ଇନଡୋର ଷ୍ଟାଡିୟମ ଉଦଘାଟନୀ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସୁଚନା ନାହିଁ, ତ୍ରୁଟି ଲୁଚାଇବା ପାଇଁ ଗଣମାଧ୍ୟମକୁ ଦୂରେଇ ରଖାଯାଉଛି



ସରକାରୀ କାର୍ଯ୍ୟକ୍ରମକୁ ଲୋକ ଲୋଚନକୁ ଆଣିବାରେ ଗଣମାଧ୍ୟମ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ । ସରକାରୀ କର୍ମଚାରୀ ଠିକ୍ ଭାବରେ କାର୍ଯ୍ୟ କରୁଛନ୍ତି କି ନାହିଁ ସର୍ବସାଧାରଣ ଜାଣିବା ଆବଶ୍ୟକ ରହିଛି । ଏସବୁକୁ ସମସ୍ତଙ୍କ ନିକଟରେ ଗଣମାଧ୍ୟମ ହି ପହଂଚାଇଥାଏ । ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ରାଜ୍ୟ ସରକାରଙ୍କ ଅନେକ ପ୍ରକାରର ଯୋଜନାର ସଫଳ ରୁପାୟନ ପାଇଁ ସରକାରୀ ପାଣ୍ଠି ବ୍ୟୟ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉ ଥିବା ବେଳେ ଏକ ନିର୍ଦ୍ଧିଷ୍ଠ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛାଡିଦେଲେ ଖବର ସମ୍ପର୍କିତ ଅନେକ ଗଣମାଧ୍ୟମ ସଂସ୍ଥା ଏବଂ ତାଙ୍କର ପ୍ରତିନିଧି କିଛି ସୁଚନା ନ ପାଇ ଖବର ପ୍ରକାଶ କରିବାରେ ହଇରାଣ ହେଇ ଆସୁଛନ୍ତି । ଯାହା ଫଳରେ ସାଧାରଣ ଜନତା ସରକାରୀ ସ୍ତରରେ ହେଉଥିବା ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଆଦିର ସୁଚନା ପାଉନାହାଁନ୍ତି । କେଉଁ କାରଣରୁ ପଟ୍ଟାମୁଣ୍ଡାଇ ଅଂଚଳରେ ଗଣମାଧ୍ୟମଙ୍କ ବିନା ପ୍ରଚାର ପ୍ରସାରରେ ସଭା ସମିତି ଆୟୋଜିତ ହେଉଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଠିକରୁଛି ।
ପ୍ରକାଶଥାଉକି ଶୁକ୍ରବାର ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ନିକଟରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବହୁମୁଖୀ ଇନଡୋର ଷ୍ଟାଡିୟମକୁ ଭିଡିଓ କନଫରେନ୍ସ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଠାରେ ଏକ ଉଦଘାଟନ ଉତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଥିବା ବେଳେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରତିକାନ୍ତ ବେହେରା, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ପୂବିଭାଗ ନିର୍ବାହୀଯନ୍ତ୍ରୀ ରାଜଶ୍ରୀ ବେହେରା, ବିଡ଼ିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ପଂଚାନନ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ, ଲାସ୍ୟମୟୀ ସାହୁ, ସାନିଆ ପରମିନ ସାହେବା ଓ ଝରଣା ବେହେରା, ଜିଲ୍ଲା ଯୁବବିଜେଡି ସମ୍ପାଦକ ଅଶୋକ ଧଳ, ଯୁବନେତା ଦିଲ୍ଲୀପ ଜେନା, ଦିଲ୍ଲୀପ ସାହୁ, ରଶ୍ମି ରଞ୍ଜନ ପାଢ଼ୀ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧି, ମାନ୍ୟଗଣ୍ୟବ୍ୟକ୍ତି ଓ ଜନସାଧାରଣ ଯୋଗ ଦେଇ ଉଦଘାଟନ ଉତ୍ସବରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଏତେ ପ୍ରଶାସନିକ ଅଧିକାରୀ ଥାଇ କିଭଳି ଏପ୍ରସଙ୍ଗରେ ସମ୍ପୃକ୍ତ ଗଣମାଧ୍ୟମକୁ ଅବଗତ କରାଇନାହାନ୍ତି ତାହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ତ୍ରୁଟି ଲୁଚାଇବା ପାଇଁ ଗଣମାଧ୍ୟମକୁ ଦୂରେଇ ରଖାଯାଇଥିବା ସାଧାରଣରେ ପ୍ରଶ୍ନ ଉଠୁଛି ।


Next Post

କୃଷକ ହତ୍ୟା ବିରୋଧରେ କେନ୍ଦ୍ରାପଡାରେ କଳା ଦିବସ ପାଳନ

Fri Feb 23 , 2024
କେନ୍ଦ୍ରାପଡ଼ା, ୨୩ା୨: ପଞ୍ଜାବ-ହରିୟାଣା ସୀମାର ଖାନାଉରୀ ଠାରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରୁଥିବା କୃଷକଙ୍କ ଉପରକୁ ରବର ଗୁଳି ମାଡ଼ ଭଳି ବର୍ବର ଆକ୍ରମଣକୁ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସ୍ୱାଧୀନ ଫେଡେରେସନ ସମୁହ, ଓଡିଶା ତରଫରୁ ତୀବ୍ର ନିନ୍ଦା ଏବଂ ପ୍ରତିବାଦ କରି ଦେଶବ୍ୟାପୀ ଆହୁତ କଳା ଦିବସ ଡାକରାକୁ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ଜାତିର ପିତା ମହାତ୍ମା […]

KANIKA