ସେଂଟ ଜ୍ୟାଭିୟର ସ୍କୁଲ ୧୨ତମ ବାର୍ଷିକ ଉତ୍ସବ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଅନ୍ତର୍ଗତ ବନ୍ତୋ ସେଂଟ ଜ୍ୟାଭିୟର ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ଅଧକ୍ଷା ଲଷ୍ମୀପ୍ରିୟା ଦାଶଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଲଷ୍ମୀକାନ୍ତ ବେହେରା, ଉତିକଣ ଚାଷୀମୁଲିଆ ସଂଘ ଆବାହକ ଭାସ୍କର ରାଉତରାୟ ମୁଖ୍ୟବକ୍ତା, ଚନ୍ଦନନଗର ସରପଂଚ ବନୋଜ ସେଠୀ, ସ୍କୁଲ ପ୍ରତିଷ୍ଠାତା ଖଗେଶ୍ୱର ପାଗଳ,ସି ଆର ସି ସି ରଞ୍ଜନ କୁମାର ସାହୁ, ସୁଲୋଚନା ପାଗଳ, ଶିକ୍ଷାବିତ ରଘୁନାଥ ସାହୁ, ବ୍ରଜବନ୍ଧୁ ବେହେରା ସମ୍ମାନିତଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ସମୟରେ ଛାତ୍ରୀଛାତ୍ର ମାନେ ଗୁରୁ ଓ ପିତା ମାତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନିଷ୍ଠା ଓ ଅଧ୍ୟ ବସାୟର ସହ ଶିକ୍ଷା ଗ୍ରହଣ କଲେ ଦୁନିଆର ସବୁ ଆହ୍ୱାନକୁ ସମ୍ମୁଖୀନ ହୋଇ ଲକ୍ଷ୍ୟ ସ୍ଥଳରେ ପହଂଚିବା ସହିତ ନିଜକୁ ପ୍ରତିଷ୍ଠିତ କରିପାଇବେ ବୋଲି ମତପ୍ରକାଶ କରିଥିଲେ । ସ୍କୁଲ ନିର୍ଦେଶକ ବ୍ରଜ କିଶୋର ପାଗଳ ସ୍ୱାଗତଭାଷଣ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ ମୋନାଲିସା ମହାପାତ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବର୍ଷାରାଣୀ ରାଉତ,ସରିତା ପରିଡା,ସୁରେଖା ରାଉତ,ସବିତା ଖୁଂଟିଆ,ଗୀତାଞ୍ଜଳି ସେନାପତି ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସଂଘମିତ୍ରା ସାହୁ,ଜ୍ୟୋତିର୍ମୟୀ ରାଉତ,ମୌସୁମୀ ସିଂହ, ସୋନାଲି ଦାଶ, ବିଶ୍ୱଜିତ ମହାନ୍ତି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁମନ ପାଗଳ ଧନ୍ୟବାଦ ଦେଇଥିଲେ । ସଭା ପରେ ସ୍କୁଲ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading