କଂଗ୍ରେସ ଶୂନ୍ୟ ହେବ କି ରାଜନଗର ବିଧାନସଭା ! ପୂର୍ବତନ ବିଧାୟକଙ୍କ ଇସ୍ତଫା ପରେ ସମୂହ ଦଳଛାଡିଲେ ନେତା କର୍ମୀ



ରାଜନଗରର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି ବୁଧବାର କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ରାଜନଗର ନିର୍ବାଚନ ମଣ୍ଡଳି ହତଶିରି ହେଲାଣି କଂଗ୍ରେସ । ଗୁରୁରୁବାର ରାଜନଗର ବ୍ଲକରୁ କଂଗ୍ରେସ ନେତା ଓ କର୍ମୀ ଦଳରୁ ଜଣିଏ ପରେ ଜଣିଏ ଇସ୍ତଫା ଦେଉଥିବା ବେଳେ ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଏକ ପ୍ରେସ ମିଟ କରି ସମୁହ ଇସ୍ତଫା ଦେଇଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଅଂଶୁମାନ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେବା ପରେ ନେତାଙ୍କ ଇସ୍ତଫାପତ୍ରର ଲାଇନ୍ ଲାଗିଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ବିଭିନ୍ନ ପଦପଦବୀରେ ଥିବା ନେତା ଓ କର୍ମୀ ଅଂଶୁମାନଙ୍କ ସମର୍ଥନରେ ଗୁରୁବାର ସମୁହ ଇସ୍ତଫା ଦେଇଛନ୍ତି ।ଏଥିନେଇ ଆଜି ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ମଙ୍ଗଳା ମଣ୍ଡପ ଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ଉପସଭାପତି ବିରଞ୍ଚି ଦାଶ,ନଗର କଂଗ୍ରେସ ଉପସଭାପତି ଅବିନାଶ ଲେଙ୍କା,ମନୋଜ ନାୟକ, ସନାତନ ବିଶ୍ୱାଳ,ନଗର କୃଷକ କଂଗ୍ରେସ ସଭାପତି ବ୍ରଜବନ୍ଧୁ ଦାଶ,ଜିଲ୍ଲା କଂଗ୍ରେସ ସଂପାଦକ ଆଲୋକ ଧଳ,ମନୋରଞନ କର, ପିଂଟା ଚୌଧୁରୀ, ଅମିତ ନାୟକ, ସଂଜୟ ପଣ୍ଡା ପ୍ରମୁଖ ସାମ୍ବାଦିକମାନଙ୍କୁ ବିଭିନ୍ନ କର୍ମକର୍ତ୍ତା ସମୂହ ଇସ୍ତଫା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।  ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଓ କେତେକ ଆଗଧାଡିର ନେତା ଓ କର୍ମକର୍ତ୍ତାଙ୍କୁ ବାଦ ଦେଲା ପରେ ବ୍ଲକ କଂଗ୍ରେସ ସଭାପତି ଓ ବିଭିନ୍ନ ପଂଚାୟତ ସଭାପତି, ବ୍ଲକ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ ସଭାପତି ସମେତ ସମସ୍ତ କଂଗ୍ରେସ କମିଟି ଓ ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ଆଜି ଇସ୍ତଫା ଦେଇଛନ୍ତି ବୋଲି ଏହି ପ୍ରେସ ମୀଟରେ ଖବରଦାତା ମାନଙ୍କୁ ସମସ୍ତ ଦସ୍ତାବିଜ ପ୍ରଦାନ କରିଥିଲେ  । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ନିମାଇ କର,ସରୋଜ ଧଳ, ବିମଳ ଦାସ, ମୁରଲୀ ସେଠୀ,ସୁନୀଲ କର ପ୍ରଶାନ୍ତ ପରିଡା,ବିକାଶ ପାତ୍ର, ଜଗନ୍ନାଥ ମହାପାତ୍ର,ଚୌଧୁରୀ ବିରଞ୍ଚି ନାରାୟଣ ରାୟ, ସୁକାନ୍ତ ଦାସ, ଶକ୍ତି ପ୍ରସାଦ ସ୍ୱାଇଁ, ଧରଣୀଧର ଭୂୟାଁ, ଅକ୍ଷୟ ସାହୁ,ମାନସ ରଞ୍ଜନ ମିଶ୍ର, ଦୁର୍ଯ୍ୟୋଧନ ରାଉତ ପ୍ରମୁଖ ବିଭିନ୍ନ ପଂଚାୟତ କଂଗ୍ରେସ ସଭାପତି, କାଉନସିଲର, ୱାର୍ଡ ସଭାପତି, ଯୁବ, ଛାତ୍ର, ମହିଳା ସେବାଦଳ, କିଷାନ ଓ ସମବାୟ କଂଗ୍ରେସ କର୍ମକର୍ତ୍ତା ଓ ଶହ ଶହ କର୍ମୀ କଂଗ୍ରେସ ଦଳରୁ ସମୂହ ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି ।

ଅନ୍ୟପଟେ ଅଂଶୁମାନ ୨୦୧୪ରୁ ୨୦୧୯ ଯାଏଁ କଂଗ୍ରେସ ଟିକେଟରେ ବିଧାୟକ ଥିଲେ । ତେବେ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁଙ୍କ ଠାରୁ ପରାଜିତ ହୋଇଥିଲେ । ଅଂଶୁମାନ ଆଗକୁ କଣ କରିବେ, କେଉଁ ଦଳକୁ ଯିବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ଅଂଶୁମାନ ବିଜେଡିରେ ସାମିଲ ହେବାକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଥିବା ବେଳେ ବାସ୍ତବରେ ସେ ବିଜେଡି ନା ଭାଜପାକୁ ଯିବେ ତାହାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି । ଅଂଶୁମାନ ଯଦି ବିଜେଡିକୁ ଆସନ୍ତି ତେବେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସ୍ଥିତିକୁ ନେଇ ଆକଳନ ଆରମ୍ଭ ହୋଇଯାଇଛି ।ଏହି କଳ୍ପନା ଜଳ୍ପନା ଭିତରେ ଆସନ୍ତା ୪୮ ଘଂଟା ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ ବୋଲି ଅଂଶୁମାନଙ୍କ ସମର୍ଥକ ସୂଚନା ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading