କିସ୍ତି ଗୃହ ନିର୍ମାଣ ଋଣ ପ୍ରଦାନ କରିବା ନିମନ୍ତେ ପ୍ରଧାନ ଶିକ୍ଷକ ଶ୍ରୀ ଆତି ଲାଞ୍ଚ ଦାବି କରିବା ସହିତ ଆଜି ପିଅନ ଶ୍ରୀ କୁଣ୍ଡୁଙ୍କ ନିକଟରୁ ୫ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ସେଠାରେ ପୂର୍ବରୁ ଲୁଚି ରହିିଥିବା ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ମାଡି ବସିଥିଲେ । ଏଥିସହିତ ପ୍ରଧାନ ଶିକ୍ଷକ ଶ୍ରୀ ଆତିଙ୍କ ଚାମ୍ବର ଟେବୁଲ ଡ୍ରରୁ କେମିକାଲ ବୋଳା ହୋଇଥିବା ୫ହଜାର ଲାଞ୍ଚ ଟଙ୍କା ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ଜବତ କରିଥିଲେ । ଏହାପରେ ପ୍ରଧାନ ଶିକ୍ଷକ ଶ୍ରୀ ଆତିଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ନେଇଯାଇଥିବା ଜଣାପଡିଛି । ଏଥିସହିତ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷକ ଶ୍ରୀ ଆତିଙ୍କ ପୈତୃକ ଘର ସମେତ ୪ଟି ସ୍ଥାନରେ ଚଢାଉ ଆରମ୍ଭ ହୋଇଛି । ଶ୍ରୀ ଆତିଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଭିଜିଲାନ୍ସ ଥାନା କେଶ ନମ୍ବର-୩ / ୨୦୨୪ରେ ୭ପିସି ଆମେଣ୍ଡମେଣ୍ଟ ଆକ୍ଟରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଛି ।


Next Post

କେନ୍ଦ୍ରାପଡା କଲେଜ ଦର୍ଶନଶାସ୍ତ୍ର ବିଭାଗର ଆଲୋଚନାଚକ୍ର

Sun Feb 11 , 2024
କେନ୍ଦ୍ରାପଡ଼ା,୧୦ା୨ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗ ଆନୁକୂଲ୍ୟରେ “ଅତି ଭୈାତିକ ବିଦ୍ୟା ଅନୁସାରେ ଆତ୍ମାର ପରିଚୟ ଏବଂ ପରିଭାଷା”ଶୀର୍ଷକ ଏକ ଆଲୋଚନାଚକ୍ର ବିଭାଗୀୟ ସେମିନାର ହଲରେ ଆଜି ଅନୁଷ୍ଠିତ ହୋଇଯାଇଛି । ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସତ୍ୟରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ମାର୍ଶାଘାଇ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ରବିନ୍ଦ୍ର କୁମାର ପାତ୍ର ଯୋଗଦେଇ ଆତ୍ମାର […]

KANIKA