କେନ୍ଦ୍ରାପଡା କଲେଜ ଦର୍ଶନଶାସ୍ତ୍ର ବିଭାଗର ଆଲୋଚନାଚକ୍ର


କେନ୍ଦ୍ରାପଡ଼ା,୧୦ା୨ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗ ଆନୁକୂଲ୍ୟରେ “ଅତି ଭୈାତିକ ବିଦ୍ୟା ଅନୁସାରେ ଆତ୍ମାର ପରିଚୟ ଏବଂ ପରିଭାଷା”ଶୀର୍ଷକ ଏକ ଆଲୋଚନାଚକ୍ର ବିଭାଗୀୟ ସେମିନାର ହଲରେ ଆଜି ଅନୁଷ୍ଠିତ ହୋଇଯାଇଛି । ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସତ୍ୟରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ମାର୍ଶାଘାଇ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ରବିନ୍ଦ୍ର କୁମାର ପାତ୍ର ଯୋଗଦେଇ ଆତ୍ମାର ପରିଚୟ ଓ ପରିଭାଷାଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ସହଯୋଗୀ ପ୍ରାଧ୍ୟାପକ ଡ. ଅଶୋକ କୁମାର ତରାଇ ଯୋଗଦେଇ ଆତ୍ମା ଏବଂ ଶରୀରର ପରିଭାଷା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଏହି ଅବସରରେ ଆଲୋଚନାଚକ୍ରରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମୁଖ୍ୟବକ୍ତା ଓ ମୁଖ୍ୟଅତିଥି ପ୍ରଦାନ କରିଥିଲେ । ଦର୍ଶନଶାସ୍ତ୍ର ବିଭାଗର ଛାତ୍ରୀ ସୁଶ୍ରୀ ସମିତା ସ୍ୱାଇଁ ଆଲୋଚନାଚକ୍ରର ସଂଯୋଜନା କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ଅଚ୍ୟୁତାନନ୍ଦ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମୋତ୍ସବ

Sun Feb 11 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସତସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମୋତ୍ସବ ତଥା ସତସଙ୍ଗ କେନ୍ଦ୍ର ବାର୍ଷିକ ଉତ୍ସବ ସତସଙ୍ଗ ବିହାର ଠାରେ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟୁଷରୁ ଉଷା କୀର୍ତନ ସହ ମlଙ୍ଗଳିକ କାର୍ଯ୍ୟକ୍ରମ ପରେ ଠାକୁର ଙ୍କୁ ସୁସଜ୍ଜିତ ରଥରେ ଆସୀନ କରାଯାଇ ବାଦ୍ୟ ସଂକୀର୍ତନ ଓ ଶହ ଶହ ଭକ୍ତଙ୍କ ଗହଣରେ ବାଲିପଡ଼ା ହନୁମାନ […]

KANIKA