ଜିଲ୍ଲାର ପ୍ରଥମ ପ୍ୟାକ୍ସ ଭାବେ ଭରତପୁର ପ୍ରାଥମିକ କୃଷି ସମବାୟ ସମିତି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ ହେଲା


କେନ୍ଦ୍ରାପଡ଼ା,୨୦ା୨ : କେନ୍ଦ୍ରାପଡା ଜିଲ୍ଲାର ପ୍ରଥମ ସମବାୟ ସମିତି(ପ୍ୟାକ୍ସ) ଭାବରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପ୍ରାଥମିକ କୃଷି ସମବାୟ ସମିତିକୁ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀ କରଣ ବ୍ୟବସ୍ଥା ଆଜି ଉଦଘାଟିତ ହୋଇଯାଇଛି । ସମବାୟ ସମିତି ସମୁହର ଉପନିବନ୍ଧକ ମୋନିକା ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ପୂର୍ଣ୍ଣ କମ୍ପ୍ୟୁଟରୀ କରଣ ବ୍ୟବସ୍ଥାକୁ ଉଦଘାଟନ କରିବା ସହ ଭରତପୁର ମିନି ବ୍ୟାଙ୍କର ଗ୍ରାହକମାନଙ୍କୁ କମ୍ପ୍ୟୁଟରାଇଜଡ୍ ପାସବୁକ୍‌(ଜମାବହି )ବଣ୍ଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ରାଓ ଏହି ଅବସରରେ କହିଥିଲେ ଯେ ଭରତପୁର ପ୍ୟାକ୍ସ କେବଳ ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀ କରଣରେ ପ୍ରଥମ ହୋଇଛି । ଏହି ପ୍ୟାକ୍ସ ତା’ର ଗ୍ରାହକ ଓ ଅଂଶିଦାରମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁ ବୋଲି ଆଶାବ୍ୟକ୍ତ କରିବା ସହ ଏଥିରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶୃତି ଦେଇଥିଲେ । ଏହି ଉପଲକ୍ଷେ ସମିତିର ସଭାପତି ବସନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମବାୟ ସମିତି ସମୁହର ସହକାରୀ ନିବନ୍ଧକ ସନ୍ତୋଷ ଦାସ, ସିସିବି କେନ୍ଦ୍ରାପଡା ଶାଖା ପରିଚାଳକ ତାପସ କୁମାର ସିଂ, ଏସଆରସିଏସ ଗୁରୁପ୍ରସାଦ ବେହେରା ଓ ବିକାଶ କୁମାର ତରାଇ ଏବଂ ନିର୍ଦେଶକ ଶ୍ରୀଧର କୁମାର ସାମଲ ପ୍ରମୁଖ ମଞ୍ଚାସୀନ ଥାଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମିତି ପାଇଁ ଏକ ଗୋଦାମ ଗୃହ ନିର୍ମାଣ, ଚାଷୀଙ୍କୁ ବୋନସ ପ୍ରଦାନ ଓ ଧାନ କ୍ୱିଣ୍ଟାଲ ପିଛା ଦର ବୃଦ୍ଧି ଇତ୍ୟାଦି ଦାବି କରାଯାଇଥିଲା । ସମ୍ପାଦକ ସୁବୋଧ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିର୍ଦେଶକ ଅକ୍ଷୟ କୁମାର ମନ୍ତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ୟାକ୍ସର ନିର୍ଦେଶକ କିଶୋର ଜେନା, ଅଗସ୍ତୀ ସେଣ, ଶାରଦା ପ୍ରସନ୍ନ ରାଉତ, ଗୈାରାଙ୍ଗ ଲେଙ୍କା, ସନ୍ତୋଷ କୁମାର ଦାସ, ସମିତିର କର୍ମଚାରୀ ଜଗନ୍ନାଥ ସେଣ, ଶାରଦା ପ୍ରସନ୍ନ ରାଉତ, ସ୍ମୃତି ପ୍ରିୟଦର୍ଶିନୀ ଦାସଙ୍କ ସମେତ ଚାଷୀମାନେ ଉପସ୍ଥିତ ଥିଲେ ।


Next Post

ଓଡିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ ଅନିଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲେ

Tue Feb 20 , 2024
କେନ୍ଦ୍ରାପଡ଼ା,୨୦ା୨ : ଓଡିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସମୁହ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଜିଲ୍ଲାର ସମସ୍ତ ଅଣ ଗେଜେଟେଡ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ଦାବି ପୁରଣ ହେବା ପର୍ଯ୍ୟନ୍ତ କେନ୍ଦ୍ରାପଡାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । କେବଳ ପରୀକ୍ଷା ଦାୟୀତ୍ୱ ସମେତ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟକୁ ଛାଡି ଦେଲେ ଅନ୍ୟ କୈାଣସି ସରକାରୀ କାର୍ଯ୍ୟ ସେମାନେ […]

You May Like