
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ରାଜନଗର ରାସ୍ତା ମହାଜନ ସାହି ନିକଟରେ ଶନିବାର ରାତ୍ରି ୯ ଟାରେ ଦୁଇଟି ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ଜଣେ ବାଇକ ଆରୋହିଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଉଭୟ ଗୁରୁତରଙ୍କୁ କଟକ ମେଡିକାଲକୁ ପଠାଯାଇଛି ।
ସୂଚନା ଅନୁସାରେ ଆଳି ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁର ବିଶ୍ବରଂଜନ ବାରିକ (୨୫) ବାଇକ ଯୋଗେ ପଟ୍ଟାମୁଣ୍ଡାଇକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକ ସହ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡିରେ ଥିବା ୩ ଜଣ ରାସ୍ତା ଉପରେ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ସମସ୍ତଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ବିଶ୍ବରଂଜନଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କଟର ବଡ ଡ଼ାକ୍ତରଖାନା ସ୍ଥାନାନ୍ତରିତ କରିଯାଇଛି ।











