କେନ୍ଦ୍ରାପଡ଼ା, ତା ୨୯/୦୨: ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ସମୟରେ ପ୍ରାର୍ଥିଙ୍କ ନିର୍ବାଚନ ଖର୍ଚ୍ଚ ତଦାରଖ (ଇଲେକ୍ସନ୍ ଏକ୍ସପେଣ୍ଡିଚର୍ ମନିଟରିଂ) ଉପରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗ ଦେଇ କହିଥିଲେ “ଭାରତୀୟ ନିର୍ବାଚନ ଆୟୋଗଙ୍କ ନୀତି ନିୟମକୁ ଆମକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ହେବ । ଯାହା ନୀତି ନିୟମରେ ଲେଖାଯାଇଛି ସେହି ଅନୁସାରେ ଆମକୁ ନିର୍ବାଚନ ପରିଚାଳନା କରିବାକୁ ପଡ଼ିବ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରାର୍ଥିମାନଙ୍କର ନିର୍ବାଚନ ଖର୍ଚ୍ଚକୁ ଠିକ ଭାବରେ ତଦାରଖ କରି ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯିବ । ସମସ୍ତ ପ୍ରାର୍ଥିମାନଙ୍କୁ ସମାନ ସ୍ତର ଯୋଗାଇ ଦେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ ଓ ନିରପେକ୍ଷ ସହ ଶାନ୍ତିପୂର୍ଣ୍ଣଭାବେ ସମାପନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।” ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପ-ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି କଲେକ୍ଟର (ନିର୍ବାଚନ) ରମେଶ ଚନ୍ଦ୍ର ପଣ୍ଡା, ସିଟି ଜିଏସ୍ଟିର ଡେପୁଟି କମିସନର୍ ଅମରେନ୍ଦ୍ର ମହାଲିକ, ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ, ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଦେବବ୍ରତ ଦଲାର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ସ୍ୱଳ୍ପ ସଂଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଅମ୍ବରୀଶ ସାମଲ ପ୍ରମୂଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ନିର୍ବାଚନ ଆଚରଣ ସଂହିତା, ମିଡିଆ ସାର୍ଟିଫିକେସନ୍ ଆଣ୍ଡ ମନିଟରିଂ କମିଟି, ଏକ୍ସପେଣ୍ଡିଚର୍ ମନିଟରିଂ ବା ଖର୍ଚ୍ଚ ତଦାରଖ, ଇଏସ୍ଏମ୍ଏସ୍ ଅନ୍ଲାଇନ୍ ରିପୋର୍ଟିଂ ଆଦି ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
kanikanews.in
Next Post
ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡାଦେଶ ସହ ୭୦ହଜାର ଟଙ୍କା ଜରିମାନା
Fri Mar 1 , 2024
କେନ୍ଦ୍ରାପଡା, ୨୯/୨: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ଫାଷ୍ଟଟ୍ରାକ ଆଡହକ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍ ତ୍ରୀବିକ୍ରମ କେଶରୀ ଚିହ୍ନାରା । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜଣେ ନାବାଳିକାର ପରିବାର କ ଭଡାଘର ନେଇ ରହିଆସୁଥିଲେ । ନାବାଳିକାର ପିତା ଜଣେ ଶ୍ରମିକ ଶ୍ରେଣୀର ହୋଇଥିବାରୁ ସେ ସବୁଦିନ ତାହାର ଘର ପାଖରେ […]

You May Like
- 8 months ago
ଆଦର୍ଶ ଶିକ୍ଷକଙ୍କ ସ୍ମୃତିସଭା
- 11 months ago
ପୁର୍ନବାସ ପକ୍ଷରୁ ମେରୁଦଣ୍ଡ ଆଘାତ ସଚେତନତା କର୍ମଶାଳା
- 11 months ago
ଗୋବିନ୍ଦଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ
- 1 year ago
ଜୟ ରାଷ୍ଟ୍ର ପକ୍ଷରୁ ହିନ୍ଦୁ ନବବର୍ଷ ପାଳିତ