ଏନସିସି ୱାନ ଓଡିଶା ଗାର୍ଲସ ବାଟାଲିୟନର ଲେଫ୍ଟନାଂଟ କର୍ଣ୍ଣଲ ବିକାଶ ମଣ୍ଡଳ ପଟ୍ଟାମୁଣ୍ଡାଇ କଲେଜକୁ ସ୍ୱତନ୍ତ୍ର ପରିଦର୍ଶନରେ ଆସି କଲେଜ ଏନସିସି ବାଳିକା ଶାଖାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ତଦାରଖ କରିଥିଲେ । ତାଙ୍କ ସହିତ ଏସଏମ ବିରାଜ ସାବ, ଏସ ପ୍ରଧାନ ଯୋଗ ଦେଇ ବାଳିକା ଏନସିସି କ୍ୟାଡ଼େଟ ମାନଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସେମାନଙ୍କ ସ୍କିଲ ଓ ଉଇଲ ପାୱାର ବଢ଼ାଇକୁ ପରାମର୍ଶ ଦେଇଥିଲେ […]

କେନ୍ଦ୍ରାପଡ଼ା,୨ା୩: କେନ୍ଦ୍ରାପଡ଼ାର କୋଟି କୋଟି ଟଙ୍କା ଲୁଟିନେଲେ ବାପ ଓ ପୁଅ ସମେତ ମୁନ୍ନା । ବିଗତ ୫ ବର୍ଷ ମଧ୍ୟରେ ୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଲେଣି । ବାପ ଓ ପୁଅ ଜନତାଙ୍କ ସେବା ବଦଳରେ ଲୁଟିବାରେ ଲାଗିଛନ୍ତି । ସେମାନେ କେନ୍ଦ୍ରାପଡ଼ା ଲୋକଙ୍କୁ ଲୁଟିବା ନିମନ୍ତେ ଯୋଜନା ପ୍ରସ୍ତୁତ କରି ଲୁଟ କରିବାରେ ବ୍ୟସ୍ତ ରହିଛନ୍ତି । ଏମାନେ ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟରେ ପିସି […]

କେନ୍ଦ୍ରାପଡ଼ା, ୨ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପୁରୁଣା ବିଲ୍ଡିଂରେ ଆଜି ଅପରାହ୍ନ ଆକସ୍ମିକ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ବିଲ୍ଡିଂଟି ଜଳି ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରାୟ ୧୦ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । କେନ୍ଦ୍ରାପଡାରୁ ଦୁଇଟି ଅଗ୍ନିଶମ ଗାଡି ସେଠାକୁ ଯାଇ ନିଆଁକୁ ଆୟତ […]

କେନ୍ଦ୍ରାପଡ଼ା,୨ା୩ : କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଗଣେଶ ଚନ୍ଦ୍ର ରାଉତ କାର୍ଯ୍ୟରୁ ଅବସରଗ୍ରହଣ କରିଥିବାଙ୍କୁ ତାଙ୍କୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ବିଭାଗୀୟ ଅଧିକାରୀ ଗଣେଶ ଚନ୍ଦ୍ର ରାଉତଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି […]

କେନ୍ଦ୍ରାପଡ଼ା,୨ା୩: ଆସନ୍ତା ମାର୍ଚ୍ଚ ୫ ତାରିଖ ଦୈତାରୀ-ପାରାଦ୍ୱୀପ ଜାତୀୟ ରାଜପଥର ୮ ଲେନ୍ ପ୍ରଶସ୍ତିକରଣ ପ୍ରକଳ୍ପର ଶିଳାନ୍ୟାସ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଚଣ୍ଡିଖୋଲ ଗସ୍ତ କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ସ୍ୱାଗତ କରିବା ସହ କେନ୍ଦ୍ରାପଡାବାସୀଙ୍କୁ ରେଳସେବା ଯୋଗାଇ ଦେବାକୁ ଦାବି କରି ଏକ ପତ୍ର ଲେଖିଛନ୍ତି । ଏହି ପତ୍ରରେ ଶ୍ରୀ ବେହେରା ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ସେହିଦିନ ଅର୍ଥାତ୍ ମାର୍ଚ୍ଚ ୫ ତାରିଖରେ ହରିଦାସପୁର-ପାରାଦ୍ୱୀପ ରେଳପଥରେ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଶନିବାର ମଧ୍ୟାହ୍ନରେ ଦୁଇ ଯୁବକ ଗାଧୋଇବା ବେଳେ ଅସାବଧାନତା ବଶତଃ  ଗଭିର ପାଣି ବୁଡି ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଦ୍ୱୟ ଉତରପ୍ରଦେଶ ଆଗ୍ରା ଅଂଚଳ ତଣ୍ଡାଲା ଗ୍ରାମର ଅଜିତ କୁଅଁର (୨୨) ଏବଂ ଜାଭେଦ୍ ଖାନ (୨୦) । ଏକ କମ୍ପାନିର କଲର ପ୍ରିଂଟ ୱାଲ କରିବାକୁ ଆସି ଫେରେୁଥିବା ବେଳେ ଏପରି ଘଟଣା […]

କେନ୍ଦ୍ରାପଡ଼ା,୧ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଞ୍ଚାୟତ ନୋଡାଲ ହାଇସ୍କୁଲ ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଗଣେଶ ଚନ୍ଦ୍ର ରାଉତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ କୋରୋ ପଞ୍ଚାୟତ ନୋଡାଲ ହାଇସ୍କୁଲ ପରିସରରେ ସଭାପତି ସୋମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ ମୁଖ୍ୟଅତିଥି ଓ ପଳସିଂହା ହାଇସ୍କୁଲର ପ୍ରଧାନ ଶିକ୍ଷକ […]

କେନ୍ଦ୍ରାପଡ଼ା,୧ା୩: ଦୀର୍ଘ ୪୦ବର୍ଷ ଧରି ଆୟୋଜିତ ହୋଇଆସୁଥିବା ପଦ୍ମପୁର ଗ୍ରାମର ସାଂସ୍କୃତିକ ଅନୁଷ୍ଠାନ ଗୋପାଳଜିୟୁ ଡ୍ରାମାଟିକ୍ କ୍ଳବ୍ ଦ୍ୱାରା ପରିବେଷଣ ହେବାକୁ ଯାଉଛି ଦୁଇଟି ମଞ୍ଚସ୍ଥ ନାଟକ । ଏନେଇ ସାଂସ୍କୃତିକ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତା ଓ କଳାକାରଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି । ଆସନ୍ତା ମାର୍ଚ୍ଚ ୧୨ ଓ ୧୩ ତାରିଖରେ ହେବାକୁ ଯାଉଥିବା ଏହି ଦୁଇଟି ପାରିବାରିକ ଘଟଣାର ଚର୍ଚ୍ଚିତ […]