ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିଦର୍ଶନ କଲେ କାୟାକଳ୍ପ ଟିମ


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ପରିଦର୍ଶନ କରି ଭିତ୍ତିଭୂମି ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି କାୟାକଳ୍ପ ଟିମ ସଦସ୍ୟ। । ସୋମବାର ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ କାୟାକଳ୍ପ ଟିମ ଡା ପ୍ରଶାନ୍ତ ହୋତାଙ୍କ ନେତୃତ୍ୱରେ ବାଲଚନ୍ଦନ ବିଏଲ,ଡା ଅନିଲ ପଟ୍ଟନାୟକ ପ୍ରମୁଖ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପରିଦର୍ଶନ କରି ହସ୍ପିଟାଲର ଇନଡୋର୍‌, ଆଉଟ୍‌ ଡୋର୍‌, ଫ୍ଲୁ ସେଣ୍ଟର, ଔଷଧ ଭଣ୍ଡାର, ରୋଗୀ ୱାର୍ଡ, ପ୍ରସୂତି ୱାର୍ଡ, ଅଂଶୁଘାତ କକ୍ଷ ବୁଲି ଦେଖିବା ସହ ସ୍ବାସ୍ଥ୍ୟକେନ୍ଦ୍ରକୁ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ବିଭିନ୍ନ ଅନୁଦାନ ପାଣ୍ଠିର ଖର୍ଚ୍ଚ ବିବରଣୀ ଯାଞ୍ଚ କରିଥିଲେ । କାୟାକଳ୍ପ ଟିମ ସଦସ୍ୟମାନଙ୍କୁ ମୁଖ୍ୟଚିକିତ୍ସାଧିକାରୀ ଡା ନିରାକାର ପରିଡା ସ୍ୱାଗତ କରିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ରର ନବନିର୍ମିତ ଭିତ୍ତିଭୂମି ଓ ବିଭିନ୍ନ ବିଭାଗ ବୁଲାଇ ରୋଗୀ ସେବା ସମ୍ପର୍କରେ ଅବଗତ କରିଥିଲେ I

ସମାଜସେବୀ ଗୋପୀନାଥ ତ୍ରିପାଠୀ,ନୃସିଂହ ଚୌଧୁରୀ, ପାରେଶ୍ୱର ବିଶ୍ୱାଳ, ଗୌରାଙ୍ଗ ଦାଶ, ଭାବ ଗିରି ଓ ବଜେନ୍ଦ୍ର ବର୍ମା ଯୋଗ ଦେଇ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ I ଏହି କାର୍ଯ୍ୟକ୍ରମକୁ ବି ପି ଏମ ପ୍ରଶାନ୍ତ ଜେନା,ପି ଏଚ ଓ ନୃସିଂହ ଦାଶ, ସଞ୍ଜୟ ଦାସ ଓ ଚିତ୍ତରଞ୍ଜନ ଚାନ୍ଦ, ପ୍ରିୟଦର୍ଶନୀ ଦୀପ୍ତିମୟୀ ସାହୁ ପରିଚାଳନା କରିଥିଲେ I

 


Next Post

ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ମହାସମ୍ମିଳନୀ

Tue Feb 27 , 2024
ଓଡିଶା ପ୍ରଗତିର ସାରଥୀ ମିଶନଶକ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଓ ପୂର୍ବରୁ କରିଥିବା ଋଣ ବାବଦକୁ ସୁଧ ଫେରସ୍ତ କରିବା ପାଇଁ ଆଜି ଭୁବନେଶ୍ୱର ଠାରେ ଆୟୋଜିତ ମିଶନଶକ୍ତି ମହାସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ମିଶନଶକ୍ତି ମହାସମ୍ମିଳନୀ ଆୟୋଜିତ ହୋଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକ ମିଶନଶକ୍ତି […]

KANIKA