କେନ୍ଦ୍ରାପଡ଼ା,୨୩ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ବିଶ୍ୱ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଗତ ୧୭ତାରିଖରୁ ଆରମ୍ଭ ହୋଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରତ୍ୟେହ ଆଶ୍ରମ ପରିସରରେ ପ୍ରାର୍ଥନା, ଯୋଗ, ପ୍ରାଣାୟମ, ସ୍ୱାଧ୍ୟାୟ, ସୂର୍ଯ୍ୟପୂଜା, ଗୋପୂଜନ, ଯଜ୍ଞ ଆହୂତି, ସତ୍‌ସଙ୍ଗ, ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଏହି ଅବସରରେ ଆଜି […]

କେନ୍ଦ୍ରାପଡ଼ା, ୨୩ା୨: ପଞ୍ଜାବ-ହରିୟାଣା ସୀମାର ଖାନାଉରୀ ଠାରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରୁଥିବା କୃଷକଙ୍କ ଉପରକୁ ରବର ଗୁଳି ମାଡ଼ ଭଳି ବର୍ବର ଆକ୍ରମଣକୁ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସ୍ୱାଧୀନ ଫେଡେରେସନ ସମୁହ, ଓଡିଶା ତରଫରୁ ତୀବ୍ର ନିନ୍ଦା ଏବଂ ପ୍ରତିବାଦ କରି ଦେଶବ୍ୟାପୀ ଆହୁତ କଳା ଦିବସ ଡାକରାକୁ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ଜାତିର ପିତା ମହାତ୍ମା […]

ସରକାରୀ କାର୍ଯ୍ୟକ୍ରମକୁ ଲୋକ ଲୋଚନକୁ ଆଣିବାରେ ଗଣମାଧ୍ୟମ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ । ସରକାରୀ କର୍ମଚାରୀ ଠିକ୍ ଭାବରେ କାର୍ଯ୍ୟ କରୁଛନ୍ତି କି ନାହିଁ ସର୍ବସାଧାରଣ ଜାଣିବା ଆବଶ୍ୟକ ରହିଛି । ଏସବୁକୁ ସମସ୍ତଙ୍କ ନିକଟରେ ଗଣମାଧ୍ୟମ ହି ପହଂଚାଇଥାଏ । ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ରାଜ୍ୟ ସରକାରଙ୍କ ଅନେକ ପ୍ରକାରର ଯୋଜନାର ସଫଳ ରୁପାୟନ ପାଇଁ ସରକାରୀ ପାଣ୍ଠି ବ୍ୟୟ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର-ଜଗନ୍ନାଥପୁର ନିକଟ ବ୍ରାହ୍ମଣୀ ନଦୀରେ ଶୁକ୍ରବାର ଦିନ ୧୦ଟା ବେଳେ ଏକ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇ ଚଉଦକୁଲାଟ ଫାଣ୍ଡିକୁ ଜଣାଇଥିଲେ । ଖବର ପାଇ ଫାଣ୍ଡି ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଶବକୁ ଉଦ୍ଧାର କରିଥିଲେ । ଏହି ଶବଟି ଇନ୍ଦୁପୁର ଧୂମାତ ଗ୍ରାମର ବାବନ ଚରଣ ସାହୁ ବୋଲି ଜଣାପଡିଛି । ବାବନ ଗତ ୧୯ […]

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ ଶନିଶ୍ଚର ମହାଗ୍ରହଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବହୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଶନିଶ୍ଚର ମହାଗ୍ରହଙ୍କ ନୂତନ ବିଗ୍ରହ ପୂଜାର୍ଚନା ଯଥାଵିଧି ସମ୍ପନ୍ନ କରାଯାଇଥିଲା । ଏଥି ସହିତ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଵିଧିମତେ କରାଯାଇଥିଲା । ସର୍ବପ୍ରଥମେ ଅଙ୍କୁରାରୋପଣ,କଳସ ଶୋଭାଯାତ୍ରା, ଯଜ୍ଞ କାର୍ଯ୍ୟକ୍ରମ ପରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା ।ଏଇ […]

କେନ୍ଦ୍ରାପଡ଼ା,୨୨ା୨ : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୧୦ନମ୍ବର ୱାର୍ଡରେ ଭତ୍ତା ହିତାଧିକାରୀମାନଙ୍କୁ ଆଜି ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ୧୦ନମ୍ବର ୱାର୍ଡର ମାଧପୁର ଠାରେ ୱାର୍ଡ କାଉନସିଲର ରଶ୍ମିତା ସିଂହ ୧୪ଜଣ ଭତ୍ତା ହିତାଧିକାରୀମାନଙ୍କୁ ନୂତନ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୈାର କର୍ମଚାରୀଙ୍କ ସମେତ ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।