
ଶନିବାର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏକ ଦଳିୟ କାର୍ଯ୍ୟକ୍ରମରେ ଚାନ୍ଦବାଲି ଗସ୍ତ ସମୟରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଶତାଧିକ ମହିଳା/ପୁରୁଷ କର୍ମକର୍ତା ଓ ନେତା ପଟ୍ଟାମୁଣ୍ଡାଇ ବିଜୁ ପଟ୍ଟନାୟକ ଛକଠାରେ ତାଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଏକ ବିରାଟ ଶୋଭାଯାତ୍ରରେ ଡ. ଆମ୍ବେଡକର ଛକ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ସେଠାରେ ସେ ଗଣମାଧ୍ୟମକୁ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଦଳରୁ ଇସ୍ତଫା ଦେବା ଓ ବିଜେଡିରେ ଯୋଗ ଦେବା ଘଟଣା ଉପରେ ସୁଚନାଦେଇ କହିଥିଲେ , ରାଜନୀତିରେ ବଡ଼ ଓ ଆଶ୍ଚର୍ଯ୍ୟ କରିବା ପରି ନୂଆକଥା କିଛି ନାହିଁ । ସେହିପରି ରାଜନୀତିରେ ଦଳ ବଦଳ ଏକ ନିରନ୍ତର ପ୍ରକ୍ରିୟା ବୋଲି ଅନେକ ରାଜନୈତିକ ନଜରି ରହିଛି । ବିଶେଷ କରି ନିର୍ବାଚନ ସମୟରେ ଏହା ନିତିଦିନିଆ ଘଟଣା । ଗୋଟେ ରାଜନୈତିକ ଦଳ ଲାଗି ପ୍ରଚାର କରି ତା ପରଦିନ ଆଉ ଏକ ରାଜନୈତିକ ଦଳରେ ସାମିଲ ହେବା କଥା ନୂଆ ଘଟଣା ହୋଇ ରହିନାହିଁ । ଯାହା ଓଡ଼ିଶା ରାଜନୀତିରେ ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି । ରାଜନେତାଙ୍କ ଆଚରଣ ଓ ଉଚ୍ଚାରଣ କିପରି ରାତିକ ମଧ୍ୟରେ ବଦଳେ ତାହା ଆଶ୍ଚର୍ଯ୍ୟଜନକ । ଗତକାଲି କଂଗ୍ରେସ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିବା ନେତା ଅଂଶୁମାନ ମହାନ୍ତି ଆଜି ବିଜେଡିରେ ରାଜ୍ୟ ସରକାରଙ୍କ ପ୍ରଶଂସାରେ ଶତମୁଖ ରାଜନଗରରେ ବିଜେଡିକୁ ବିଜୟୀ କରିବାକୁ ପ୍ରତିଜ୍ଞା ନେବା ଏକ ହସ୍ୟସ୍ପଦ ଘଟଣା । ତେବେ ସେ ଦଳ ଛାଡ଼ିଥିବାରୁ କଂଗ୍ରେସର ଭୋଟରଙ୍କୁ ଫରକ ପଡିବ ନାହିଁ ବୋଲି ପିସିସି ସଭାପତି ପଟ୍ଟନାୟକ ପ୍ରକାଶ କରିଛନ୍ତି । ପିସିସି ସଭାପତିଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲା କଂଗ୍ରେସ ଓବିସି ସଭାପତି ମଳୟ ଦାସ, ପୂର୍ବତନ ଜିଲ୍ଲା ଯୁବ ସଭାପତି ସତ୍ୟପ୍ରିୟ ସାମଲ, ଯୁବ ନେତା ସମ୍ଭ୍ରାଟ କେଶରୀ ଜେନା, ସର୍ବେଶ୍ୱର ସେଠୀ, ସିଦ୍ଧାର୍ଥ ସ୍ୱରୂପ ଦାସ, ସ୍ନେହଲତା ରାୟ, ମୁକୁନ୍ଦ ଓଝା, ସୁଶାନ୍ତ ରାଉତ, ଅଜୟ ବାଇ, ଦେବନାଥ ବାରିକ, ମନୋରଞନ ତରାଇ, ପ୍ରକାଶ ମହାନ୍ତି ସମେତ ଶତାଧିକ ମହିଳା/ପୁରୁଷ କର୍ମକର୍ତା ଏହି ସଭାରେ ସାମିଲ ଥିଲେ ।











