ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ସମୟରେ ଡିଜେ ଓ ମାଇକ ଶବ୍ଦର କ୍ଷିପ୍ରତାରେ ଅତିଷ୍ଠ ପରୀକ୍ଷାର୍ଥୀ


କେନ୍ଦ୍ରାପଡ଼ା ଜିଲ୍ଲାର ସମଗ୍ର ଅଞ୍ଚଳରେ ବର୍ତ୍ତମାନ ଯୁକ୍ତ ୨ ଓ ମାଟ୍ରିକ ପରୀକ୍ଷା ଚାଲିଛି । ସହର ଠାରୁ ଆରମ୍ଭକରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡେ ଯାତ୍ରାପାଟିର ବିକଟାଳ ଶବ୍ଦରେ ପ୍ରଚାର କରିବା, ବିଭାଘର ରୋଷଣୀରେ  ଡ଼ିଜେ ସହିତ ଚାଙ୍ଗୁ ବାଜାଶବ୍ଦର କ୍ଷିପ୍ରତା ଲଗାମ ନ ଥିବା  ଓ ସରସ୍ୱତୀ ପୂଜା ଭଷାଣରେ ଅତ୍ୟଧିକ ଶବ୍ଦ ଯୋଗୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରେ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସରସ୍ୱତୀ ପୂଜା ଗତ ୧୪ ତାରିଖରୁ ଆରମ୍ଭ ହୋଇଥିଲେ ମଧ୍ୟ କେନ୍ଦ୍ରାପଡା ସହରାଞ୍ଚଳରେ ଭଷାଣୀ ଶୋଭାଯାତ୍ରାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆନଯିବା ଏକ ବଳିଷ୍ଠ ତଥା ପ୍ରଂଶସନୀୟ ପଦକ୍ଷେପ ।  କିନ୍ତୁ ଅନ୍ୟ ବ୍ଲକ ଓ ଗ୍ରାମାଞ୍ଚଳରେ ଡିଜେ ଓ ମାଇକ୍ ଶବ୍ଦରେ ସାଧାରଣ ଲୋକେ ଅତିଷ୍ଠ ହେବା ସହିତ ଗତ ୧୬ ତାରିଖରୁ ଯୁକ୍ତ ୨ ଓ ୨୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପରୀକ୍ଷାର୍ଥୀମାନେ ସମସ୍ୟାରେ ପଡିଛନ୍ତି । କେତେକ ଅଞ୍ଚଳରେ ଆସନ୍ତା ୨୨ ଏବଂ ୨୪ ଦୁଇ ଦିନ ଧରି ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ବାଜାବାଣରେ ଗ୍ରାମାଞ୍ଚଳ ପଡିବ ଉଠିବ । ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଏହି ଭଷାଣୀ ଶୋଭାଯାତ୍ରକୁ ଅନୁମତି ନ ଦେବାକୁ ବୁଦ୍ଧିଜୀବିମାନେ ଦାବି କରିଛନ୍ତି ।


Next Post

ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

Wed Feb 21 , 2024
କେନ୍ଦ୍ରାପଡ଼ା,୨୧ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମ ପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଆୟୋଜିତ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞର ଦ୍ୱିତୀୟ ଦିବସରେ ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ମହାଆଡମ୍ବରରେ ଆଶ୍ରମର ପ୍ରତିଷ୍ଠାତ୍ରୀ ତଥା ବିଦ୍ୟାମନ୍ଦିରର ସଭାପତି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବରେ ବିଦ୍ୟାଳୟର ସମ୍ପାଦକ ପଣ୍ଡିତ […]

KANIKA