ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମୋତ୍ସବ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସତସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମୋତ୍ସବ ତଥା ସତସଙ୍ଗ କେନ୍ଦ୍ର ବାର୍ଷିକ ଉତ୍ସବ ସତସଙ୍ଗ ବିହାର ଠାରେ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟୁଷରୁ ଉଷା କୀର୍ତନ ସହ ମlଙ୍ଗଳିକ କାର୍ଯ୍ୟକ୍ରମ ପରେ ଠାକୁର ଙ୍କୁ ସୁସଜ୍ଜିତ ରଥରେ ଆସୀନ କରାଯାଇ ବାଦ୍ୟ ସଂକୀର୍ତନ ଓ ଶହ ଶହ ଭକ୍ତଙ୍କ ଗହଣରେ ବାଲିପଡ଼ା ହନୁମାନ ମନ୍ଦିର ଠାରୁ ଭବ୍ୟ ଶୋଭାଯାତ୍ରା ବାହାରି ପଟ୍ଟାମୁଣ୍ଡାଇ ସହର ପରିକ୍ରମା କରିବା ପରେ ସତସଙ୍ଗକେନ୍ଦ୍ରରେ ପହଂଚିଥିଲା । ସ ପ୍ର ଇ ଗୁରୁ ଚରଣ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ସତସଙ୍ଗ କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼ ରମାକାନ୍ତ ମିଶ୍ର ଠାକୁର ଆଦର୍ଶ, ଭାବଧାରା ଓ ଜୀବନରେ ଗୁରୁ ଗ୍ରହଣ କରିବାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ସ ପ୍ର ଇ ରବୀନ୍ଦ୍ର ନାଥ ଦାଶ, ଜୟନ୍ତ ପରିଡା, ଦୁର୍ଯ୍ୟୋଧନ ରଥ, ଗଦାଧର ରାଉତ,ରାମ ଚନ୍ଦ୍ର ଭୂୟାଁ ପ୍ରମୁଖ ବିଭିନ୍ନ ଆଧ୍ୟାତ୍ମିକ ଆଲୋଚନା କରିଥିଲେ । ଉତ୍ସବ କମିଟି ସଭାପତି ବିଜୟ କୁମାର ସାହୁ, ଅକ୍ଷୟ ସାହୁ, ରବି ନାରାୟଣ ସାହୁ, ସନ୍ତୋଷ ଦେ, ରବୀନ୍ଦ୍ର ନାୟକ, ଭାସ୍କର ସାହୁ, ବିଶ୍ୱଜିତ ଦାସ, ହେମକାନ୍ତ ସାହୁ, ଉଦୟ ବିଶ୍ୱାଳ,ପ୍ରମେଶ ସାହୁ, ସାରଳା ନାୟକ,ସୁନୀଲ ଦାସ, ନିରାକାର ପଣ୍ଡା, ପ୍ରଶାନ୍ତ ସାହୁ, ସୁକାନ୍ତ ପ୍ରଧାନ,ବିଶ୍ୱରଞ୍ଜନ ରାଉତ, ପ୍ରଫୁଲ୍ଲ ପାଣ୍ଡଵ,ପ୍ରଦୀପ ଜତି, ପ୍ରମୋଦ ଜେନା,ନୃସିଂହ ପାଢ଼ୀ ପ୍ରମୁଖ ଗୁରୁ ଭାଇମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଇ ଅବସରରେ ଆୟୋଜିତ ମାତୃ ସମ୍ମିଳନୀରେ ବହୁ ସଂଖ୍ୟକ ମା ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୩୦୦ରୁ ଭକ୍ତ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ ।


Next Post

ବ୍ରାହ୍ମଣୀ ନଦୀରୁ ଯୁବକର ମୃତ ଦେହ ଉଦ୍ଧାର

Sun Feb 11 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ଆଳି ଥାନାର ସଂଯୋଗସ୍ଥଳୀ ପତ୍ରପୁର ପୋଲ ଉପରୁ ଜଣେ ଅଜଣା ଯୁବକ ଗତ  ୭ ତାରିଖ ବୁଧବାରରେ ବ୍ରାହ୍ମଣୀ ନଦୀ ମଧ୍ୟକୁ ଡେଇଁ ଆତ୍ମ ହତ୍ୟା ଉଦ୍ୟମ କରିଥିଲେ । ଏହି ଖବର ମିଳିବା ପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ବୋଟ ସାହାଯ୍ୟରେ ବ୍ରାହ୍ମଣୀ ନଦୀ ମଧ୍ୟରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସମ୍ପୃକ୍ତ ଯୁବକର କୌଣସି ପତ୍ତା ପାଇନଥିଲେ ।  ଆଜି ସକାଳୁ […]

KANIKA