
କେନ୍ଦ୍ରାପଡା, ୧୮/୨: ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର ସଭାପତି ପ୍ରଭାକର ପଲାଇଙ୍କ ସଭାପତିତ୍ୱରେ ଜିଲ୍ଲା ଯାଦବ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ପ୍ରକାଶ ପାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଦବମାନଙ୍କ ସଂଖ୍ୟା ୩ଲକ୍ଷ ୩୧ହଜାର ଥିବାବେଳେ ଆଗାମୀ ୨୦୨୪ ନିର୍ବାଚନରେ ନିର୍ଣ୍ଣାୟକ ହେବ ବୋଲି ପ୍ରକାଶ ପାଇଛି । ଯାଦବ ବହୁଳ ନିର୍ବାଚନ ମଣ୍ଡଳୀ ମହାକାଳପଡ଼ାରୁ ଚିତ୍ତରଞ୍ଜନ ଦାସ ପ୍ରାର୍ଥୀ ହେବା ନେଇ ସ୍ଥିର ହୋଇଛି । ମହାକାଳପଡ଼ାବାସୀଙ୍କ ସୁଖ ଦୁଃଖରେ ସବୁବେଳେ ଚିତ୍ତରଞ୍ଜନ ଦାସ ଛିଡା ହୋଇଥିବାରୁ ସମସ୍ତେ ତାଙ୍କୁ ଭଲ ପାଉଛନ୍ତି । ଜଣେ ଉଚ୍ଚଶିକ୍ଷିତ ସ୍ୱାଭିମାନୀ ଦରଦୀ ମଣିଷ ହିସାବରେ ସେ ସମସ୍ତଙ୍କ ନିକଟରେ ଖୁବ୍ ପରିଚିତ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଚିତ୍ତରଞ୍ଜନ ଦାସ ବିଜୟୀ ହେବେ ବୋଲି ବହୁମତ ପ୍ରକାଶ ପାଇଛି । ଏହି ସମ୍ମିଳନୀରେ ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ଚିନ୍ମୟ ଦାସ, କାର୍ଯ୍ୟକାରୀ ସଭାପତି ବିଜୟ ପରିଡା, ଧୀରେନ୍ଦ୍ର ପୁଷ୍ଟି ଉପସଭାପତି ଚିତ୍ତରଞ୍ଜନ ଦାସ, କୋଷାଧ୍ୟକ୍ଷ ନବକିଶୋର ଦାସ ସହସମ୍ପାଦକ ବିଶ୍ୱରଞ୍ଜନ ଦାସ, ନଗର ସଭାପତି ଅଜୟ ଦାସ, ସମ୍ପାଦକ ଲୋକନାଥ ଦାସଙ୍କ ସମେତ ୯ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟିର ସମସ୍ତ କର୍ମକତ୍ତା ଉପସ୍ଥିତ ଥିଲେ ।











