କେନ୍ଦ୍ରାପଡା, ଓଡ଼ିଶାରେ ଡାହାଣୀ ଆଖ୍ୟା ଓ ଡାହାଣୀ ଶିକାର ଏକ ନିନ୍ଦିତ, ଘୃଣ୍ୟ, ଅସମାନତା ସୃଷ୍ଟିକାରୀ ଏବଂ ଅଧିକାର କ୍ଷୁର୍ଣ୍ଣକାରୀ ପ୍ରଥା। ଏଭଳି ଅନ୍ଧ ବିଶ୍ୱାସ ଓ କୁସଂସ୍କାରକୁ ସମାଜରୁ ଦୂରେଇବା ପାଇଁ କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ ସଦଭାବନା ସଭାଗୃହରେ ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ ଉପରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ କର୍ମଶାଳାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଲେ ଖବରକାଗଜରେ ଡାହାଣୀ ପ୍ରଥା ଉପରେ ଖବର ଓଡିଶାରେ କେଉଁଠୁ ନା କେଉଁଠି ଘଟିଥାଏ । ଆଦିବାସୀବହୁଳ ଗ୍ରାମାଞ୍ଚଳରେ ଡାହାଣୀ, ନଖ ଦର୍ପଣ, ଖଟ ବୁଲାଇବା, ଝାଡାଫୁଙ୍କା ତଥା ଗୁଣି ଗାରିଡି ଭଳି ଘଟଣା ଓଡ଼ିଶାର କିଛି ଜିଲ୍ଲାରେ ଦେଖାଯାଉଛି । ଏହିଭଳି ଡାହାଣୀ ପ୍ରଥାକୁ ନେଇ ମହିଳାମାନଙ୍କୁ ବେଶି ଅତ୍ୟାଚାର କରାଯାଇଥାଏ । ବିଶେଷ କରି ଏକାକୀ ରହୁଥିବା ମହିଳା କିମ୍ବା ବିଧବା ମହିଳାମାନଙ୍କୁ ଗୁଣିଆମାନଙ୍କ ଦ୍ଵାରା ଡାହାଣୀ ଆଖ୍ୟା ଦେଇ ଗାଁର ଲୋକମାନେ ଗାଁରୁ ବିତାଡ଼ିତ କରିଥାନ୍ତି। ଏହି ଆତ୍ମଘୋଷିତ ଗୁଣିଆମାନେ ବିଭିନ୍ନ ପ୍ରକାର ରୋଗ ଭଲ କରିପାରୁଛନ୍ତି ବୋଲି ସେହି ଲୋକମାନଙ୍କ ମନରେ ବିଶ୍ୱାସ ଜନ୍ମାଇଥାନ୍ତି। ଫଳରେ ସେମାନେ ରୋଗ ହେଲେ ଡାକ୍ତରଙ୍କ ପାଖକୁ ନଯାଇ ଏହିଭଳି ଗୁଣିଆମାନଙ୍କ ପାଖକୁ ଯାଆନ୍ତି ଏବଂ ଶେଷ ଅବସ୍ଥାରେ ଡାକ୍ତରଖାନାକୁ ଯାଇ ମୃତ୍ୟୁବରଣ କରିଥାନ୍ତି। ଡାହାଣୀ ଶିକାର ପ୍ରତିରୋଧ ପାଇଁ ଗୋଷ୍ଠୀ ସ୍ତରରେ, ଜିଲ୍ଲା ସ୍ତରରେ, ତଥା ରାଜ୍ୟ ସ୍ତରରେ ନୂଆ ନୂଆ ରଣନୀତି ପ୍ରସ୍ତୁତ କଲେ ମହିଳାମାନଙ୍କ ଉପରେ ଘଟୁଥିବା ଅଭାବନୀୟ ଘଟଣାକୁ ପ୍ରତିହତ କରିପରିବା ଅ ସେଥିନେଇ ଓଡ଼ିଶାରେ ୨୦୧୩ ମସିହାରେ ଡାହାଣୀ ପ୍ରଥା ନିରୋଧ ଆଇନ ପ୍ରଣୟନ ହୋଇଥିଲା । ଏହା ରାଜ୍ୟରେ ୨୦୧୪ ମସିହା ଏପ୍ରିଲ ୨୫ ତାରିଖରେ କାର୍ଯ୍ୟକାରୀ ହୋଇଛି ବୋଲି ମତାପ୍ରକାଶ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସତ୍ୟଭାମା ସେଠୀ ସ୍ବାଗତ ଭାଷଣ ଜଣାଇଥିବା ସହିତ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଆଧୁନିକ ସମାଜରେ ଡାହାଣୀ ପ୍ରଥାକୁ ପ୍ରତିହତ କରିବା ପାଇଁ ଜନ ସଚେତନତାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ହାଇକୋର୍ଟ ବାର ଅସୋସିଏସନର ପୂର୍ବତନ ଉପସଭାପତି ଆଡଭୋକେଟ କ୍ଷୀରୋଦ କୁମାର ରାଉତ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ମହିଳା ହିଂସା ବିରୋଧୀ ତଦନ୍ତ ଶାଖା ଡି.