କେନ୍ଦ୍ରାପଡ଼ା, ୨୧ା୨: “ଆମ ଓଡ଼ିଶା ନବୀନ ଓଡ଼ିଶା(ସହରୀ)” ଯୋଜନାରେ ରାଜ୍ୟ ସରକାରଙ୍କ ସହରାଞ୍ଚଳର ବିକାଶ ସମ୍ପର୍କରେ ରାଜ୍ୟର ସର୍ବପୁରାତନ କେନ୍ଦ୍ରାପଡ଼ା ପୌରପରିଷଦର ବିଭିନ୍ନ ୱାର୍ଡ ଗୁଡିକର ଉନ୍ନତିକରଣ ପାଇଁ ନିଆଯାଇଥିବା ଜନହିତକର ଯୋଜନା ଗୁଡିକ ବିଷୟରେ ସାଧାରଣରେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଚାଲିଥିବା ସଚେତନତା ଶିବିର ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ସହରର ନୂଆ ବସଷ୍ଟାଣ୍ଡ ଠାରେ ପୌରାଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା […]

କେନ୍ଦ୍ରାପଡ଼ା,୨୧ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମ ପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଆୟୋଜିତ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞର ଦ୍ୱିତୀୟ ଦିବସରେ ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ମହାଆଡମ୍ବରରେ ଆଶ୍ରମର ପ୍ରତିଷ୍ଠାତ୍ରୀ ତଥା ବିଦ୍ୟାମନ୍ଦିରର ସଭାପତି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବରେ ବିଦ୍ୟାଳୟର ସମ୍ପାଦକ ପଣ୍ଡିତ […]

କେନ୍ଦ୍ରାପଡ଼ା ଜିଲ୍ଲାର ସମଗ୍ର ଅଞ୍ଚଳରେ ବର୍ତ୍ତମାନ ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ଚାଲିଛି । ସହର ଠାରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡେ ଯାତ୍ରାପାଟିର ବିକଟାଳ ଶବ୍ଦରେ ପ୍ରଚାର କରିବା, ବିଭାଘର ରୋଷଣୀରେ  ଡ଼ିଜେ ସହିତ ଚାଙ୍ଗୁ ବାଜାର ଶବ୍ଦର କ୍ଷିପ୍ରତା ଲଗାମ ନ ଥିବା  ଓ ସରସ୍ୱତୀ ପୂଜା ଭଷାଣରେ ଅତ୍ୟଧିକ ଶବ୍ଦ ଯୋଗୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସରସ୍ୱତୀ ପୂଜା […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର ଓ ଦିହୁଡିପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚନ୍ଦନନଗର ପଂଚାୟତ ସରପଞ୍ଚ ବନୋଜ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ  ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସୁଫଳ ଆଜି ଅଞ୍ଚଳରେ ସବୁ ବର୍ଗର ଜନସାଧାରଣ ପାଉଥିବା ବେଳେ ଅଞ୍ଚଳର ଦ୍ରୁତ ବିକାଶ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଲାଗି […]

ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଂଚାୟତର ଗଣ୍ଡକୁଳ ଠାରୁ ସାତଭଉଣୀ ପର୍ଯ୍ୟନ୍ତ ରାସ୍ତା ପୁନଃନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ପୁନଃନିର୍ମାଣ କରାଗଲେ ଏ ଅଂଚଳ ଜନସାଧାରଣ ଉତମ ଗମନାଗମନ ସୁବିଧା ପାଇପାରିବେ ଜନସାଧାରଣ ଦାବୀ କରି ଆସୁଥିଲେ । ଅଂଚଳବାସୀଙ୍କ ଦୀର୍ଘଦିନର ଦାବୀକୁ ଗ୍ରହଣ କରି ରାଜ୍ୟ ସରକାର ଏହି ରାସ୍ତା ପୁନଃନିର୍ମାଣ ପାଇଁ ଅର୍ଥ ମଂଜୁର କରିଛନ୍ତି । ଆଜି […]

କେନ୍ଦ୍ରାପଡ଼ା ଜିଲ୍ଲା ଏଡିଏମଓ ଡାକ୍ତର ପ୍ରଦୀପ ଦାସଙ୍କ ନେତୃତ୍ୱରେ ଏକ ଚାରିଜଣିଆ କାୟାକଳ୍ପ ଟିମ ସାନଜରିଆ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପରିଦର୍ଶନରେ ଆସିଥିଲେ । କାୟାକଳ୍ପ ଟିମ ସର୍ବପ୍ରଥମେ ପ୍ରଭୁ ଶ୍ରୀ ଗଣେଶ ଓ ବାବା ଭୀମସେନ ଦାସ ଙ୍କ ପ୍ରତିମୃର୍ତି ରେ ମାଲ୍ୟାର୍ପଣ କରିଥିଲେ । ଏଇ ଅବସରରେ କାୟା କଳ୍ପଟିମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ରେକର୍ଡ଼ […]