କେନ୍ଦ୍ରାପଡ଼ା,୧ା୩ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଞ୍ଚାୟତ ନୋଡାଲ ହାଇସ୍କୁଲ ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ ସହାୟକ ଗଣେଶ ଚନ୍ଦ୍ର ରାଉତଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ କୋରୋ ପଞ୍ଚାୟତ ନୋଡାଲ ହାଇସ୍କୁଲ ପରିସରରେ ସଭାପତି ସୋମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ ମୁଖ୍ୟଅତିଥି ଓ ପଳସିଂହା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବିଶ୍ୱାଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ ସହାୟକ ଗଣେଶ ଚନ୍ଦ୍ର ରାଉତଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏଥିସହିତ କୋରୋ ଗ୍ରାମର ସ୍ୱର୍ଗତ ବାବାଜି ଚରଣ ରାଉତ ଏବଂ ସ୍ୱର୍ଗତ ଗୋପଲତା ରାଉତଙ୍କ ସୁପୁତ୍ର ବରିଷ୍ଠ ସହାୟକ ଶ୍ରୀ ରାଉତଙ୍କ କୋରୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାକିରୀ ଆରମ୍ଭ କରିଥିବା ବେଳେ ୨୦୧୦ରୁ ୨୦୧୪ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ବରିଷ୍ଠ କର୍ମଚାରୀ ଭାବେ ଏବଂ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟରେ ଓ ତତ୍ପରେ ୨୦୧୬ରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରେ ଯୋଗଦେଇ ୨୦୨୩ରେ ବିଭାଗୀୟ ଅଧିକାରୀ ଭାବେ ପଦୋନ୍ନତି ପାଇ ସେଠାରେ ଅତ୍ୟନ୍ତ ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଥିଲେ । ତାଙ୍କ କାର୍ଯ୍ୟକାଳ ଭିତରେ ସେ ଜଣେ କର୍ମପ୍ରବଣ, ନିଷ୍ଠାପର ଓ କର୍ତ୍ତବ୍ୟ ପରାୟଣ କର୍ମଚାରୀ ଭାବେ କାର୍ଯ୍ୟକରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ ବୋଲି ବକ୍ତାମାନେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ମତବ୍ୟକ୍ତ କରିଥିଲେ । କୋରୋ ହାଇସ୍କୁଲରେ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ପଦବି ପୁରଣ କରିବାରେ ତାଙ୍କର ବିଶେଷ ଭୂମିକା ଥିଲା ବୋଲି ବକ୍ତାମାନେ କହିଥିଲେ । ଶେଷରେ ହରେକୃଷ୍ଣ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋରୋ ପଞ୍ଚାୟତ ନୋଡାଲ ହାଇସ୍କୁଲ ସମେତ ବିଭିନ୍ନ ବିଦ୍ୟାଳୟର ବହୁ ଶିକ୍ଷକ ଓ ଅବସରପ୍ରାପ୍ତ ଶିକ୍ଷକ ତଥା ଶିକ୍ଷା କର୍ମଚାରୀମାନେ ଉପସ୍ଥିତ ଥିଲେ ।
kanikanews.in
Next Post
ଗାଧୋଉଥିବାବେଳେ ନଦୀରେ ବୁଡି ଦୁଇ ଯୁବକଙ୍କ ନିଖୋଜ , ଆଗ୍ରାରୁ ଆସି ରଙ୍ଗ କାମ କରୁଥିଲେ
Sat Mar 2 , 2024
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ ଶନିବାର ମଧ୍ୟାହ୍ନରେ ଦୁଇ ଯୁବକ ଗାଧୋଇବା ବେଳେ ଅସାବଧାନତା ବଶତଃ ଗଭିର ପାଣି ବୁଡି ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଦ୍ୱୟ ଉତରପ୍ରଦେଶ ଆଗ୍ରା ଅଂଚଳ ତଣ୍ଡାଲା ଗ୍ରାମର ଅଜିତ କୁଅଁର (୨୨) ଏବଂ ଜାଭେଦ୍ ଖାନ (୨୦) । ଏକ କମ୍ପାନିର କଲର ପ୍ରିଂଟ ୱାଲ କରିବାକୁ ଆସି ଫେରେୁଥିବା ବେଳେ ଏପରି ଘଟଣା […]

You May Like
- 2 years ago
ପତ୍ନୀ ହତ୍ୟା ଅଭିଯୋଗରେ ମା ,ପୁଅ ଗିରଫ
- 1 year ago
ଶିବାନନ୍ଦ ଆଶ୍ରମରେ ଗୁରୁ ପୂର୍ଣ୍ଣିମା
- 2 years ago
ବଢ଼େଇପଦା ଗ୍ରାମରେ ପାନୀୟଜଳ ସଂକଟ, ନଳକୂପ ଅବରୋଧ