ଏସ.ପି ସରିତା ମହାପାତ୍ର ଏହି କର୍ମଶାଳାରେ ରିସୋସ ପର୍ସନ (ସଂସାଧନ ସଭ୍ୟ) ଭାବେ ଯୋଗ ନେଇ ଆଇନର ଦିଗ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। କଲେଜ ଛାତ୍ରଛାତ୍ରୀମାନେ ଗାଁ ଗହଳି ବା ଆଖପାଖରେ ଡାହାଣୀ ପ୍ରଥା ଜନିତ ଘଟଣା ଘଟୁଥିଲେ ଟୋଲ ଫ୍ରି ନମ୍ବର ୧୧୨ ରେ ପୋଲିସଙ୍କୁ ଜଣାଇବାକୁ ସେ ଆହ୍ବାନ ଦେଇଥିଲେ ଏବଂ ଏଭଳି କର୍ମଶାଳା ଗ୍ରାମାଞ୍ଚଳରେ କରାଇ ଜନପ୍ରତିନିଧିମାନଙ୍କୁ ସଂଶ୍ଳିଷ୍ଟ କରାଇଲେ ସଚେତନତା ସୃଷ୍ଟି ହେବା ସହ ଏହି ପ୍ରଥାକୁ ବିଲୋପ କରିହେବ ବୋଲି ସେ କହିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ଡାହାଣୀ ପ୍ରଥା ଜନିତ ଘଟଣା ଦେଖା ଯାଇନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ନାଚ,ଗୀତ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି । ଉକ୍ତ କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲ, ଉପ-ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସ । ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଅନିତା ପଟ୍ଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଡି.ପି.ସି (ମମତା) ମନୋରଂଜନ ଦାସ, ସମସ୍ତ ବ୍ଲକର ସି.ଡି.ପି.ଓ ଓ ସୁପରଭାଇଜର, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ପ୍ରୋଗ୍ରାମ ଅଫିସର ସଂଯୁକ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
kanikanews.in
Next Post
ଫେବୃୟାରୀ ୧୬ କୃଷକ-ଶ୍ରମିକ ଦେଶବ୍ୟାପୀ ଧର୍ମଘଟକୁ ସିପିଆଇ(ଏମ) ସମର୍ଥନ କରିବ
Wed Feb 14 , 2024
କେନ୍ଦ୍ରାପଡ଼ା,୧୩ା୨: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଗତ ୯ବର୍ଷ ମଧ୍ୟରେ ଲଗାତାର ଭାବେ ଶ୍ରମିକ-କୃଷକ ମାରଣ ନୀତି ନେବା ସହିତ କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ଅର୍ଥ ବିନିଯୋଗ କମାଇବାର ଲାଗିଛି ।ଅନ୍ୟ ପକ୍ଷରେ ଦରଦାମ ଆଶାତୀତ ବୃଦ୍ଧି ହେବା ସାଙ୍ଗକୁ ଟିକସ ବୃଦ୍ଧି କରୁଥିଲା ବେଳେ କର୍ପୋରେଟ କ୍ଷେତ୍ରକୁ ଟିକସ କମାଇବା ସହିତ ଋଣ ଛାଡ କରାଯାଇଛି ।ବେକାରୀ ସର୍ବକାଳୀନ ରେକର୍ଡ ଭାଙ୍ଗିଛି ।ମୋଦୀ ସରକାର ଭୋଟ […]

You May Like
- 1 year ago
ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ
- 2 years ago
ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା-୨୦୨୩
- 5 months ago
ପଟ୍ଟାମୁଣ୍ଡାଇରେ ନୂତନ ଅପରାଧୀକ ଆଇନ ସଚେତନତା