ଜିଲ୍ଲା ବିଜ୍ଞାନକେନ୍ଦ୍ରର ଭିସିରେ ଶୁଭ ଦେଲେ ମୁଖ୍ୟମନ୍ତ୍ରୀ,ଅଂଚଳବାସୀଙ୍କ ପକ୍ଷରୁ କୃତଜ୍ଞତା


 

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ବନ୍ତୋରେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଯୋଗେ ବୁଧବାର ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଶୁଭ ଶିଳାନ୍ୟାସ କରିଛନ୍ତି  ଆଜି ଜାତୀୟ ବିଜ୍ଞାନ ଦିବସରେ ପଟ୍ଟାମୁଣ୍ଡାଇ-ରାଜନଗର ବାସୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାୟ ୬ କୋଟି ୫୦ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଥିବାରୁ ପଟ୍ଟାମୁଣ୍ଡାଇ ବାସୀଙ୍କ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି ।

ଏହି ଉପଲକ୍ଷେ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ହରପାର୍ବତୀ ମନ୍ଦିର ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ନଗର ମହିଳା ବିଜେଡି ସଭାନେତ୍ରୀ କାଉନସିଲର ଲାସ୍ୟମୟୀ ସାହୁ ଓ କାଉନସିଲର ମୃତ୍ୟୁଞ୍ଜୟ ପାଢ଼ୀ ଖବରଦାତା ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଗତ ୨୦୨୨ ମସିହା ଡ଼ିସେମ୍ବର ମାସରେ ଅନୁଷ୍ଠିତ ବିଧାନସଭା ଶୀତ କାଳିନ ଅଧିବେଶନରେ ରାଜନଗର ବିଧାୟକ ଧ୍ରୁବ ସାହୁ ଭିତରକନିକା ଜୈବ ବିବିଧତା, ଅଲିଫ ଲିଡଲେ କଇଁଛ, କୁମ୍ଭୀର ସମ୍ପର୍କରେ ଗବେଷଣା ସହ ବିଭିନ୍ନ ବିଷୟରେ ଯୁବ ଓ ଛାତ୍ର, ଶିକ୍ଷାବିତ ସର୍ବୋପରି ବୈଜ୍ଞାନିକମାନେ ଗବେଷଣା କରିବା ପାଇଁ ପଟ୍ଟାମୁଣ୍ଡାଇ କିମ୍ବା ରାଜନଗରରେ ଜିଲ୍ଲା ବିଜ୍ଞାନକେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେବାକୁ ଅନୁରୋଧ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ବିଧାୟକଙ୍କ ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ବନ୍ତୋ ଠାରେ ଜିଲ୍ଲା ବିଜ୍ଞାନକେନ୍ଦ୍ର ପାଇଁ ଶୁଭ ଶିଳାନ୍ୟାସ କରିଛନ୍ତି । ଏଥି ସହିତ ଏଠାରେ ମଧ୍ୟ ଏକ ପ୍ଲାନିଟୋରିୟମ ନିର୍ମାଣ ପାଇଁ ସରକାରୀ ସ୍ତରରେ ନିଷ୍ପତି ନିଆଯାଇଛି । ଏଥି ଅଂଚଳବାସୀଙ୍କ ପକ୍ଷରୁ ବ୍ଲକ ଓ ପୌର ଅଧ୍ୟକ୍ଷ ସମେତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ସମସ୍ତ କର୍ମକର୍ତା ମୁଖ୍ୟମନ୍ତ୍ରୀ, ବିଜ୍ଞାନ କାରିଗରୀ ମନ୍ତ୍ରୀ ଓ ରାଜନଗର ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି

 


Next Post

ଶିକ୍ଷୟିତ୍ରୀ କାକୁଲି ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

Wed Feb 28 , 2024
କେନ୍ଦ୍ରାପଡ଼ା,୨୮ା୨: ଶିକ୍ଷୟିତ୍ରୀ କାକୁଲି ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ବିରସ୍ୱତୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କାକୁଲି ମଲ୍ଲିକ କେନ୍ଦ୍ରାପଡା ବ୍ଲକ ଅଞ୍ଚଳର ସର୍ବୋତ୍ତମ ଆଦର୍ଶ ପ୍ରାଥମିକ ଶିକ୍ଷକ ଭାବେ ଏହି ପୁରସ୍କାର ପାଇଛନ୍ତି । ଏହି ଅବସରରେ ଗତ ରବିବାର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମାବେଶରେ ଶିକ୍ଷୟିତ୍ରୀ ଶ୍ରୀମତୀ […]

KANIKA