ଅଳପୁଆ ପଂଚାୟତର କଂଗ୍ରେସ କର୍ମୀ ସମ୍ମିଳନୀ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଅଳପୁଆ ପଂଚାୟତ ରାମମନ୍ଦ୍‌ିର ପଡିଆଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଳପୁଆ ପଂଚାୟତର କଂଗ୍ରେସ ସଭାପତି ଚନ୍ଦନ କୁମାର ସାହୁ ଓ ଯୁବ ସଭାପତି ଉମାକାନ୍ତ ବିହାରୀଙ୍କ ନେତ୍ରୁତ୍ୱରେ ଶତାଧିକ ମହିଳା ଓ ପୁରୁଷ କର୍ମକର୍ତା ଯୋଗଦେଇଥିଲେ । ପୂର୍ବତନ ସରପଂଚ ତଥା ବରିଷ୍ଠ କଂଗ୍ରେସ ନେତା ଅଧିକାରୀ ଶରତଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଇଂ, ସିଦ୍ଧାର୍ଥ ସ୍ୱାରୁପ ଦାଶ, ଜିଲା କିଷାନ କଂଗ୍ରେସ ସଭାପତି ନାରାୟଣ ପରିଡ଼ା ଓ ଜିଲା ସାଧାରଣ ସମ୍ପାଦକ ଅଭିଷେକ ବିଶ୍ୱାଳ ପ୍ରମୁଖ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଓ ଦୁର୍ନୀତି ଉପରେ ଆଲୋକପାତ କରିଥିଲେ ।ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବହନ ସେବାରେ ସରକାରଙ୍କ ବିଫଳତା ଉପରେ ଇଂ-ଦାଶ ଆଲୋକପାତ କରିଥିଲେ । ପଂଚାୟତ ସଭାପତି ଚନ୍ଦନ ସାହୁଙ୍କ ନେତୃତ୍ୱରେ ଶତାଧିକ କର୍ମୀମାନେ ଏକଜୁଟହୋଇ ଶୋଭାଯାତ୍ରାରେ ସଭାସ୍ଥଳକୁ ପାଛୋଡି ଆଣିଥିଲେ । ଶେଷରେ ପୂର୍ବତନ ମନ୍ତ୍ରୀ ବେହେରା ସଭାସ୍ଥଳରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ଆଗାମି ସାଧାରଣ ନିର୍ବାଚନରେ କଂଗ୍ରସ ହତମୁଠାକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ ।


Next Post

ବଡ଼ମୂଳବସନ୍ତ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

Mon Feb 12 , 2024
ଏକ ବିକଶିତ ସମୃଦ୍ଧ ନୂତନ ଓଡିଶା ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବିଭିନ୍ନ ମହାବିଦ୍ୟାଳୟରେ ଆୟୋଜନ ପରେ ଗ୍ରାମାଞ୍ଚଳର ବିଭିନ୍ନ ପଂଚାୟତ ଓ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଆରମ୍ଭ ହୋଇଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକର ବଡ଼ମୂଳବସନ୍ତ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ ଓଡିଶା ନବୀନ ଓଡିଶା ଯୋଜନାରେ ବଡ଼ମୂଳବସନ୍ତ […]

KANIKA