କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବାର୍ଷିକ ପରୀକ୍ଷା ଆରମ୍ଭ


କେନ୍ଦ୍ରାପଡ଼ା,୧୬ା୨: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି +୨ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ +୨ ବିଜ୍ଞାନର ମାତୃଭାଷା ଓଡିଆ ବିଷୟରେ ୭୭୫ପରୀକ୍ଷାର୍ଥୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୫୧୦ଜଣ ଛାତ୍ରଛାତ୍ରୀ ଥିବା ବେଳେ ୨୬୪ଜଣ ହେଉଛନ୍ତି ଅନ୍ୟ ଆବାସୀକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର । ଏହି ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ଭାବେ ପ୍ରଫେସର ଅଶୋକ କୁମାର ଦାସ ରହିଥିବା ବେଳେ ଡେପୁଟୀ ଅଧିକ୍ଷକ ଭାବେ ପ୍ରଫେସର ଡ. ବାସନ୍ତୀ ଶୁକ୍ଳା, ପ୍ରଫେସର ସତ୍ୟରଞ୍ଜନ ମିଶ୍ର, ପ୍ରଫେସର ବିକାଶ କୁମାର ନାୟକ ଓ ପ୍ରଫେସର ସୁବ୍ରତ କୁମାର ପାତ୍ର ଦାୟୀତ୍ୱ ନିର୍ବାହ କରୁଛନ୍ତି । କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହୋଇଥିବା ପ୍ରଶ୍ନପତ୍ର ହବ୍‌ର ସୁପରଭାଇଜର ଭାବେ ପ୍ରଫେସର ବିଶ୍ୱରଞ୍ଜନ ପୁହାଣ ଏବଂ ଡେପୁଟୀ ସୁପରଭାଇଜର ଭାବେ ପ୍ରଫେସର ଡ. ରେବତୀ କର ରହିଛନ୍ତି । ଏହି ପରୀକ୍ଷା କେନ୍ଦ୍ରର ୧୩ଟି ହଲରେ ହେଉଥିବା ଆଜିର +୨ ପରୀକ୍ଷାରେ ୪୦ଜଣ ଇନଭିଜିଲେଟର ଦାୟୀତ୍ୱ ନିର୍ବାହ କରୁଥିବା ବେଳେ ୫ଜଣ ରିଲିଭର କାର୍ଯ୍ୟ କରୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜସ୍ୱ ନିରୀକ୍ଷକ ଅନିତା ତରାଇ ଏହି ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଥିବା ବେଳେ ତାଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯିବା ସହ ପରୀକ୍ଷା ଖାତା ଗୁଡିକ ମଧ୍ୟ ସିଲ କରାଯାଇଛି । ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏହି ପରୀକ୍ଷା କେନ୍ଦ୍ରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ଓ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ ପ୍ରମୁଖ ପହଞ୍ଚି ସେଠାରେ ପ୍ରାୟ ଏକଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାନ କରି ପରୀକ୍ଷା ହଲ ଗୁଡିକର ନିରୀକ୍ଷଣ କରିଥିଲେ । ଶାନ୍ତିଶୃଙ୍ଖଳାର ସହିତ ଏହି ପରୀକ୍ଷା କେନ୍ଦ୍ରରେ ଆଜି ପରୀକ୍ଷା ଶେଷ ହୋଇଥିବା କେନ୍ଦ୍ର ଉପ ଅଧିକ୍ଷକ ଡ. ଶୁକ୍ଳା କହିଛନ୍ତି ।


Next Post

କେନ୍ଦ୍ରାପଡାରେ ଗଡିଲା ଲକ୍ଷ୍ମୀ ବସ୍‌

Fri Feb 16 , 2024
କେନ୍ଦ୍ରାପଡ଼ା,୧୬ା୨: ଓଡିଶାର ବିଭିନ୍ନ ଜିଲ୍ଲାରେ ଗ୍ରାମାଞ୍ଚଳ ଲୋକମାନଙ୍କ ଗମନାଗମନରେ ସୁବିଧା ପାଇଁ ଲକ୍ଷ୍ମୀ ବସ୍ ଗଡିଥିବା ବେଳେ ଆଜି କେନ୍ଦ୍ରାପଡାରେ ଲକ୍ଷ୍ମୀ ବସ୍ ଗଡିଲା । ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ବସ୍ ସଂଯୋଗ ସୁନିଶ୍ଚିତ କରିବା ସହ ସୁଲଭ ଓ ନିର୍ଭର ଯୋଗ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଏହି ଐତିହାସିକ ଯୋଜନା ପାଇଁ କେନ୍ଦ୍ରାପଡାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ମନରେ ଅଙ୍କୁରିତ ହୋଇଛି ଆଶା ଓ ବିଶ୍ୱାସ । ପଞ୍ଚାୟତର […]

KANIKA